Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଅଧିକ ମିଠା ଖାଉଥିଲେ ସାବଧାନ, ବୁଦ୍ଧିମତା ଉପରେ ପଡିବ ପ୍ରଭାବ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଧିକ ମିଠା ଖାଉଥିଲେ ସାବଧାନ, ବୁଦ୍ଧିମତା ଉପରେ ପଡିବ ପ୍ରଭାବ

Key Points

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅଧିକ ମିଠାଜାତୀୟ ଖାଦ୍ୟ

ଅଧିକ ଖାଉଥିଲେ ସାବଧାନ

ନହେଲେ କମିଯିବ ବୁଦ୍ଧି

ମିଠା ଖାଇବାକୁ କାହାକୁ ବା ଭଲ ନଲାଗେ। କିସ୍ତୁ ଏହି ମିଠା କେତେ ଯେ କ୍ଷତିକାରକ ତାହା ଜାଣିବା ଆବଶ୍ୟକ। କୁହାଯାଏ ଅଧିକ ମିଠା ଖାଇବା ଦ୍ୱାରା ଭିନ୍ନ ଭିନ୍ନ ରୋଗ ହେଉଛି। ତେବେ କିଛି ଏପରି ଜାଣିଛନ୍ତି କି ଅଧିକ ମିଠା ଖାଇବା ଦ୍ୱାରା ଆମ ବୁଦ୍ଧି ଉପରେ ପ୍ରଭାବ ପଡିଥାଏ। ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ବୁଦ୍ଧିମତାକୁ ପ୍ରଭାବିତ କରିଥାଏ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ବୁଦ୍ଧିମତା ଉପରେ ପଡୁଛି ତାହାକୁ ତନ୍ନତନ୍ନ କରି ଅନୁଧ୍ୟାନ ମଧ୍ୟ କରିଥିଲେ। ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କ ବୁଦ୍ଧିମତାରେ ତାରତମ୍ୟତା ଦେଖିବାକୁ ମିଳିଥିଲା।

‘ଅତ୍ୟଧିକ ମିଠା ଓ ବୁଦ୍ଧିମତା’ ବିଷୟକୁ ନେଇ ହୋଇଥିବା ସର୍ଭେରୁ ଟୋକିଓ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏଭଳି କଥା ଜାଣିପାରିଛନ୍ତି। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରି ଗୋଟିଏ ଗ୍ରୁପରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ। ଅଧିକ ମାତ୍ରାରେ ମିଠା ଖାଉଥିଲେ ଏବେଠୁ ସାବଧାନ ହେଇଯାଆନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
be-careful-if-you-eat-too-many-sweets-otherwise | Argus News