Videos
|
Lifestyle

lifestyle / ସିନ୍ଥିରେ ସିନ୍ଦୂର ଲଗାଇଲେ ମିଳେ ଏହି ସବୁ ଫାଇଦା

Rashmita Mishra
Browse all articles by Rashmita Mishra
·1 year ago·2 min read
ସିନ୍ଥିରେ ସିନ୍ଦୂର ଲଗାଇଲେ ମିଳେ ଏହି ସବୁ ଫାଇଦା
lifestyle news

Key Points

ହିନ୍ଦୁ ବିବାହ ସମୟରେ ସିନ୍ଦୂର ଦାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଧି। ଯାହା ଜଣେ ମହିଳାଙ୍କ ବୈବାହିକ ଜୀବନର ଆରମ୍ଭ ଏବଂ ସଧବା ନାରୀର ପ୍ରତୀକ।

ବିବାହ ଏକ ପବିତ୍ର ବନ୍ଧନ। ଏହି ବନ୍ଧନରେ ଦୁଇ ଆତ୍ମା ଯୋଡ଼ି ହୋଇ ଗୋଟିଏ ନୂଆ ସମ୍ପର୍କ ସୃଷ୍ଟି ହୁଏ । ତେବେ ଦୁଇଟି ଆତ୍ମାକୁ ଗୋଟିଏ ଡୋରୀରେ ବାନ୍ଧି ରଖିବା ପାଇଁ ଆମ ‌ହିନ୍ଦୁ ବିବାହରେ ଅନେକ ଗୁଡ଼ାଏ ରୀତିନୀତି ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ସନ୍ଦୂର ଦାନ’।

ହିନ୍ଦୁ ବିବାହ ସମୟରେ ସିନ୍ଦୂର ଦାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଧି। ଯାହା ଜଣେ ମହିଳାଙ୍କ ବୈବାହିକ ଜୀବନର ଆରମ୍ଭ ଏବଂ ସଧବା ନାରୀର ପ୍ରତୀକ। ବିଶ୍ବାସ କରାଯାଏ ଯେ, ହିନ୍ଦୁ ଧର୍ମରେ ସିନ୍ଦୂର ପ୍ରେମ, ଆବେଗ ଏବଂ ଭଲପାଇବାକୁ ବଢାଇଥାଏ । କାହିଁକି ନା, ସିନ୍ଦୂରର ଲାଲ ରଙ୍ଗ ହିନ୍ଦୁ ସଂସ୍କୃତିରେ ପ୍ରେମ ଏବଂ ଶକ୍ତିକୁ ବୁଝାଇଥାଏ ।

ସିନ୍ଦୂର ଦାନ ପରେ ଗୋଟିଏ ଝିଅର ବୈବାହିକ ଜୀବନ ଆରମ୍ଭ ହେଲା ବୋଲି ବୁଝାଇଥାଏ । ସିନ୍ଦୂର ଲଗାଇବା ଦ୍ୱାରା କନ୍ୟା "ସୁମଙ୍ଗଳୀ" ରେ ପରିଣତ ହୁଏ। ଅର୍ଥାତ ଏହି ସିନ୍ଦୂର ହିଁ ଜଣାଇ ଦେଇଥାଏ ହିନ୍ଦୁ ନାରୀଙ୍କ ସ୍ବାମୀ ଜୀବିତ ବୋଲି। ଏହା ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଆଶୀର୍ବାଦ। ପ୍ରତିଦିନ ସିନ୍ଦୂର ଲଗାଇବା ଅର୍ଥ ହେଉଛି ସ୍ୱାମୀଙ୍କ ପାଇଁ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନ‌ା କରିବା। ସିନ୍ଦୂରକୁ ଶକ୍ତିର କେନ୍ଦ୍ର ଭାବରେ ବିବେଚନା କରାଯାଇଥାଏ ସେଥିପାଇଁ କପାଳରେ ହିଁ ଧାରଣ କରାଯ‌ାଏ। ବିଶ୍ବାସ କରାଯାଏ ‌ଯେ କପାଳରେ ଯେଉଁ ନାରୀର ସିନ୍ଦୂର ଥାଏ ସେ ନାରୀ ଖୁବ୍ ଶକ୍ତିଶାଳୀ।

କେବଳ ପୌରାଣିକ ନୁହେଁ‌‌;‌ ଏହା ମହିଳାଙ୍କ ସୌନ୍ଦର୍ଯ୍ୟ ଏବଂ ଆକର୍ଷଣକୁ ବୃଦ୍ଧି କରେ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ବିଧି ଅନୁସାରେ, ବର ସିନ୍ଦୂର ଲଗାଇବା ସମୟରେ ଏକ ମନ୍ତ୍ର ଉଚ୍ଚାରଣ କରନ୍ତି। କନ୍ୟାକୁ ଆଶୀର୍ବାଦ ଦିଅନ୍ତି ଏବଂ ତାଙ୍କର ସୌଭାଗ୍ୟ ବଢାଇଥାନ୍ତି। ପ୍ରତ୍ୟେକ ବିବାହିତ ମହିଳା ପ୍ରତିଦିନ ସିନ୍ଦୂର ଲଗାଇଥାନ୍ତି, ପ୍ରାୟତଃ ଏହି ବିଶ୍ୱାସ ସହିତ ଯେ ଏହା ସେମାନଙ୍କ ସ୍ୱାମୀମାନଙ୍କୁ ସୁରକ୍ଷା ଦିଏ। ସିନ୍ଦୂର ଦାନ କେବଳ ଏକ ରୀତି ନୁହେଁ; ଏହା ହିନ୍ଦୁ ପରମ୍ପରାର ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ,ସମ୍ମାନ ଏବଂ ବନ୍ଧନର ପ୍ରତୀକ ହୋଇଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories