ଏହି ୬ ଜଣଙ୍କ ସହ ସମ୍ପର୍କ ରଖିଲେ, ମନୁଷ୍ୟ ସଫଳତାର ଶିଖରରେ ପହଞ୍ଚି ପାରିବ

ଆମ ଜୀବନରେ ସମ୍ପର୍କର ବହୁତ ମହତ୍ଵ ଥାଏ ଏବଂ ଏହି ସମ୍ପର୍କକୁ ନେଇ ଆମ ଜୀବନ ଚାଲେ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ଏହି ସମ୍ପର୍କକୁ ନେଇ କିଛି କଥା କହିବୁ । ଆଜି ଆମେ ଅପଣଙ୍କୁ ଚଣକ୍ୟଙ୍କ ଏକ ଏଭଳି ନୀତି ବିଷୟରେ କହିବୁ ଯାହା ଆପଣଙ୍କୁ ସଫଳତାର ମାର୍ଗରେ ଆଗକୁ ବଢିବ ପାଇଁ ସାହାଯ୍ୟ କରିବ । ଆପଣମାନେ ତ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣାଇଥିବେ ସେ ଜେଣ ବିଶିଷ୍ଟ ନୀତିକାର ଓ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ । ତେବେ ସଫଳ ହେବା ପାଇଁ କେଉଁ ନୀତି ଆପଣାଇବା ଉଚିତ୍ ଆସନ୍ତୁ ଜାଣିବା ।
ସତ୍ୟ:- ଆପଣ ଜାଣିଥିବେ ସତ୍ୟର ମାର୍ଗ ସବୁଠୁ ଭଲ କିନ୍ତୁ କଠିନ । ତଥାପି ଚାଣକ୍ୟଙ୍କ କହିବା ଅନୁସାରେ ସତ୍ୟର ମାର୍ଗରେ ଚାଲିବା ବ୍ୟକ୍ତି କେବେବି ହାରି ନ ଥାଏ କି ଡରି ନ ଥାଏ କିନ୍ତୁ ମିଥ୍ୟା ରାସ୍ତାରେ ଚାଲୁଥିବା ବ୍ୟକ୍ତିର ଦିନେ ନା ଦିନେ ଅଧୋପତନ ସୁନିଶ୍ଚିତ ହୁଏ। ଚାଣକ୍ୟଙ୍କ କହିବା ଅନୁସାରେ ସତ୍ୟକୁ ନିଜ ମା ଭଳି ସ୍ଵୀକାର କରିବା ଆବଶ୍ୟକ, ଯେମିତି ଆପଣ ନିଜ ମାର କୋଳରେ ଥିବା ବେଳେ ନିଜ ମା ଉପରେ ସଂପୂର୍ଣ୍ଣ ବିଶ୍ଵାସ ଥାଏ ସେହିଭଳି ସବୁବେଳେ ସତ୍ୟ ଉପରେ ବିଶ୍ଵାସ ରଖି ଏହାର ସତ୍ୟରେ ଚାଲିବା ଉଚିତ ।
ଜ୍ଞାନ:- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପିତାଙ୍କୁ ଜ୍ଞାନ ର ଜାଗା ଦିଆ ଯାଇଛି । ଏହା ଅର୍ଥ ଜ୍ଞାନ ର ସମ୍ମାନ ନିଜ ପିତାଙ୍କ ଭଳି କର । କୁହାଯାଏ କି ଅଜ୍ଞାନୀ ମନୁଷ୍ୟ ଏହି ସଂସାରରେ କୌଣସି ପଶୁ ଠାରୁ କମ ନୁହେଁ, ଯିଏ କି ସର୍ବଦା ବୋଝ ଉଠାଇ ଚାଲିଥାଏ କିନ୍ତୁ ଜଣେ ଜ୍ଞାନୀ ମନୁଷ୍ୟ ନିଜ ଜ୍ଞାନ ବଳରେ ସବୁ କଷ୍ଟର ସମାଧାନ କରି ଆଗକୁ ମାଡି ଚାଲେ ।
ଧର୍ମ:- ସର୍ବଦା ଧର୍ମ ର ରକ୍ଷା କରିବା ଉଚିତ ଓ ଏହା ନିଜ ସାଥି ଭାବି ଚାଲିବା ଆବଶ୍ୟକ । ଆପଣଙ୍କୁ ନିଜ ଧର୍ମ ର ପାଳନ କରିବା ଉଚିତ । ଏବଂ ମନୁଷ୍ୟର ଧର୍ମ ହେଉଛି ମଣିଷତ୍ଵ, ମାନବିକତା । ସବୁବେଳେ ଧର୍ମର ମାର୍ଗରେ ଚାଲୁଥିବା ବ୍ୟକ୍ତିକୁ ସମସ୍ତେ ସମ୍ମାନ କରନ୍ତି । ଧର୍ମକୁ ନିଜର ଭାଇ ଭଳି ମାନି ଚାଲିବା ଉଚ୍ଚିତ ।
ଦୟା:- ଦୟା ସବୁଠୁ ବଡ ମିତ୍ର ଅଟେ, ଏହା ଦ୍ଵାରା ଶତ୍ରୁ ବି ମିତ୍ର ହୋଇଥାଏ । ସର୍ବଦା କ୍ରୋଧରେ ରହିବା ଉଚିତ ନୁହେଁ । ଅନ୍ୟମଙ୍କୁ ଦୟା ଦେଖାଉଥିବା ମନୁଷ୍ୟ ସର୍ବଦା ପୂଜନୀୟ ।
📱 Get Argus News App
✨ଶାନ୍ତି ଓ କ୍ଷମା:- ଶାନ୍ତିକୁ ପତ୍ନୀର ଜାଗା ଦିଆ ଯାଇଛି । ଏହାର ଅର୍ଥ ମନୁଷ୍ୟ ଶାନ୍ତିକୁ ହିଁ ନିଜର ପତ୍ନୀ ଭାବିବା ଦରକାର । କାହିଁକି ନା ଶାନ୍ତ ବାତାବରଣରେ ମନୁଷ୍ୟର ମନ ତୃପ୍ତ ହୋଇଥାଏ । ସବୁବେଳେ ଖୁସିରେ ରହିବା ପାଇଁ ମନୁଷ୍ୟକୁ ସର୍ବଦା ଶାନ୍ତି ରକ୍ଷା କରିବା ଉଚିତ ।
ଏବଂ ଶେଷ ଟି ହେଉଛି କ୍ଷମା, ଚାଣକ୍ୟଙ୍କ ଅନୁସାରେ କ୍ଷମାକୁ ନିଜର ପୁତ୍ର ଭାବିବା ଆବଶ୍ୟକ, ଯେଉଁଭଳି ମନୁଷ୍ୟ ନିଜ ପୁତ୍ରର ସମସ୍ତ ଭୁଲକୁ କ୍ଷମା କରିଥାଏ ସେହି ପରି ସମସ୍ତ ଲୋକଙ୍କର ଭୁଲକୁ ମଧ୍ୟ କ୍ଷମା କରିବା ଆବଶ୍ୟକ । କ୍ଷମା ଠାରୁ ବଡ ଆଉ କିଛି ନାହିଁ ଏହାକୁ ସବୁଠୁ ଉଚ୍ଚ ସ୍ଥାନରେ ଦିଆଯାଇଛି ।