Videos
|
Lifestyle

ଖାଲି ପେଟରେ ଲେମ୍ବୁପାଣି ପିଉଥିଲେ ସାବଧାନ, ହୋଇପାରେ ଏମିତି ସମସ୍ୟା...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଖାଲି ପେଟରେ ଲେମ୍ବୁପାଣି ପିଉଥିଲେ ସାବଧାନ, ହୋଇପାରେ ଏମିତି ସମସ୍ୟା...

ଆମେ ଜାଣିଛନ୍ତି, କିଛି ଖାଦ୍ୟ ଖାଲି ପେଟରେ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ । କିନ୍ତୁ କେଉଁ ଖାଦ୍ୟ ପ୍ରକୃତରେ ଖାଲି ପେଟରେ ଖାଇଲେ ଏହା ଶରୀର ପାଇଁ ତଥା ପାକସ୍ଥଳୀ ପାଇଁ କ୍ଷତିକାରକ ହୋଇଥାଏ, ତାହା ଆମେମାନେ ନଜର ଦେଇନଥାଉ । କିନ୍ତୁ କିଛି ଖାଦ୍ୟ ଯାହା ଆମେ ଖାଲିପେଟରେ ଖାଇବା ଉଚିତ ନୁହେଁ,ଏବଂ ଏହି ପାନୀୟ ସବୁ ମଧ୍ୟ ଖାଲି ପେଟରେ ପିଇବା ଉଚିତ ନୁହେଁ । ତେବେ ଜାଣନ୍ତୁ କେଉଁ ଖାଦ୍ୟ, ପାନୀୟକୁ ଆପଣ ଖାଲି ପେଟରେ ଗ୍ରହଣ କରିବେ ନାହିଁ।

କଫି :
କଫି ପେଟରେ ଖାଲି ପେଟରେ ଏସିଡ୍ ସୃଷ୍ଟି କରିଥାଏ । ଯାହାଦ୍ବାରା ପେଟରେ ଏସିଡିଟି ସମସ୍ୟା ଦେଖାଦେଇଥାଏ, ଏବଂ ଖାଦ୍ୟ ହଜମ ପ୍ରକ୍ରିୟରେ ମଧ୍ୟ ବାଧା ସୃଷ୍ଟି କରିଥାଏ ।

ଲେମ୍ବୁ :
ଓଜନ ହ୍ରାସ ପାଇଁ ଅନେକ ଜଣ ସକାଳୁ ଖାଲି ପେଟରେ ଲେମ୍ବୁପାଣି ପିଇଥାନ୍ତି । କିନ୍ତୁ ଲେମ୍ବୁରେ ଥିବା ସାଇଟ୍ରସ ପେଟରେ ଏସିଡ୍ ସୃଷ୍ଟି କରିଥାଏ । ଯାହାଦ୍ବାରା ପେଟରେ ଗ୍ୟାଷ୍ଟ୍ରିକ ହୋଇଥାଏ । ପେଟରେ ବହୁତ ଜୋରରେ ଯନ୍ତ୍ରଣା ହୋଇଥାଏ । ସେଥିପାଇଁ ସାଇଟ୍ରସ ଏସିଡ୍ ଥିବା ଖାଦ୍ୟ ସକାଳୁ ଆଦୌ ଖାଆନ୍ତୁ ନାହିଁ ।

ମସଲାଯୁକ୍ତ ଖାଦ୍ୟ :
ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ଖାଉଥିଲେ ସାବଧାନ ! ଏହା ଖାଲି ପେଟରେ ବିଷାକ୍ତ ପଦାର୍ଥ ଭଳି କାମ କରିଥାଏ । ଅତ୍ୟଧିକ ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ପେଟରେ ଅନେକ ପ୍ରକାର ରୋଗ ସୃଷ୍ଟି କରେ ।

କାର୍ବୋନେଟେ଼ଡ୍ ଡ୍ରିଙ୍କ୍ସ :
କାର୍ବୋନେଟେଡ୍ ଡ୍ରିଙ୍କ୍ସ ଯେମିତିକି ସ୍ପ୍ରାଇଟ, କୋକା କୋଲା, ଜିରା ମସଲା ସୋଡା, ଲେମ୍ବୁଜୁସ୍ ଆଦି ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି କରିବା ସହ ଛାତିରେ ଜ୍ବଳନ ସୃଷ୍ଟି କରେ । ତେଣୁ ଖାଲି ପେଟରେ ଏସବୁ ଆଭୋଏଡ୍ କରିବା ବହୁତ ଭଲ ।

ପେଷ୍ଟ୍ରି ଏବଂ କେକ୍ :

ଖାଲି ପେଟରେ ଅଧିକ ଶର୍କରା ଥିବା ଖାଦ୍ୟ ପେଟ ପାଇଁ ଖୁବ ଖରାପ । ଏଥିରେ ଥିବା ଅଧିକ ଶର୍କରା ଶରୀରରେ ରକ୍ତ ଶର୍କରାର ପରିମାଣ ବୃଦ୍ଧି କରେ ।

ଥଣ୍ଡା ପାନୀୟ :
ସକାଳ ସମୟରେ ପେଟର ତାପମାତ୍ରା ଶାନ୍ତ ଏବଂ ସ୍ବଭାବିକ ରହିଥାଏ । ଏହି ସମୟରେ ଯଦି କୌଣସୀ ଥଣ୍ଡା ପାନୀୟ ଯେମିତିକି କୌଣସି ଜୁସ୍ , କଲ୍ଡ କଫି ଆଦି ପିଇଥାନ୍ତି ଏହା ପେଟରେ ଆଘାତ ଦେଇଥାଏ ଏବଂ ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ ।

ଆଲକହଲ :
ଆଲକହଲ ଦେହ ପାଇଁ ସବୁବେଳେ କ୍ଷତିକାରକ । କିନ୍ତୁ ଖାଲି ପେଟରେ ପିଉଥିଲେ ଏହା ବିଷାକ୍ତ ପଦାର୍ଥ ସହ ସମାନ । ଏହା ପେଟରେ ଅତ୍ୟଧିକ ଏସିଡ୍ ସୃଷ୍ଟି କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: