ଗର୍ଭବତୀ ମହିଳାମାନେ ଅମୃତଭଣ୍ଡା ଖାଉଛନ୍ତି କି?

Key Points
ଗର୍ଭବତୀ ମହିଳା ଅମୃତଭଣ୍ଡା ଖାଇଲେ ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ
ବ୍ଲଡପ୍ରେସରର ସମସ୍ୟା ଥିବା ବ୍ୟକ୍ତି ଅମୃତଭଣ୍ଡା ଖାଇବା ଉଚିତ୍ ନୁହେଁ
ଆମେ ସମସ୍ତେ ଭଲ ଭାବେ ଜାଣିଛନ୍ତି କି, ଅମୃତଭଣ୍ଡା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ । ଏଥିରେ ରହିଥିବା ଭିଟାମିନ୍ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ ତା'ସହ ମ୍ୟାଗନେସିୟମ୍, ପୋଟାସିୟମ୍, ନିୟାସିନ୍, ପ୍ରୋଟିନ୍, କାରୋଟିନ୍ ଏବଂ ଫାଇବରେ ଭରପୁର ଅମୃତଭଣ୍ଡା ଆମର ହଜମ ପକ୍ରିୟାକୁ ବଢାଇଥାଏ । କିନ୍ତୁ ଅଧିକ ମାତ୍ରାରେ ଏହାକୁ ଖାଇବା ଦ୍ବାରା କ’ଣ ଅସୁବିଧା ହୋଇଥାଏ ଏବଂ କେଉଁ ଲୋକମାନେ ଏହାକୁ ଖାଇବା ଅନୁଚିତ୍ ଆସନ୍ତୁ ଜାଣିବା
ଗର୍ଭବତୀ ମହିଳା: ଅମୃତଭଣ୍ଡା, ଖାସ୍ କରି କଞ୍ଚା ଅମୃତଭଣ୍ଡା ଅଧିକ ମାତ୍ରାରେ ଖାଇବା ଅନୁଚିତ୍ ଏହା ହାନିକାର ହୋଇଥାଏ କାରଣ ଏହାକୁ ଅଧିକ ଖାଇବା ଦ୍ଵାରା ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ ।
ବ୍ଲଡପ୍ରେସରର ସମସ୍ୟା ଥିବା ବ୍ୟକ୍ତି: ଅମୃତଭଣ୍ଡା ସେବନ କରିବା ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଯେଉଁ ମାନେ ବ୍ଲଡପ୍ରେସର ଔଷଧ ଖାଉଛନ୍ତି ସେମାନେ ଅମୃତଭଣ୍ଡା ଖାଇବା କଥା ନୁହେଁ ।
କିଡନରେ ଷ୍ଟୋନ୍ ହୋଇଥିଲେ: ଅମୃତଭଣ୍ଡାରେ ଭିଟାମିନ୍ ସି ଆଣ୍ଟିଅକ୍ସିଡେଣ୍ଟ୍ ଅଧିକ ମାତ୍ରାରେ ରହିଥାଏ ଯାହା ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ ଯାହା ଆମକୁ ବିଭିନ୍ନ ରୋଗରୁ ବଂଚାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଅଧିକ ମାତ୍ରାରେ ଭିଟାମିନ୍ ସିର ସେବନ ଦ୍ବାରା କିଡନିରେ ଷ୍ଟୋନ୍ ତିଆରି କରିଥାଏ ଯାହା ଶରୀର ପାଇଁ କ୍ଷତିକାରକ ।
📱 Get Argus News App
✨
ସ୍କିନ୍ ଉପରେ ଖରାପ ପ୍ରଭାବ: ଯଦି ଆପଣଙ୍କର ସ୍କିନ୍ କୁଣ୍ଡେଇ ହେବା ତା' ସହ ହାତ ହଳଦିଆ ପଡୁଛି ତ, ଆପଣ କାରୋଟମିଆ ନାମକ ଏକ ସ୍କିନ୍ ରୋଗରେ ପିଡିତ । ଏହି କାରଣରୁ ଆଣଙ୍କ ଆଖି, ହାତ ଓ କାନ୍ଧର ରଙ୍ଗ ହଳଦିଆ ହୋଇଥାଏ । ଅମୃତଭଣ୍ଡାରେ ବିଟା କରୋଟିନ୍ ରହିବା କାରଣରୁ ଆଲରଜିର କାରଣ ହୋଇପାରେ । ଏହା ଅଧିକ ଖାଇବା ଦ୍ବାରା ସ୍କିନ୍ ଉପରେ ଖରାପ ପ୍ରଭାବ ପକାଇଥାଏ ।