ଚାଣକ୍ୟ କୁହନ୍ତି: ନଡରି ସାହସ ବାନ୍ଧି ଲଢ଼ିବା ବ୍ୟକ୍ତିର ଜିତାପଟ ହୋଇଥାଏ

ଅର୍ଗସ ବ୍ୟୁରୋ: ଆଚାର୍ଯ୍ୟ ଚାଣକ୍ୟ। ତାଙ୍କର ନୀତିଶାସ୍ତ୍ରରେ ସମସ୍ତେ ଅନୁପ୍ରାଣିତ। ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା ଏବଂ ଅନୁଭବକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ କିଭଳି ଖରାପ ସମୟ ଏବଂ ବିପଦର ସମ୍ମୁଖୀନ ହୋଇପାରି ବିଜେତା ହେବ ସେ ନେଇ ପ୍ରକାଶ କରିଛନ୍ତି। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ଯେପରିକି: ଚାଣକ୍ୟ କୁହନ୍ତି, ଖରାପ ସମୟରେ ନିଜର ଚିନ୍ତାଧାରାକୁ ସକରାତ୍ମକ ରଖନ୍ତୁ। ସେତେବେଳେ ଭାବନ୍ତୁ ନାହିଁ ଯେ ଜଣେ ଏକୁଟିଆ ବ୍ୟକ୍ତି ବିପଦ ବେଳେ କ’ଣ କରିପାରିବ।
ଯଥାସମ୍ଭବ ସମସ୍ତ ଶକ୍ତି ଲଗାଇ ପରିସ୍ଥିତିର ସାମ୍ନା କରନ୍ତୁ। କାରଣ ନଡରି ସାହସ ବାନ୍ଧି ଲଢ଼ିଥିବା ବ୍ୟକ୍ତିର ହିଁ ଜିତାପଟ ହୋଇଥାଏ। ଚାଣକ୍ୟ କୁହନ୍ତି, ବିପଦ ବେଳେ ତାର କାରଣ ଏବଂ ନିବାରଣ ବିଷୟରେ ଆତ୍ମସମୀକ୍ଷା କରନ୍ତୁ। ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରନ୍ତୁ। ରଣନୀତି ସ୍ଥିର କରିବା ପରେ ପ୍ରହାର କରନ୍ତୁ। ଚାଣକ୍ୟ କୁହନ୍ତି, ବିପଦ କିମ୍ବା ଖରାପ ସମୟ ଆସିଲେ ବିଚଳିତ ହୁଅନ୍ତୁ ନାହିଁ। ନିଜର ଶୁଭଚିନ୍ତକ ଏବଂ ପରିବାରଲୋକଙ୍କ ସହ ରୁହନ୍ତୁ। ଧୌର୍ଯ୍ୟ ହାରନ୍ତୁ ନାହିଁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: