Videos
|
Lifestyle

ଚୋପା ସହିତ ଭଜା ଚଣା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ

Rashmita Mishra
Browse all articles by Rashmita Mishra
·2 years ago·2 min read
ଚୋପା ସହିତ ଭଜା ଚଣା ଖାଇବା ସ୍ୱାସ୍ଥ୍ୟ ପାଇଁ  ଭଲ

ଅର୍ଗସ ବ୍ୟୁରୋ: ଚୋପା ସହିତ ଭଜା ଚଣା ଖାଇବାର ବିଭିନ୍ନ ଲାଭ ଅଛି । ଯଦି ଆପଣ ଜାଣନ୍ତି ତେବେ ଆପଣ ଏହାକୁ ସଵୁଵେଳେ ଏହିପରି ଖାଇବେ। ଚୋପା ସହିତ ଭଜା ଚଣା  ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଅନେକ  ଲାଭଦାୟକ ହୋଇଥାଏ। ଏଥିରେ ଫାଇବର ଭରପୂର ହୋଇ ରହିଛି ଯାହା  ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏଥିରେ ଅନେକ ଲାଭ ମଧ୍ୟ ଅଛି। ଆସନ୍ତୁ ଏହି ବିଷୟରେ ଜାଣିବା 

 ଅଧିକାଂଶ ଲୋକ ଭଜା ଚଣାର ଚୋପାକୁ ବାହାର କରି ଖାଆନ୍ତି କିନ୍ତୁ ଏହାକୁ ବାହାର ନକରି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଫାଇଵର ପରିମାଣ ଏତେ ମାତ୍ରାରେ ଅଛିଯେ ଵିଭିନ୍ନ କାମ କରିଵା ପାଇଁ ଇଛା ଶକ୍ତି ଵଢିଥାଏ । ଏଵଂ ମେଟାଵୋଲିକ ସ୍ତର ଵଢାଏ ଓ ହଜମକୁ ତ୍ୱରାନ୍ୱିତ କରିଥାଏ 

ଭଜା ଚଣା ଚୋପା ଭୁଷି ପରି କାମ କରେ :-
ଭଜା ଚଣା ଚୋପା ଭୁଷି ପରି କାମ କରେ ଯାହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ । ଉଚ୍ଚ କୋଲେଷ୍ଟ୍ରୋଲ୍ କୁ  କମାଇଵାରେ ସାହାର୍ଯ୍ୟ କରେ ଏବଂ ଓଜନ କମାଇଵାରେ ମଧ୍ୟ ସାହାଯ୍ୟ ହୋଇଥାଏ ।  ଏହା ବ୍ୟତୀତ ଏହା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଯାହା ଫ୍ୟାଟି ଲିଭର ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ତେଣୁ, ଯେଉଁମାନଙ୍କର ଫ୍ୟାଟି ଲିଭର ରୋଗ ଅଛି ସେମାନେ ଏହାକୁ ଖାଇବା ଜରୁରୀ । 

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ 
ମଧୁମେହ ରୋଗୀମାନେ ଏହାର ଚୋପା ସହିତ ଭଜା ଚଣା ଖାଇବା ଜରୁରୀ । ଏହା ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଏବଂ ଇନସୁଲିନ୍ ଉତ୍ପାଦନକୁ ବଢାଇଥାଏ । କେବଳ ଏତିକି ନୁହେଁ ମଧୁମେହରେ କୋଷ୍ଠକାଠିନ୍ୟର ଲକ୍ଷଣ ହ୍ରାସ କରିବାରେ ସହାୟକ ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଷ୍ଠକାଠିନ୍ୟରେ ଉପକାରୀ 
ଏହାର ଚୋପା ସହିତ ଭଜା ଚଣା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟର ମୁକାବିଲା କରିବାରେ ସାହାଯ୍ୟ କରେ । ଏହା ହଜମକୁ ତ୍ୱରାନ୍ୱିତ କରେ ଏବଂ ଅନ୍ତନଳୀ ଗତିକୁ ତ୍ୱରାନ୍ୱିତ କରେ ଯାହା ଅନ୍ତନଳୀ ଗତିକୁ ସହଜ କରିଥାଏ ଏବଂ କୋଷ୍ଠକୁ ରୋକିଥାଏ । ଯାହା ପାଇଲସ୍ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ