Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାଦ୍ୟ ଗରମ କରି ଖାଉଥିଲେ ସତର୍କ ! ହୋଇପାରେ ଏଭଳି ସମସ୍ୟା...

Lifestyle

ଖାଦ୍ୟ ଗରମ କରି ଖାଉଥିଲେ ସତର୍କ ! ହୋଇପାରେ ଏଭଳି ସମସ୍ୟା...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଖାଦ୍ୟ ଗରମ କରି ଖାଉଥିଲେ ସତର୍କ ! ହୋଇପାରେ ଏଭଳି ସମସ୍ୟା...

Key Points

ଏହି ଖାଦ୍ୟ ଗରମ କରି ଖାଇଲେ, ହେବ ଅନେକ ସମସ୍ୟା

ଖାଦ୍ୟ ଗରମ ଗରମ ଖାଇବାକୁ ସମସ୍ତଙ୍କୁ ବହୁତ ଭଲ ଲାଗେ। କିନ୍ତୁ ଆପଣ ଜାଣନ୍ତି କି? କିଛି ଖାଦ୍ୟ ଏପରି ଅଛି ଯାହାକୁ ଗରମ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ଯଦି ଏପରି କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। ଖାଦ୍ୟ ଆମ ଶରୀର ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ। ଖାଦ୍ୟ ଖାଇବା ପୂର୍ବରୁ ଏବଂ ଗରମ କରିବା ପୂର୍ବରୁ ନଜର ପକାନ୍ତୁ ଏହି ସବୁ ଜିନିଷ ଉପରେ।

ଆଳୁ: ଏକ ରିସର୍ଚ୍ଚରୁ ଜଣାପଡ଼ିଛି କି ଆଳୁକୁ ଅଧିକ ଆଞ୍ଚରେ ଭାଜିଲେ ବା ଗରମ କଲେ ସେଥିରୁ ଏକ ହାନିକାରକ ତତ୍ତ୍ୱ ବାହାରିଥାଏ ଯାହା ମଧ୍ୟ କ୍ୟାନ୍‌ସର ସୃଷ୍ଟିକରିବାର ଏକ କାରଣ ହୋଇପାରେ।


ବ୍ରେଡ୍‌: ହ୍ବାଇଟ୍‌ ବ୍ରେଡ୍‌ରେ କାର୍ବୋହାଇଡ୍ରେଟ୍‌ସ ଓ ସୁଗାର ବହୁ ଅଧିକ ରହିଥାଏ। ଏହାକୁ ଅଧିକ ଗରମ କଲେ ଏଥିରେ ଏଭଳି ଏକ ତତ୍ତ୍ୱ ସୃଷ୍ଟି ହୁଏ ଯାହା କ୍ୟାନ୍‌ସରର ଆଶଙ୍କା ବଢ଼ାଇ ଦେଇଥାଏ। ତେଣୁ ବ୍ରେଡ୍‌କୁ ଅଧିକ ଗରମ କରନ୍ତୁ ନାହିଁ ଓ ପୋଡ଼ିଯାଇଥିବା ଅଂଶକୁ ଆଦୌ ଖାଆନ୍ତୁ ନାହିଁ।

ମାଛ: ମାଛରେ ପ୍ରୋଟିନ୍‌ ରହିଛି। କିନ୍ତୁ ଏହାକୁ ଅଧିକ ଭାଜି ଖାଇଲେ ତାହା କ୍ୟାନ୍‌ସର ସୃଷ୍ଟି କରିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେଲ: ତେଲରେ କୌଣସି ଜିନିଷକୁ ଛାଣି ଖାଇବା ପରେ ବଳକା ତେଲକୁ ବାରମ୍ବାର ଗରମ କରି ଖାଇଲେ ତାହା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। କାରଣ ତେଲକୁ ବାରମ୍ବାର ଗରମ କଲେ ସେଥିରେ ହାନିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ଯାହା କ୍ୟାନ୍‌ସର ସୃଷ୍ଟିର ମଧ୍ୟ ଅନ୍ୟତମ କାରଣ ହୋଇପାରେ।

ଫ୍ରୋଜନ ଫୁଡ୍‌: ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାର ଫ୍ରୋଜନ ଫୁଡ୍‌ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏହି ପ୍ରକାରରେ ରଖାଯାଇଥିବା ମାଂସରେ ନାଇଟ୍ରେଟ୍‌ ଓ ନାଇଟ୍ରାଇଟ୍‌ ଭଳି ପଦାର୍ଥ ରହିଥାଏ ଯାହାକୁ ରାନ୍ଧିବା ମାତ୍ରେ ଏକ ପ୍ରକାର ହାନିକାରକ ତତ୍ତ୍ୱ ବାହାରିଥାଏ, ଯାହା କ୍ୟାନ୍‌ସର ସୃଷ୍ଟି କରିପାରେ।

Sponsored
be-careful-if-you-eat-hot-food-this-problem-may-occur | Argus News