Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କାହିଁକି ୧.୧୬ କୋଟିର ଅଳଙ୍କାର ୬୮୦ ଟଙ୍କାରେ ବିକିଦେଲେ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାହିଁକି ୧.୧୬ କୋଟିର ଅଳଙ୍କାର ୬୮୦ ଟଙ୍କାରେ ବିକିଦେଲେ ?

୧.୧୬ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ମାତ୍ର ୬୦ ୟୁଆନ ଅର୍ଥାତ୍‌ ୬୮୦ ଟଙ୍କାରେ ବିକ୍ରି କରିଦେଲେ ଝିଅ । ମା ତାଙ୍କ ଝିଅର ଚାହିଦା ପୂରଣ କରିବା ପାଇଁ ଦେଇଦେଲେ ସବୁ ଅଳଙ୍କାର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେମିତି ଏତେ କୋଟିର ଅଳଙ୍କାର ମାତ୍ର ୬୮୦ ଟଙ୍କାରେ ବିକ୍ରି କରିଦେଲେ। ଏଖବର ପରେ ସବୁଠି ଚର୍ଚ୍ଚା ଜୋର ଧରିଛି କି ପ୍ରକୃତ ଘଟଣାକ୍ରମ କଣ ରହିଛି। କେଉଁଠି ଏହି ଘଟଣା ଘଟିଛି ?

ଚାଇନାର ସାଂଘାଇ ସହରରୁ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ତାଙ୍କ ଝିଅର ଚାହିଦା ପୂରଣ କରିବା ପାଇଁ ଏପରି କିଛି କଲେ । ଝିଅଟି ତାଙ୍କ ମାଆଙ୍କ ୧୦ ଲକ୍ଷ ୟୁଆନ (୧.୧୬ କୋଟି ଟଙ୍କା) ମୂଲ୍ୟର ଅଳଙ୍କାର ମାତ୍ର ୬୦ ୟୁଆନ ଅର୍ଥାତ୍‌ ୬୮୦ ଟଙ୍କାରେ ବିକ୍ରି କରିଦେଲେ। ଝିଅଟି ଏପରି କରିଥିଲେ କାରଣ ସେ ଲିପ୍‌ ଷ୍ଟଡ ଏବଂ କାନଫୁଲ କିଣିବାକୁ ଚାହୁଁଥିଲେ। ଯାହା ଯୋଗୁ ସେ ତାଙ୍କ ମାଆଙ୍କ ଜେଡ୍‌ ବ୍ରେସ୍‌ଲେଟ, ହାରଗୁଡିକ ବିକ୍ରି କରିଦେଲେ।

ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଝିଅଟି ଏହା କିଣିବା ପାଇଁ ମାଙ୍କୁ କହିଥିଲେ, ଆଉ ତାଙ୍କ ମା କିଛି ବୁଝିବା ଆଗରୁ ଝିଅଟିକୁ ଅଳଙ୍କାର ଦେଇସାରିଥିଲେ। ପିଲାଟିର ଜିଦ୍‌ ଏବଂ କ୍ରୋଧକୁ କେବଳ ସେତେବେଳେ ନିୟନ୍ତ୍ରଣ କରାଯାଇପାରିବ ଯେତେବେଳେ ମାଆ ବାପା ଏକ ସକାରାତ୍ମକ ଆଭିମୁଖ୍ୟ ରଖନ୍ତି ଏବଂ ନିଶ୍ଚିତ କରନ୍ତି ଯେ, ପିଲାଟି ପିଲାଳିଆମୀରେ ରହିବ । ଏହା ଉପରେ ପିତାମାତା ଧ୍ୟାନ ଦେବା ଆବଶ୍ୟକ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
China Teen Sells Mom’s Rs 1.16 Crore Jewellery To Buy Lip Studs And Earrings Worth Rs 680 | Argus News