Brain Stroke / ବ୍ରେନ୍ ଷ୍ଟ୍ରୋକର ୫ଟି ଭୟଙ୍କର ଲକ୍ଷଣ... ''BEFAST'' ଜାଣିଲେ ବଞ୍ଚିପାରିବ ଜୀବନ

Key Points
ବ୍ରେନ୍ ଷ୍ଟ୍ରୋକର ୫ଟି ଭୟଙ୍କର ଲକ୍ଷଣ...
''BEFAST'' ଜାଣିଲେ ବଞ୍ଚିପାରିବ ଜୀବନ
ସ୍ନାୟୁଗତ ରୋଗ ମଧ୍ୟରେ ଅଧିକାଂଶ ରୋଗୀଙ୍କ ବ୍ରେନ ଷ୍ଟ୍ରୋକ୍ ହେଉଥିବା ଦେଖିବାକୁ ମିଳିଥାଏ । ପୂର୍ବରୁ ଯେଉଁ ବୟସରେ ବ୍ରେନ ଷ୍ଟ୍ରୋକ ହେଉଥିଲା ଏବେ କିନ୍ତୁ କମ୍ ବୟସରେ ମଧ୍ୟ ତାହା ହେଉଥିବା ଦେଖିବାକୁ ମିଳୁଛି । ଏମିତି କି ଯୁବପିଢିଙ୍କ ମଧ୍ୟରେ ଅଧିକା ଦେଖିବାକୁ ମିଳୁଛି । ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରି ପାରିଲେ ରୋଗୀ ଜଣଙ୍କ ସୁସ୍ଥ ହୋଇ ପାରୁଛନ୍ତି । ନଚେତ୍ ଅନେକାଂଶରେ ଜଣେ ବ୍ରେନ୍ ଷ୍ଟ୍ରୋକ ରୋଗୀ ଜୀବନ ସାରା ଅକ୍ଷମ ହୋଇଯାଆନ୍ତି କିମ୍ବା ମୃତ୍ୟୁମୁଖରେ ପଡ଼ିଥାନ୍ତି । ଏକ ସର୍ଭେ ରିପୋର୍ଟ ଅନୁସାରେ ଏବେ ପ୍ରତି ଚାରି ଜଣଙ୍କ ମଧ୍ୟରେ ଜଣଙ୍କୁ ବ୍ରେନ ଷ୍ଟ୍ରୋକ ହେଉଥିବା ସୂଚନା ରହିଛି ।
ବ୍ରେନ୍ ଷ୍ଟ୍ରୋକ କ’ଣ ? ଏହା କେତେ ପ୍ରକାର ରହିଛି
ବ୍ରେନ ଷ୍ଟ୍ରୋକ ସାଧାରଣତଃ ଦୁଇ ପ୍ରକାରର ଥାଏ । ଗୋଟିଏ ଏସେମିକ ଷ୍ଟ୍ରୋକ୍ ଓ ଅନ୍ୟଟି ହାମରେଜିଙ୍ଗ ଷ୍ଟ୍ରୋକ । ଏସେମିକ ଷ୍ଟ୍ରୋକରେ ବ୍ରେନ ଭିତରେ ଯେଉଁ ରକ୍ତ ଶିରା ପ୍ରଶୀରାରେ ପ୍ରବାହିତ ହେଉଛି, ଯଦି ତା’ ଭିତରେ ମଇଳା ଜମି ଯାଉଛି । ତେବେ ତାକୁ ଆମେ ଏସେମିକ ଷ୍ଟ୍ରୋକ୍ ବୋଲି କହୁ ଏବଂ ହାମେରେଜିଙ୍ଗ ଷ୍ଟ୍ରୋକକୁ ସରଳ ଭାଷାରେ ଆମେ ବ୍ରେନ ହାମରେଜ ବୋଲି କହୁ । ରକ୍ତ ନଳୀ ବ୍ରେନ ଭିତରେ ଫାଟି ଗଲେ ତାକୁ
‘ହାମରେଜ ଷ୍ଟ୍ରୋକ’ କୁହାଯାଏ।"
କେଉଁମାନଙ୍କ ଠାରେ ଅଧିକ ଷ୍ଟ୍ରୋକ ଦେଖିବାକୁ ମିଳେ ?
ମୁଖ୍ୟତଃ ରିସ୍କ ଫ୍ୟାକ୍ଟର ୫୫ ବର୍ଷ ବୟସରୁ ଅଧିକା ପୁରୁଷ ଲୋକଙ୍କ ପାଇଁ ରହୁଛି । ବ୍ଲଡ଼ ପ୍ରେସର, ଡାଇବେଟିସ, ହାଇ କୋଲେଷ୍ଟୋରାଲ, ଶାରୀରିକ ଅଳସୁଆ,ମୋଟା, ଷ୍ଟ୍ରେସ, ବାୟୁ ପ୍ରଦୂଷଣ ପାଇଁ ଷ୍ଟ୍ରୋକ ବଢି ଯାଉଛି । ଆଜିକାଲି ଷ୍ଟ୍ରୋକ କେବଳ ବୟସ୍କ ବ୍ୟକ୍ତିଙ୍କୁ ହେଉନି ବରଂ ଯୁବ ପିଢ଼ିଙ୍କୁ ମଧ୍ୟ ହେଉଛି ।
କାହିଁକି ନା’ ଯୁବପିଢିମାନେ ଆଜିକାଲି ଅଧିକ ଜଙ୍କ୍ ଫୁଡ଼ ଖାଇବା, ଘରେ ବସି କାମ କରିବା, ଶାରୀରିକ ବ୍ୟାୟାମ ନ କରିବା ଆଦି କାରଣ ହୋଇପାରେ । ଏହାସହ ଯଦି ବ୍ଲଡ଼ ପ୍ରେସର, ଡାଇବେଟିସ ରହୁଛି, ତେବେ ଡ୍ରଗ୍ସ, କୋକିନ ନେଲେ ମଧ୍ୟ ବ୍ରେନ୍ ଷ୍ଟ୍ରୋକ ହେବାର ବହୁତ ସମ୍ଭାବନା ରହିଛି । ଏସବୁ ମୋଟାମୋଟି ହେଲା ଷ୍ଟ୍ରୋକ୍ ଆଶଙ୍କା ବୃଦ୍ଧି ହୋଇଥାଏ ବୋଲି କହିଛନ୍ତି ଡାକ୍ତର ଅମ୍ଳାନ ତପନ ମହାପାତ୍ର ।
ପଢ଼ନ୍ତୁ ଏହି ଖବର: ଏହି ୫ଟି ଖାଦ୍ୟ ନଷ୍ଟ କରୁଛି କିଡନୀ, ଆପଣ ଖାଉଛନ୍ତି କି ?
ବ୍ରେନ ଷ୍ଟ୍ରୋକର ଲକ୍ଷଣ ଜାଣିବେ କେମିତି ?
ବ୍ରେନ ଷ୍ଟ୍ରୋକର ଲକ୍ଷଣ ଜାଣିବାକୁ ହେଲେ ‘BEFAST’ ଭାବେ ନିଜକୁ ସଜାଗ କରି ପାରିବେ। B- ବାଲାନ୍ସ ହରାଉଛନ୍ତି, E- ଯଦି ଆଖିରେ ଦେଖାଯାଉ ନାହିଁ, ପତା ପଡି ଯାଉଛି କିମ୍ବା ଦୁଇ ଦୁଇଟା ଦେଖାଯାଉଛି । F- ଫେସ୍ ଯଦି ବଙ୍କା ହୋଇଯାଉଛି, A- ଆର୍ମ ବାହୁ କିମ୍ବା ହାତଗୋଡ଼ କାଲୁଆ ପଡ଼ି ଯାଉଛି, S- ସ୍ପିଚ, କଥା କହିବା ବେଳେ ଯଦି ପାଟି ଖନି ମାରିଯାଉଛି, ଠିକରେ ବୁଝି ପାରୁନାହାନ୍ତି, କଥା ଜମା କହି ପାରୁନାହାନ୍ତି । ତେବେ ସମୟ ନଷ୍ଟ ନ କରି ହସ୍ପିଟାଲ ଯିବା ଜରୁରୀ ଅଟେ । ଶେଷରେ T- ସମୟ ନଷ୍ଟ ନ କରି ଷ୍ଟ୍ରୋକ ଚିକିତ୍ସାରେ ସାଢ଼େ ଚାରି ଘଣ୍ଟା ମଧ୍ୟରେ ହସ୍ପିଟାଲ ଆସିବାକୁ ହେବ।
ବ୍ରେନ ଷ୍ଟ୍ରୋକର ପ୍ରତିକାର କ’ଣ ?
ବ୍ରେନ୍ ଷ୍ଟ୍ରୋକ ନ ହେବା ପାଇଁ ନିୟମିତ ବ୍ୟାୟାମ କରିବା, ନିଶା ଦ୍ରବ୍ୟ ବନ୍ଦ କରିବା, ସିଗାରେଟ ନ ଟାଣିବା, ବେଶୀ ଲୁଣ ଓ ଚିନି ଖାଇବେ ନାହିଁ । ଜଙ୍କ ଫୁଡ଼ ଖାଇବା ବନ୍ଦ କରିବେ, ତେଲ ମସଲା ଖାଇବା ବନ୍ଦ କରିବେ । ପ୍ରତି ସପ୍ତାହରେ ୧୫୦ ମିନିଟ ଚାଲିବା ଜରୁରୀ । ଏହାସହ ଚିନ୍ତାମୁକ୍ତ ଜୀବନ ଯାପନ କରିବା ଉଚିତ୍ ।
କାହିଁକି ବଢୁଛି ବ୍ରେନ୍ ଷ୍ଟ୍ରୋକ୍ ?
ଏବେ ବ୍ରେନ ଷ୍ଟ୍ରୋକ ବଢିବାର କାରଣ ମଧ୍ୟରେ ବହୁତ କିଛି କାରଣ ରହିଛି । ୧୯୯୧ ଓ ୨୦୨୧ ମଧ୍ୟରେ ଯଦି ଆମେ ଏକ ସର୍ଭେ ରିପୋର୍ଟ ଦେଖିବା ତେବେ ୫୦ ପ୍ରତିଶତ ଷ୍ଟ୍ରୋକର ମାତ୍ରା ବଢି ଯାଇଛି ।
ବ୍ରେନକୁ ସୁସ୍ଥ କେମିତି ରଖିବା ?
ବ୍ରେନକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ବ୍ରେନ ଷ୍ଟ୍ରୋକ ପାଇଁ ଯେଉଁସବୁ ମୁଖ୍ୟ କାରଣ ରହୁଛି ତାକୁ କମ କରିବେ। ଯଦି ବ୍ଲଡ଼ ପ୍ରେସର, ଡାଇବେଟିସ ଅଛି, କୋଲେଷ୍ଟୋରେଲ ଅଛି, ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ପ୍ରତିଦିନ ଚାଲିବା ଜରୁରୀ, ବ୍ୟାୟାମ କରିବା, କିଛି ନୂଆ ଚିନ୍ତା କରିବା, ଚିତ୍ର ଆଙ୍କିବା, ନୂଆ ଭାଷା, ନୂଆ ବାଦ୍ୟ ଯନ୍ତ୍ର ବଜାଇବା ଶିଖିବା ଦ୍ୱାରା ବ୍ରେନ ସୁସ୍ଥ ରହିଥାଏ। ଏହାସହ ୭ରୁ ୯ ଘଣ୍ଟା ଶାନ୍ତିରେ ଶୋଇବା ଜରୁରୀ। ଏସବୁ କଲେ ବ୍ରେନ ସୁସ୍ଥ ରହିବା ସହ ଷ୍ଟ୍ରୋକର ଚାନ୍ସ କମ ହେବ।
📱 Get Argus News App
✨Related Topics
Explore more stories