Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଖରାଦିନରେ ସଵୁଠାରୁ  ଲାଭଦାୟକ ଏବଂ ସ୍ଵାଦିଷ୍ଚ ସତ୍ତୁ ପାଣି

Rashmita Mishra
Browse all articles by Rashmita Mishra
·2 years ago·2 min read
ଖରାଦିନରେ ସଵୁଠାରୁ  ଲାଭଦାୟକ ଏବଂ ସ୍ଵାଦିଷ୍ଚ ସତ୍ତୁ ପାଣି

ଅର୍ଗସ ବ୍ୟୁରୋ: ଗରମ ଦିନ  ଆସିଲେ ଲୋକମାନେ ସଵୁଵେଳେ କିଛି ଥଣ୍ଡା ଜିନିଷ ଖାଇଵାକୁ ,ପିଇଵାକୁ ପସନ୍ଦ କରିଥାନ୍ତି । ଏଥିପାଇଁ କି ପେଟ ଥଣ୍ଡା ରହିଵ ଵୋଲି।ଗରମରୁ ରକ୍ଷା କରିବା ପାଇଁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି । ଖରାଦିନରେ ସଵୁଠାରୁ  ଲାଭଦାୟକ ଏବଂ ସ୍ଵାଦିଷ୍ଚ ସତ୍ତୁ ପାଣି । ଏହା କେବଳ ପେଟକୁ ଥଣ୍ଡା ରଖେ ନାହିଁ ବରଂ ସୂର୍ଯ୍ୟ କିରଣରୁ ସୃଷ୍ଟି ହେଉଥିବା ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ସକାଳେ ଖାଲି ପେଟରେ ସତ୍ତୁ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ । ଯାହା ଶରୀର ଭିତରୁ ଅପରିଷ୍କାରକୁ ସଫା କରିବା ପାଇଁ କାମ କରେ । ସକାଳେ ସତ୍ତୁ କିପରି ପିଇବେ ଜାଣନ୍ତୁ ଏବଂ ଏହା ଶରୀରକୁ କଣ ଲାଭ ଦିଏ 

ସତ୍ତୁ କିପରି ତିଆରି କରିବେ :-
ଆପଣ ସତ୍ତୁକୁ ଖାଲି ପେଟରେ କିମ୍ବା ଜଳଖିଆ ସହିତ ପିଇପାରିବେ । ଏଥିପାଇଁ ୧ ଗ୍ଲାସ୍ ସାଧା ପାଣି ନିଅନ୍ତୁ ଏବଂ ସେଥିରେ ୨ରୁ୩ ଚାମଚ ସତ୍ତୁକୁ ମିଶାନ୍ତୁ ।ବର୍ତ୍ତମାନ ଏଥିରେ କଳା ଲୁଣ,  ଜିରା ପାଉଡର, କିଛି ଲେମ୍ବୁ ମିଶାନ୍ତୁ ।  ତାପରେ ଏହାକୁ ପାଣି କରି ପିଅନ୍ତୁ ।ଯଦି ଆପଣ ଚାହାନ୍ତି ତେଵେ ଏଥିରେ କଦଳୀ ମିଶାଇ ପିଇପାରିବେ । 

ଖାଲି ପେଟରେ ସତ୍ତୁ ପିଇବାର ଉପକାର :-

ଷ୍ଟ୍ରୋକ ଏବଂ ଖରାରୁ ରକ୍ଷା କରେ :-
ଗରମ  ଦିନରେ ସତ୍ତୁ ପିଇବା ଦ୍ଵାରା ଗରମରୁ ରକ୍ଷାମିଳିଥାଏ ।  ସୂର୍ଯ୍ୟ କିରଣର ପ୍ରଭାବକୁ ହ୍ରାସ କରିବାରେ ସତ୍ତୁ ମଧ୍ୟ ସହାୟକ ହୋଇଥାଏ । ସତ୍ତୁ ପିଇଵା ଦ୍ଵାରା ଶରୀରରେ ଜଳୀୟ ଅଶଂ ଵଢିଥାଏ । ଗରମରୁ ରକ୍ଷା ପାଇବା ପାଇଁ, ପ୍ରତିଦିନ ସକାଳେ ସତ୍ତୁ ପିଇବା ଆବଶ୍ୟକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶରୀରକୁ ହାଇଡ୍ରେଟ୍ ରଖେ :-
ଖରାଦିନରେ ସତ୍ତୁ ପିଇଲେ ଶରୀରକୁ ହାଇଡ୍ରେଟ୍ ରଖେ । ଯେତେବେଳେ ଶରୀର ଡିହାଇଡ୍ରେଟିଂ ହୁଏ ସେଵେ ସତ୍ତୁ ପିଇପାରିଵେ । ଏହା  ଶରୀରରେ ଭଲ ରଖିଵା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ଭାଵରେ କରାଇଥାଏ । ଶରୀରକୁ ହାଇଡ୍ରେଟ୍ ରଖିବାରେ ସତ୍ତୁ  ଲାଭଦାୟକ ଅଟେ । 

ହଜମ କରେ :-
ସାତ୍ତୁ ପିଇବା ଦ୍ୱାରା ହଜମ ଭଲ ହୋଇଥାଏ । ଶରୀର ମଧ୍ୟ ସୁସ୍ଥ ରହିଥାଏ । ଖରା ଦିନରେ ସତ୍ତୁ ପିଇଲେ ପେଟର ଅସୁବିଧା ଦୂର କରିବାରେ ସାହାଯ୍ୟ କରେ । ଏଥିରେ ରିଚ୍ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ  ସଫା କରିଥାଏ ।ଶରୀରରେ ଜମା ହୋଇଥିବା ମଇଳା ସଫା କରିବାରେ ସତ୍ତୁ ମଧ୍ୟ ସାହାଯ୍ୟ କରିଥାଏ ।


ମୋଟା ପଣ :-
ମୋଟା ପଣ ସମସ୍ୟା କିଛି ଲୋକଙ୍କୁ ବହୁତ କଷ୍ଟ ଦେଇଥାଏ ।ଏପରି ପରିସ୍ଥିତିରେ ସତ୍ତୁକୁ  ଖାଲି ପେଟରେ ରଖିବା ଲାଭଦାୟକ ହୋଇଥାଏ । ସତ୍ତୁ ପିଇବା ଦ୍ୱାରା ପେଟରେ ଫୁଲା କମିଯାଏ । ଏହା ଗ୍ୟାସ ସମସ୍ୟାକୁ ମଧ୍ୟ କମାଇ ଥାଏ ।ସକାଳେ ଖାଲି ପେଟରେ ସତ୍ତୁ ପିଇବା ମଧ୍ୟ ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ

Sponsored
benefits of drinking sattu everyday in morning | Argus News