Videos
|
Lifestyle

କେଶ ଝଡିବା ଏବଂ ସୁନ୍ଦରତା ବୃଦ୍ଧି କରିଥାଏ କଫି...

Banajyotshna Ray
Browse all articles by Banajyotshna Ray
·1 year ago·2 min read
କେଶ ଝଡିବା ଏବଂ ସୁନ୍ଦରତା ବୃଦ୍ଧି କରିଥାଏ କଫି...

ଅର୍ଗସ ବ୍ୟୁରୋ:  ସାଧାରଣତଃ ସମସ୍ତେ କଫି ପିଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି କଫି ଆପଣଙ୍କ କେଶ ପାଇଁ ଏକ ରାମବାଣ ସଦୃଶ କାମ କରିବ। ଆଜ୍ଞା ହଁ, ଆଜିକାଲି କେଶ ଝଡିବା ସମସ୍ତଙ୍କ ଏକ ବଡ ସମସ୍ୟା । ଯାହାଠାରୁ ଶୁଣିବ କେଶ ଝଡୁଛି। ପୁଅ ହୁଅନ୍ତୁ ଅବା ଝିଅ, ଯେଉଁ ସାମ୍ପୁ ବ୍ୟବହାର କଲେ ବି କେଶ ଝଡିବ କମୁନାହିଁ। ତେବେ ଆସନ୍ତୁ ଜାଣିବା କିପରି କଫି ବ୍ୟବହାର କରି ଆପଣ କେଶ ଝଡିବା ସମସ୍ୟାରୁ ଦୂରେଇ ପାରିବେ। କେଶକୁ ମଜବୁତ ରଖିବା ସହ ଏହାର ବିକାଶରେ ଭିଟାମିନ୍ ‘ସି’ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ କଫିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, କାଫେନ୍ ଏବଂ ଅନ୍ୟ ପୋଷକ ତତ୍ୱ କେଶ ଝଡ଼ିବା, ଧଳା କେଶ, ରୁପି ସମସ୍ୟା, ପ୍ରଦୂଷଣ ଆଦି ଠାରୁ କେଶକୁ ସୁରକ୍ଷିତ ରଖିଥାଏା କଫିରେ ଥିବା କାଫେନ୍ କେଶର(ଫଲିକିଲ୍ସ) ରୋମଛିଦ୍ରରେ ରକ୍ତ ସଞ୍ଚଳନ ବୃଦ୍ଧି ହୋଇଥାଏ ।


-ଫଳରେ କେଶର ବୃଦ୍ଧି ପ୍ରକ୍ରିୟା ସହଜ ହୋଇଥାଏ । ଏହା ବାଦ୍ କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କେଶକୁ କ୍ଷତିରୁ ରକ୍ଷା କରିବା ସହ ସୁସ୍ଥ ରଖିଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-କଫିରେ ମହଜୁଦ ଥିବା ପିଗମେଣ୍ଟ କେଶର ପ୍ରାକୃତିକ ରଂଗ ବଜାୟ ରଖିଥାଏ । ଏହା ଧଳା କେଶ ସମସ୍ୟା ହ୍ରାସ କରିବା ସହ ନୂଆ ଚମକ ଆଣିଥାଏ ।


-କଫିରେ ଥିବା ଆଣ୍ଟିଅକ୍ସିଡାଣ୍ଟ କେଶକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ । ଫଳରେ କେଶ ମଜବୁତ ଓ ସୁସ୍ଥ ରୁହେ 


-କେଶର କୋମଳତା ବଜାୟ ରହିବା ସହ ଚମକ ଆଣିଥାଏ ଏବଂ ସହଜରେ ଫାଟିନଥାଏ ।

ପ୍ରାକୃତିକ ଏକ୍ସଫୋଲିଏଟ୍ ଗୁଣରେ ଭରପୁର କଫି । ଏହା କେଶ ମୂଳରେ ଥିବା ଜମିଥିବା ମଇଳା ସଫା କରିଥାଏ । ଏହା ସହ ମୃତ ଚର୍ମ କୋଷକୁ ହଟାଇବାରେ ସହାୟକ ହୋଇଥାଏ ।


-ଅଧିକାଂଶ ସମୟରେ ବ୍ୟକ୍ତି କେଶର ସୁନ୍ଦରତା ବୃଦ୍ଧି କରିବା ପାଇଁ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର କେମିକାଲଯୁକ୍ତ ମହଙ୍ଗା ଉତ୍ପାଦର ବ୍ୟବହାର କରିଥାଏ । ପରବର୍ତ୍ତୀ ସମୟରେ ଅନେକ ସମସ୍ୟା ଦେଖାଦେଇଥାଏ ।


ତେବେ କଫିର ଏକ ପ୍ୟାକ ତିଆରି କରି ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସହ କେଶ ସୁନ୍ଦର ଦେଖାଯାଇଥାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Coffee prevents hair loss and enhances beauty | Argus News