Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Chanakya Niti / ଚାଣକ୍ୟ ନୀତି: କରନ୍ତୁ ଏହି କାମ, କେବେ ଅର୍ଥର ଅଭାବ ହେବନି

Rashmita Mishra
Browse all articles by Rashmita Mishra
·6 months ago·2 min read
ଚାଣକ୍ୟ ନୀତି: କରନ୍ତୁ ଏହି କାମ, କେବେ ଅର୍ଥର ଅଭାବ ହେବନି
Chanakya Niti

Key Points

ଧନକୁ ଆବଶ୍ୟକତା ଯେତିକି ଖର୍ଚ୍ଚ କରନ୍ତୁ । 
ଏମିତି କଲେ ରହିବନି ଅର୍ଥର ଅଭାବ । 


ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ହେଲେ ଟଙ୍କା ରଖିପାରୁନାହାଁନ୍ତି । କେମିତି ଟଙ୍କା ସଞ୍ଚୟ କରିବେ ଉପାୟ ପାଉ ନାହିଁନ୍ତି କି ? କେମିତି ଟଙ୍କା ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇବ ? କେଉଁଠି ଟଙ୍କା ନିବେଶ କଲେ ଅର୍ଥାଭାବ ହେବ ନାହିଁ ? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆପଣଙ୍କୁ ଆମେ ଦେବୁ ଆସନ୍ତୁ ଜାଣିବା ।

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ଧନ ସମ୍ବନ୍ଧରେ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ମତରେ ଅର୍ଥ ଉପାର୍ଜନ କରିବା ଯେତିକି କଠିନ ତା’ଠାରୁ ଅଧିକ କଠିନ ଏହାକୁ ସଠିକ ରୂପରେ ଖର୍ଚ୍ଚ କରିବା। ଅର୍ଥକୁ ସର୍ବଦା ଭାବିଚିନ୍ତି ସଠିକ ଦିଗରେ ଖର୍ଚ୍ଚ କଲେ ଧନହାନୀର ସମ୍ଭାବନା ହ୍ରାସ ପାଇଥାଏ। ଅର୍ଥ ଉପାର୍ଜନ ସହିତ ସଞ୍ଚୟ ଉପରେ ମଧ୍ୟ ବ୍ୟକ୍ତିକୁ ବିଶେଷ ଧ୍ୟାନ ଦେବା ଉଚିତ।

ଧନକୁ ଆବଶ୍ୟକତା ଯେତିକି ଖର୍ଚ୍ଚ କରନ୍ତୁ
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ବିପଦ ସମୟରେ ଟଙ୍କା ହିଁ ମନୁଷ୍ୟର ପରମ ମିତ୍ର ହୋଇଥାଏ । ବ୍ୟକ୍ତିକୁ ଟଙ୍କା ଉପାର୍ଜନ କରିବା ସହ ତାକୁ ସଠିକ ରୂପରେ ବ୍ୟବହାର କରିବାର କୌଶଳ ମଧ୍ୟ ଜଣାଥିବା ଦରକାର । ଯେଉଁ ବ୍ୟକ୍ତି ଭାବିଚିନ୍ତି ଟଙ୍କା ଖର୍ଚ୍ଚ କରିଥାଏ ତା ପାଖରେ କେବେବି ଅର୍ଥର ଅଭାବ ଦେଖାଦିଏ ନାହିଁ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ, ଟଙ୍କା ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ । ଧନକୁ ଆବଶ୍ୟକତା ରୂପେ ଖର୍ଚ୍ଚ କରିବା ଉଚିତ । ଏହା ସହିତ ଭବିଷ୍ୟତ ପାଇଁ ସର୍ବଦା ଟଙ୍କା ସଞ୍ଚୟ କରିବା ଉଚିତ । ଛୋଟ ଛୋଟ ବିନିଯୋଗ କରି ମଧ୍ୟ ଟଙ୍କାକୁ ସୁରକ୍ଷିତ ରଖାଯାଇପାରିବ।

ଦାନ କରନ୍ତୁ
ମନ୍ଦିରରେ ଟଙ୍କା ଦେବା ଦ୍ୱାରା ଇଶ୍ୱରୀୟ କୃପା ବର୍ଷିଥାଏ ଏବଂ ଟଙ୍କା ଦେଉଥିବା ବ୍ୟକ୍ତିର ଆର୍ଥିକ ସ୍ଥିତି ସୁଦୃଢ଼ ରହିଥାଏ । ଏହା ସହିତ ସମୟ ସମୟରେ ମନ୍ଦିରରେ ଟଙ୍କା ଦାନ କରିବା ଦ୍ୱାରା ବ୍ୟକ୍ତିର ଘରେ କେବେ ଦାରିଦ୍ର୍ୟ ଦେଖାଦିଏନାହିଁ ବୋଲି ଚାଣକ୍ୟ କହିଛନ୍ତି । ଯେଉଁ ବ୍ୟକ୍ତି ଗରୀବ ଏବଂ ଅସହାୟ ଲୋକଙ୍କ ସହାୟତା କରେ, ଦିନକୁ ଦିନ ତାଙ୍କ ଟଙ୍କା ଦ୍ୱିଗୁଣିତ ହେବାରେ ଲାଗିଥାଏ । ଗରିବଙ୍କୁ ଆର୍ଥିକ ସହାୟତା କଲେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ଚାଣକ୍ୟ କହିଛନ୍ତି । ଯେଉଁ ବ୍ୟକ୍ତି ଆୟ ମୁତାବକ ଅଧିକ ଖର୍ଚ୍ଚ କରିଥାନ୍ତି, ସେମାନେ ଆର୍ଥିକ ଚିନ୍ତାକୁ ସାମ୍ନା କରିଥାନ୍ତି । ସେଥିପାଇଁ ଅର୍ଥ ଉପାର୍ଜନ ସହିତ ସଞ୍ଚୟ କରିବା ମଧ୍ୟ ନିହାତି ଆବଶ୍ୟକ ।

ଲୋଭ କରନ୍ତୁ ନାହିଁ

ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସ୍ୱାର୍ଥୀ ଏବଂ ଲୋଭୀ ସ୍ୱଭାବୀ ହେବା ଉଚିତ ନୁହେଁ । ଧନର ଦେବୀ ଲକ୍ଷ୍ମୀ ସ୍ୱାର୍ଥୀ ଏବଂ ଲୋଭୀ ଲୋକଙ୍କ ଠାରୁ ଦୂରେଇ ରୁହନ୍ତି । ସେଥିପାଇଁ ଟଙ୍କା ପଇସା ମାମଲାରେ କେବେ ଲୋଭ ବା ସ୍ୱାର୍ଥ ମନୋଭାବ ରଖିବା ଉଚିତ ନୁହେଁ ।

ବାଣିଜ୍ୟରେ ଟଙ୍କା ନିବେଶ କରନ୍ତୁ

ଚାଣକ୍ୟଙ୍କ ମତରେ ସୁରକ୍ଷା, ଦାନ ଏବଂ ବାଣିଜ୍ୟରେ ଟଙ୍କା ନିବେଶ କରିବା ଦ୍ୱାରା କେବେ ଆର୍ଥାଭାବ ସ୍ଥିତି ଉପୁଜିନଥାଏ ବରଂ ଟଙ୍କା ବୃଦ୍ଧି ପାଇଥାଏ। ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ସର୍ବଦା ସଚ୍ଚୋଟ ଏବଂ ପରିଶ୍ରମର ସହ ଟଙ୍କା ଉପାର୍ଜନ କରିବା ଉଚିତ । ଖରାପ କାମ କରି ଉପାର୍ଜିତ ଧନ ଏବଂ ଅଦରକାରୀ ଖର୍ଚ୍ଚ କରିବା ଦ୍ୱାରା ଟଙ୍କା ସଞ୍ଚୟ ହୋଇପାରେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chanakya Niti | Chanakya Neeti: Do These Things to Never Face Financial Shortage | Argus News