Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଖାଲିପେଟରେ କଫି ପିଉଥିଲେ ହୋଇ ଯାଆନ୍ତୁ ସାବଧାନ

Lifestyle

ଖାଲିପେଟରେ କଫି ପିଉଥିଲେ ହୋଇ ଯାଆନ୍ତୁ ସାବଧାନ

Smruti Parija
Browse all articles by Smruti Parija
·2 years ago·1 min read
ଖାଲିପେଟରେ କଫି ପିଉଥିଲେ ହୋଇ ଯାଆନ୍ତୁ ସାବଧାନ

ଅର୍ଗସ ବ୍ୟୁରୋ: କଫି କାହାକୁ ଵା ଭଲ ନଲାଗେ ।  ଛୋଟ ପିଲା ଠାରୁ ଆରମ୍ଭ କରି ଵୁଢା ଵୁଢୀ ପର୍ଯ୍ୟନ୍ତ ସମସ୍ତଙ୍କୁ କଫି ପସନ୍ଦ । କିନ୍ତୁ କଫିକୁ ସଵୁଵେଳେ ପିଇଵା ଏଵଂ ଅତ୍ୟଧିକ ପିଇଵା ଦେହ ପ୍ରତି କ୍ଷତି କାରକ ହୋଇଥାଏ । ସକାଳେ ଖାଲି ପେଟରେ କଫି ପିଇଵାର ଅଭ୍ୟାସ ଅନେକ ଲୋକଙ୍କର ଥାଏ । ହେଲେ ଏହି ଅଭ୍ୟାସଟି ବହୁତ୍ ରୋଗର କାରଣ ହେଇପାରେ ।
 କଫି ଵିନା ଅନେକ ଲୋକଙ୍କର ସକାଳ ସମ୍ପୂର୍ଣ୍ଣ ହୋଇନଥାଏ । ଏହା ପିଇଵା ଦ୍ଵାରା ସତେଜ ଲାଗେ ଓ କାମ କରିଵାର ଇଛା ଵଢିଥାଏ ।  ତଥାପି ଏହାର ଭଲ ଗୁଣ ଥିଵା ସ୍ଵତ୍ତ୍ୱେ ଏହାକୁ ଖାଲି ପେଟରେ ପିଇଲେ ଏସିଡିଟି ଓ କଲେଷ୍ଟ୍ରୋଲକୁ ଵଢାଇଥାଏ । ଖାଲିପେଟରେ ପିଇଲେ ଅସୁଵିଧା ହୋଇପାରେ ।

୧: ନରଭସ୍ ଓ ଚିନ୍ତା

କଫିରେ କଫିନ୍ ଥିଵାରୁ ଏହାକୁ ପିଇଲେ ସତେଜ କରିଥାଏ । ହେଲେ ଖାଲି ପେଟରେ ଏହାକୁ ପିଇଲେ ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଯେମିତି ଅତ୍ୟଧିକ ଚିନ୍ତା ଲାଗିବା । ନରଭସ୍ ଲାଗିବା ଇତ୍ୟାଦି । କ୍ୟାଫେନ୍ ଶରୀରରେ କଲେଷ୍ଟ୍ରୋଲକୁ ଵଢାଇଥାଏ । ଏହା ଅଧିକ ହେଲେ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨: ଏସିଡିଟି ହେବାର ଆଶଙ୍କା 

କଫିରେ ଏସିଡ୍ ଥାଏ ଏବଂ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ଏସିଡିଟି ହୋଇଥାଏ । ଯାହା ଆମ ଦେହ ଖରାପର କାରଣ ହୋଇଥାଏ । କଫିରେ ଟେନିନ୍  ଥାଏ ଯାହାକି ଆଇରନ୍ ଏବଂ କ୍ୟାଲସିୟମ୍ ସମେତ କେତେକ ପୋଷକ ତତ୍ତ୍ୱ ଵଢିଵାର ବାଧା ସୃଷ୍ଟ କରିଥାଏ ।

Painting
Sponsored
Be careful while drinking coffee in empty-stomach | Argus News