Videos
|
Lifestyle

କ୍ୟାନ୍ସର ରୋଗରୁ ରକ୍ଷା ପାଇଁ ଏହି ଖାଦ୍ୟକୁ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ

Ritu Das
Browse all articles by Ritu Das
·1 year ago·2 min read
କ୍ୟାନ୍ସର ରୋଗରୁ ରକ୍ଷା ପାଇଁ ଏହି ଖାଦ୍ୟକୁ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ

କ୍ୟାନସର ଏକ ବହୁତ ବଡ଼ ରୋଗ। ଯେଉଁ ରୋଗରେ ଏବେ ବିଶ୍ବରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ରୋଗ ସମ୍ପୂର୍ଣ୍ଣ ଭଲ ହେବା ଏକ କଷ୍ଟସାଧ୍ୟ ବ୍ୟାପାର ଅଟେ। କିନ୍ତୁ ଏହି ରୋଗ ନ ହେବା ପାଇଁ ଆପଣ ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତନ କରିପାରିବେ। ଯାହାଦ୍ବାରା ଏହି ରୋଗ ହେବାର ଆଶଙ୍କା କମ ହୋଇଥାଏ।
ଏମିତି କିଛି ଖାଦ୍ୟ ଅଛି ଯେଉଁଥିରେ ଥିବା ପୋଷକତତ୍ତ୍ବ କ୍ୟାନସର ଆଶଙ୍କାକୁ କମ କରିଥାଏ। ଏମିତି ୮ ପ୍ରକାର ଖାଇବା ରହିଛି ଯାହାକୁ ଖାଇଲେ କ୍ୟାନସର ହେବା ସମ୍ଭାବନା କମ ହୋଇଥାଏ।


ହଳଦୀ: ହଳଦୀରେ କରକ୍ୟୁମିନ ନାମକ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିବା ସହ ଆଣ୍ଟି ଇମ୍ଫଲେମେଟରୀ ତତ୍ତ୍ବ ମିଳିଛି। ଏହା କ୍ୟାନସର ସେଲ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଏହା ସ୍ତନ କର୍କଟ, ପ୍ରୋଷ୍ଟେଟ କ୍ୟାନସର ଏବଂ ଯକୃତ କ୍ୟାନସରରେ ହଦଳୀ ବେଶୀ ଲାଭଦାୟକ ହୋଇଥାଏ। ହଳଦୀକୁ କ୍ଷୀର ସହିତ ନିଜ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରସୁଣ: ରସୁଣ ଶରୀର ପାଇଁ ବେଶ ଉପକାରୀ। ରସୁଣରେ ସଲଫର କମ୍ପାଉଣ୍ଡ ପରିମାଣ ଅଧିକ ରହିଛି। ଯାହାକୁ ଖାଇଲେ କ୍ୟାନସର ଜନ୍ମ କରୁଥିବା ସେଲକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

ରସୁଣ ଖାଇଲେ ପେଟ, ଯକୃତ କ୍ୟାନସର ଭଳି ରୋଗ ନହେବାରେ ସହାୟକ ହୋଇଥାଏ। ରସୁଣକୁ କଞ୍ଚା କିମ୍ବା ଭାଜିକି ଖାଇଲେ ଏହାର ପୁରା ଲାଭ ମିଳିଥାଏ।


ବ୍ରୋକଲି: ବ୍ରୋକଲି ଭଳି ଫୁଲକୋବି, ବନ୍ଧାକୋବି ଭଳି ସବୁଜ ପରିବାରେ ସଲଫୋରଫେନ ନାମକ ଏକ ଉପାଦାନ ମିଳିଥାଏ। ଯାହାର ତତ୍ତ୍ବ କ୍ୟାନସର ସେଲକୁ ବଢ଼ିବାରେ ରୋକିଥାଏ। ଏବଂ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ ସହାୟକ ହୋଇଥାଏ। ବ୍ରୋକଲିକୁ ଗରମ ପାଣିରେ ସିଝେଇକି କିମ୍ବା ଷ୍ଟିମ ଦେଇକି ଆପଣ ଏହାକୁ ଖାଇପାରିବେ। ଏହାର ପୋଷକତତ୍ତ୍ବ ସେମିତି ହିଁ ରହିଥାଏ।


ଟମାଟର: ଟମାଟୋରେ ଲାଇଫୋପିନ ନାମକ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସଡାଣ୍ଟ ରହିଛି। ଯାହା ପ୍ରୋଷ୍ଟେଟ କ୍ୟାନସର ଆଶଙ୍କାକୁ କମ କରିଥାଏ। ଲାଇଫୋପିନ ତ୍ବଚା କ୍ୟାନସର ହେବାରେ ବି ରକ୍ଷା କରିଥାଏ।


ଗ୍ରୀନ ଲିଫ୍‌: ସ୍ବାସ୍ଥ୍ୟ ପାଇଁ ବେଶ ହିତକର ସବୁଜ ଶାଗ। ଶାଗରେ ଫାଇବର, ଭିଟାମିନ ଏବଂ ମିନେରାଲ ଭରପୁର ମାତ୍ରାରେ ରହିଛି। ଏଥିରେ ଥିବା ଆଣ୍ଟିଅକ୍ସଡାଣ୍ଟ ଶରୀରକୁ ଫ୍ରି ରେଡିକଲ୍ସରୁ ରକ୍ଷା କରିବା କ୍ୟାନସର ଆଶଙ୍କାକୁ ଦୂର କରିଥାଏ। ଯଦି କାହାକୁ ଶାଗ ପସନ୍ଦ ନୁହେଁ ସେ ସୁପ କିମ୍ବା ସାଲାଡ କରି ଖାଇପାରିବେ।


ବେରୀଜ: ଷ୍ଟ୍ରବେରିଜ, ବ୍ଲ୍ୟୁବେରୀ, ରସ୍ପବେରୀ ଏବଂ କ୍ରାନବେରୀ ଭଳି ବେରୀଜରେ ଏନ୍ଥୋସାୟାନିନ ଏବଂ ଭିଟାମିନ ସି ଭଳି ଆଣ୍ଟିଅକ୍ସଡାଣ୍ଟ ରହିଛି। ଏହି ବେରୀଜକୁ ଖାଇବାଦ୍ବାରା ଏହାର ତତ୍ତ୍ବ କ୍ୟାନସର ସେଲ ବଢ଼ିବାରେ ରୋକିଥାଏ। ଏବଂ ଶରୀରରେ ରୋଗପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ।


ଅଖରୋଟ: ଅଖରୋଟରେ ଓମେଗା-୩ ଫ୍ୟାଟି ଏସିଡ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଶରୀରରେ ସେଲକୁ ବୃଦ୍ଧି କରିବାକୁ ଦେଇ ନ ଥାଏ। ଅଖରୋଟ ବା ବାଦାମକୁ ଆପଣ ସ୍ନାକ୍ସ କିମ୍ବା ସାଲାଡରେ ମିଶାଇକି ଖାଇପାରିବେ।

ତେବେ ଏହି ସବୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ଆପଣାଇବା ଉଚିତ୍ । କାରଣ ଅର୍ଗସ ପକ୍ଷରୁ ଏହାର ପୁଷ୍ଟି କରାଯାଉ ନାହିଁ।