Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଓଷାରେ ଛତୁ ଖାଉଥିଲେ ସାବଧାନ !

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଓଷାରେ ଛତୁ ଖାଉଥିଲେ ସାବଧାନ !

Key Points

ଓଷା ବ୍ରତରେ କାହିଁକି ଖାଆନ୍ତି ନାହିଁ ଛତୁ

ଛତୁ ଆମିଷ ନା ନିରାମିଷ


ଓଷା ବ୍ରତରେ କାହିଁକି ଖାଆନ୍ତି ନାହିଁ ଛତୁ। ଛତୁ ପ୍ରକୃତରେ ଆମିଷ ନା ନିରାମିଷ ଆପଣ ଜାଣନ୍ତି କି। ଛତୁ ଏକ କବକ । ଯାହା ବାଲି, କାଠ, ପାଳ ଇତ୍ୟାଦିରେ ବଢ଼ିଥାନ୍ତି ।ଶ୍ରାବଣ ମାସରେ ପନିପରିବା ଦର ହୁ ହୁ ହୋଇ ବଢ଼ିଯାଇଥିବାବେଳେ ଛତୁ ଦାମ୍ ମଧ୍ୟ ୩୦୦ ପାର୍ କରିଯାଇଥିଲା । ଜଣାପଡ଼ୁଛି ଯେ, ଲୋକଙ୍କ ମତରେ ଛତୁକୁ ନେଇ ଥିବା ଦ୍ୱନ୍ଦ୍ୱ ଧୀରେ ଧୀରେ ଦୂର ହେଉଛି । ଛତୁ ଏମିତି ଏକ ପରିବା ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଦ୍ୱନ୍ଦ୍ୱ ଲାଗି ରହିଥାଏ । ଯେହେତୁ ଏଥିରେ ରକ୍ତ କିମ୍ବା ହାର୍ଟ ନାହିଁ ସେଥିପାଇଁ ଏହାକୁ ନିରାମିଷ କହିପାରିବା । କାରଣ ଏଥିରେ କୌଣସି ଜୀବନ ନାହିଁ । ଏହା ଅନ୍ୟ ଫୁଲ, ଫଳ ଭଳି ବଢ଼ିଥାଏ ।


ସେଥିପାଇଁ ଛତୁ ଆମିଷ ନୁହେଁ । ଏହା ନିରାମିଷ । ଓଷାରେ ଛତୁ ଖାଇବା ଦ୍ୱାରା ଶରୀରରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ । ମନରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ, ଯାହାକୁ ରୋକିବା ପାଇଁ ପୂଜାବେଳେ ଛତୁ ଖାଇବାକୁ ମନା କରନ୍ତି । କିନ୍ତୁ ଛତୁ ଆମିଷ ନୁହେଁ । ଏହା ଅନ୍ୟ ଫୁଲ, ଫଳ ଭଳି ଓଷା ବ୍ରତରେ ଖାଇଦେବ । କେବଳ ଛତୁ କାହିଁକି ଓଷାରେ ପାଣିକଖାରୁ, ଲାଉ, ପୋଇ ଶାଗ, ମଦ, ମାଂସ ଖାଇବାକୁ ବାରଣ କରାଯାଏ । କାରଣ ବ୍ରତରେ ଈଶ୍ୱରଙ୍କ ଧ୍ୟାନରେ ରହିବା ପାଇଁ ଏହି ସବୁ ଜିନିଷ ବାଧା ସୃଷ୍ଟି କରୁଥିବାର ବିଶ୍ୱାସ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଛି ଲୋକ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରୁଥିବାବେଳେ ଆଉ କିଛି ଲୋକ ଓଷା ବ୍ରତରେ ଛତୁ ଖାଇବାକୁ କହିଥାନ୍ତି । ଅପରିଷ୍କାର, ଅନାବନା ଜାଗାରେ ଛତୁ ହେଉଥିବାରୁ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରାଯାଏ । ପ୍ରକୃତରେ ଛତୁ ଅସନା ସ୍ଥାନରେ ହୋଇଥିବାରୁ ଏହାକୁ ଓଷା ବା ବ୍ରତରେ କେହି ଖାଇବାକୁ ପସନ୍ଦ କରନ୍ତି ନାହିଁ।

Sponsored