Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହିତକର ନୁହେଁ ବେଶୀ ହସ, ଚାଲି ଯାଇପାରେ ଜୀବନ !

Lifestyle

ହିତକର ନୁହେଁ ବେଶୀ ହସ, ଚାଲି ଯାଇପାରେ ଜୀବନ !

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହିତକର ନୁହେଁ ବେଶୀ ହସ, ଚାଲି ଯାଇପାରେ ଜୀବନ !

ହସ... କୁହାଯାଏ ସବୁବେଳେ ହସିବା ସ୍ୱାସ୍ଥ୍ୟ ପାଇଁ ହିତକର । କେବଳ ସେତିକି ନୁହେଁ, ହସିଲେ ଆୟୁଷ ବି ବଢ଼ିଥାଏ। ହସ ଶରୀରର ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହା ସହିତ ମନୋବଳକୁ ବୃଦ୍ଧି କରାଇଥାଏ। ସେହିପରି ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଚାପରୁ ମୁକ୍ତି ପ୍ରଦାନ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ହସିବା ଦ୍ୱାରା ଜୀବନ ବି ଚାଲିଯାଏ।

ଆମ ଓଡ଼ିଆରେ ଗୋଟିଏ କଥା ଅଛି, ପ୍ରତ୍ୟେକ ଜିନିଷ 'ଅତିରୁ ଇତି' ହୋଇଥାଏ । ତେବେ ହସିବାକୁ କାହାକୁ ବା ଭଲ ନ ଲାଗେ। ହସ ବି କେତେବେଳେ ବିପଦ ସାଜିପାରେ ତାହା ଭାବିବା କଳ୍ପନା ବାହାରେ। କିଛି ଲୋକ ବହୁତ ସମୟରେ ଜୋରରେ ହସିବାକୁ ଲାଗନ୍ତି। ହେଲେ ସେହି ହସ ତାଙ୍କ ପାଇଁ ବିପଦ ସାଜେ। ଏହାର ମଧ୍ୟ ଅନେକ ଉଦହାରଣ ରହିଛି।

ଡାମନୋଏନ ସେନ-ଉମ ନାମକ ଜଣେ ବ୍ୟକ୍ତି ଲଗାତାର ଦୁଇ ମିନିଟ୍‌ ଧରି ଜୋରରେ ହସିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୧୯୭୫ରେ ଆଲେକ୍ସ ମିଚେଲ ନାମକ ଜଣେ ବ୍ୟକ୍ତି ଟିଭି ଶୋ ‘ଦ ଗୁଡିଜ’ର ଏକ ଏପିସୋଡ ଦେଖୁଥିବା ସମୟରେ ହସି ହସି ତାଙ୍କର ଜୀବନ ଯାଇଥିଲା। କାରଣ ଅତ୍ୟଧିକ ହସ ଶ୍ୱାସକ୍ରିୟାରେ ପ୍ରଭାବ ପକାଇଥାଏ । ପ୍ରକୃତରେ, ଜୋରରେ ହସିବା ଫଳରେ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟା ବେଳେ ବାଧା ଉପୁଜିଥାଏ । ଯାହାଫଳରେ ହାର୍ଟ ବ୍ଲକ ହେବାର ସମ୍ଭାବନା ଥାଏ । ଆଉ ଏହି କାରଣରୁ ମୃତ୍ୟୁ ମଧ୍ୟ ହୋଇଥାଏ ।

ଏପରିକି ଅଧିକ ହସିବା ଦ୍ୱାରା ଫୁସଫୁସ, ହୃଦୟ ଏବଂ ମସ୍ତିଷ୍କ ଉପରେ ଅତ୍ୟଧିକ ଚାପ ପଡ଼ିଥାଏ। ଯାହାକୁ ହିଷ୍ଟୋରିକାଲ ଲାଫ୍ଟ ମଧ୍ୟ କୁହାଯାଏ। ଏହା ଶ୍ୱାସକ୍ରିୟା ବନ୍ଦ ହେବା କିମ୍ବା ହୃଦଘାତ ଭଳି ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିପାରେ। ଯାହା ଫଳରେ ବ୍ୟକ୍ତିଙ୍କ ଜୀବନ ଚାଲିଯାଏ। ଯେତେବେଳେ ଆପଣ କୌଣସି କଥାରେ ଜୋରରେ ହସୁଛନ୍ତି, ତେବେ ଆପଣ ପେଟ ଚାପି ହସିବାକୁ ଆରମ୍ଭ କରନ୍ତି। ସେହି ସମୟରେ ଆପଣ ହସକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। ସବୁବେଳେ ଚେଷ୍ଟା କରନ୍ତୁ ମନ୍ଦ ମନ୍ଦ ହସିବା ପାଇଁ । ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଦ୍ୱାରା ଦୀର୍ଘାୟୁ ରହିବେ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can Laughing Too Hard Kill You? | Argus News