Videos
|
Lifestyle

  କେଉଁ ରୋଗକୁ ଦୂର କରିଥାଏ କଲରା ?

Manini Pattanayak
Browse all articles by Manini Pattanayak
·2 years ago·2 min read
  କେଉଁ ରୋଗକୁ ଦୂର କରିଥାଏ କଲରା ?

ନୂଆଦିଲ୍ଲୀ: କଲରା ଏମିତି  ଗୋଟେ ପରିବା ଯାହାକୁ  ଖାଇବା ପାଇଁ ପ୍ରାୟତଃ ସମସ୍ତେ ନାକ  ଟେକିଥାନ୍ତି।  ଏହାକୁ ଖାଇଲେ ପ୍ରବଳ ପିତା ଲାଗିଥାଏ। ଯେଉଁଥିପାଇଁ   କେହି କେହି ଏହାକୁ ଖାଇବାକୁ  ଦଶ ଥର ଭାବିଥାନ୍ତି।  କାରଣ ପାଟିରେ  ସ୍ୱାଦ ପରିବର୍ତ୍ତନ  କରିଦେଇଥାଏ କଲରା।  କିନ୍ତୁ ସ୍ୱାସ୍ଥ୍ୟ ପାଇଁ କଲରା ଏତେ ଲାଭଦାୟକ ଯେ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ।  ଏଥିରେ  ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥିବାରୁ ଏହା ଖାଇଲେ ଶରୀରକୁ   ପ୍ରଚୁର ଲାଭ  ମିଳିଥାଏ।   ଟାଇବେଟିସ୍‌ ପାଇଁ କଲରା ବହୁତ ଲାଭଦାୟକ।  ଏଥିରେ ଥିବା ଫାଇବର  ପାଚନ  ତନ୍ତ୍ରକୁ କୁ ସୁସ୍ଥ  ରଖିବାରେ ସହାୟକ ହୋଇଥାଏ। ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ କଲରା।   କଲରାରେ  ଆଇରନ୍‌ , ଭିଟାମିନ୍‌ ଏ , ଭିଟାମିନ୍‌ ବି,  ଭିଟାମିନ୍‌ ସି,   ପୋଟାସିୟମ, ଜିଙ୍କ,  ଏଣ୍ଟିଅକ୍ସିଡେଣ୍ଟ ଏବଂ  ହାଇପୋଗ୍ଲାଇସେମିକ୍   ସହ ଆହୁରି  ଅନେକ  ପୋଷକ ତତ୍ତ୍ୱ ମିଳିଥାଏ।   ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ କର୍କଟ ବିରୋଧୀ ଗୁଣ ମଧ୍ୟ  କଲରାରେ ମିଳିଥାଏ।   
 

କେଉଁ ରୋଗକୁ ଦୂର କରିଥାଏ କଲରା

କଲରାର ନିୟମିତ ସେବନ ଦ୍ୱାରା ଆସ୍ତମା,  ଶ୍ୱାସକ୍ରିୟା, ହୃଦ ରୋଗ, କିଡନୀ, ଯକୃତ, ହଜମ ପ୍ରକ୍ରିୟା, ଚକ୍ଷୁ ରୋଗ, ରକ୍ତ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ଭଳି ଅନେକ ସମସ୍ୟାରୁ  ମୁକ୍ତି ମିଳିଥାଏ।  କଲରା ଖାଇବା ଦ୍ୱାରା  ଶାରୀରିକ ଦୁର୍ବଳତା ଦୂର ହୋଇଥାଏ। 
 

ସଂକ୍ରମଣ ରୋଗରୁ  ରକ୍ଷା କରିଥାଏ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଲରାରେ ଥିବା  ଭିଟାମିନ୍‌ ସି  ଯୋଗୁଁ  ଇମ୍ୟୁନ ଶିଷ୍ଟମ  ମଜଭୁତ ହୋଇଥାଏ।   ଯେଉଥିପାଇଁ  ଆମକୁ ଅନେକ ପ୍ରକାରର ସଂକ୍ରମଣ ରୋଗରୁ ରକ୍ଷା କରିଥାଏ।  ଖାଲି ଏତିକି ନୁହେଁ କଲରାରେ ଭିଟାମିନ୍‌  ଏ  ପ୍ରଚୁର ପରିମାଣରେ ମିଳିଥାଏ। ଯାହା  ଆମର ଆକ୍ଷିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ଏବଂ ଆଖି ସମ୍ବନ୍ଧୀୟ  ରୋଗ ଦୂର ହୋଇଥାଏ।  
 

ମୋଟାପା କମ କରିଥାଏ କଲରା

କଲରା  ମୋଟାପାକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।  କଲରାରେ କ୍ୟାଲେରି କମ ଏବଂ ଫାଇବର ଅଧିକ ରହିଥାଏ।  ଯେଉଁଥିପାଇଁ  ବାର ବାର  ଭୋକ  ଲାଗିନଥାଏ।  କେବଳ ଏତିକି ନୁହେଁ, ଏହା ମେଟାବୋଲିଜିମ୍ ମଧ୍ୟ ବୃଦ୍ଧି କରିଥାଏ  । ଯେଉଥିପାଇଁ ପେଟ ସୁସ୍ଥ ରହିଥାଏ।  ପାଚନ ତନ୍ତ୍ର ମଜଭୁତ  ରହିଥାଏ। 
 କେମିତି ଖାଇବେ କଲରା

ଡାକ୍ତରଙ୍କ ଅନୁସାରେ କଲରାକୁ ବିଭିନ୍ନ ଉପାୟରେ କଲରାକୁ ଖାଇପାରିବା।  କଲରାକୁ ଭାଜି କରି ଖାଇପାରିବେ, ଏହାକୁ ଆଚାର  କରି ଖାଇପାରିବେ  ଏହାର ଜୁସ୍ କରି କରି ପିଇ ପାାରିବେ।  ଯଦି  ଆପଣ ନିୟମିତ ଭାବେ  କଲରାକୁ ନିଜ ଖାଦ୍ୟରେ ବ୍ୟବହାର  କରୁଛନ୍ତି ତେବେ ଏହା ଆପଣଙ୍କୁ ଅନେକ ପ୍ରକାର ରୋଗରୁ ରକ୍ଷା କରିପାରିବ। 

 ଅଧିକ ଦେଖନ୍ତୁ :