Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପ୍ରତିଦିନ ବ୍ରୋକଲି ଖାଇଲେ ମିଳିବ ଏହି ସବୁ ଫାଇଦା

Rashmita Mishra
Browse all articles by Rashmita Mishra
·10 months ago·2 min read
ପ୍ରତିଦିନ  ବ୍ରୋକଲି ଖାଇଲେ ମିଳିବ ଏହି ସବୁ ଫାଇଦା

Key Points

ସମସ୍ତ ପନିପରିବା ଭଳି ବ୍ରୋକଲି ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ । ଯାହା ସାଧାରଣତଃ କୋବି ଭଳି ଦେଖାଯାଇଥାଏ । କିନ୍ତୁ ସେଇଟା କୋବି ନୁହେଁ ।

ବର୍ତ୍ତମାନ ସମୟରେ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳୁଛି । ଭଲ ସ୍ବାସ୍ଥ୍ୟ ପାଇଁ ଭଲ ଖାଦ୍ୟର ଆବଶ୍ୟକତା ରହିଛି ନଚେତ୍ ସ୍ବାସ୍ଥ୍ୟକୁ ଖରାପ କରିଦେଇଥାଏ । ଆମ ସୁସ୍ଥ ଶରୀର ଗଠନ ପାଇଁ ସମସ୍ତ ପନିପରିବାର ଆବଶ୍ୟକତା ରହିଛି । ଯାହା ଆମକୁ ଅନେକ ପୋଷକ ତତ୍ତ୍ବ ଯୋଗାଇଥାଏ । ସମସ୍ତ ପନିପରିବାରେ କିଛି ନା କିଛି ବିଶେଷ ଗୁଣ ରହିଛି । ଯାହା ଆମ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେହିଭଳି ସୁପରଫୁଡ୍ ସମ୍ପର୍କରେ ଜଣାଇବୁ ।

ସମସ୍ତ ପନିପରିବା ଭଳି ବ୍ରୋକଲି ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ । ଯାହା ସାଧାରଣତଃ କୋବି ଭଳି ଦେଖାଯାଇଥାଏ । କିନ୍ତୁ ସେଇଟା କୋବି ନୁହେଁ । ଦେଖିବାକୁ ଠିକ୍ ଫୁଲ କୋବି ଭଳି ଏବଂ ନୀଳ ରଙ୍ଗର । ଯାହାର ଚାହିଦା ବର୍ତ୍ତମାନ ସମୟରେ ଖୁବ୍ ବଢିଛି । ଯାହାକୁ ଶୀତଦିନେ ଖୁବ୍ ସହଜରେ ମାର୍କେଟରୁ ମିଳିଯାଇଥାଏ । କିନ୍ତୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରି ନଥାନ୍ତି । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ବ୍ରୋକଲିରେ ଅନେକ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଛି । ଯାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ । ସାଲାଡ୍ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପନିପରିବା ପର୍ଯ୍ୟନ୍ତ ଅନେକ ପ୍ରକାରର ପନିପରିବା ତିଆରିରେ ବ୍ରୋକୋଲି ବ୍ୟବହାର କରାଯାଏ । ବ୍ରୋକଲିରେ କେଉଁ ସବୁ ଉପାଦାନ ରହିଛି ଆସନ୍ତୁ ପ୍ରଥମେ ସେସମ୍ପର୍କରେ ଜାଣିବା ।

ବ୍ରୋକଲିରେ ଭରପୁର ମାତ୍ରାର ପ୍ରୋଟିନ୍, କ୍ୟାଲସିୟମ୍, କାବ୍ରୋହାଇଡ଼୍ରୋଟ, ଆଇରନ, ଭିଟାମିନ ଏ, ସି ଏବଂ ଅନ୍ୟାନ୍ୟ ପୋଷକ ରହିଛି । ଏହା ସହିତ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍, ସେଲେନିୟମ୍, ଭିଟାମିନ୍ ବି, ଫାଇବର ଏବଂ ଫସଫରସ ଭଳି ଗୁଣ ମଧ୍ୟ ଏଥିରେ ରହିଛି । ଯାହା ସମସ୍ତ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଏହି ବ୍ରୋକଲିର ଚମତ୍କାରୀ ଗୁଣ ସମ୍ପର୍କରେ ଜାଣିବା ।

ଡାଇବେଟିସ ରୋଗୀଙ୍କ ପାଇଁ ସବୁଜ ପନିପରିବା ଫଳପ୍ରଦ ହୋଇଥାଏ । ସେହି ସବୁ ମଧ୍ୟରୁ ବ୍ରୋକଲି ଅନ୍ୟତମ । ଯାହା ଡାଇବେଟିସ୍ ରୋଗୀଙ୍କ ପାର୍ଇ ବେଷ୍ଟ ହୋଇଥାଏ । ବ୍ରୋକଲି ଖାଇବା ଦ୍ବାରା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍ ସି ଏବଂ ଜିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହା ଖାଇବା ଦ୍ବାରା ରୋଗ ସହିତ ଲଢେଇ କରିବାର କ୍ଷମତାକୁ ବୃଦ୍ଧି କରେ । ପିଲାମାନଙ୍କ ପାଇଁ ଏହା ଉପଯୁକ୍ତ ଖାଦ୍ୟ ବୋଲି କୁହାଯାଇପାରେ ।

ବ୍ରୋକଲିରେ ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନରେ ଭରପୁର । ଯାହା ଖାଇବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ଫୁଲ କରି ରଖିଥାଏ । ଫଳରେ ଓଜନ ଯାତ୍ରାକୁ ସହଜ କରିଥାଏ । ତେଣୁ ଏହାକୁ ଆପଣ ଡାଏଟ ପ୍ଲାନରେ ଆଡ୍ କରିପାରିବେ । ଏତିକି ନୁହେଁ ବରଂ ଲିଭର ସମସ୍ୟା ପାଇଁ ଏହା ଶକ୍ତିଶାଳୀ ହୋଇଥାଏ । କ୍ୟାନସର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହି ସବୁ ସମସ୍ୟା ଥିଲେ ଏହାକୁ ନିଶ୍ଚିନ୍ତ ଖାଆନ୍ତୁ ।

କ୍ୟାଲସିୟମର ଅଭାବ ଥିଲେ ହାଡ଼ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ଏବେ ଘରେ ଘରେ ଖୁବ୍ ସାଧାରଣ କଥା ହୋଇଗଲାଣି । ଏହି ସବୁ ସମସ୍ୟା ଦେଖାଦେଉଥିଲେ ସେସବୁ ପାଇଁ ଚିନ୍ତା କରନ୍ତୁ ନାହିଁ । ଯେଉଁଥି ପାଇଁ ପ୍ରଭାବଶାଳୀ ହୋଇଥାଏ ବ୍ରୋକଲି । ହାଡ଼ ଜନିତ ସମସ୍ୟାଠାରୁ ମୁକ୍ତି ଦେବା ସହ ହାଡ଼କୁ ମଜବୁତ କରେ । ତେଣୁ ବ୍ରୋକଲି ଖାଇବାର ଅଭ୍ୟାସ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Daily Broccoli Consumption Benefits – Health Advantages You Must Know | Argus News | Argus News