Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଅଧିକ କୋଲ୍ଡ ଡ୍ରିଙ୍କସ୍ ପିଇଲେ ହେବ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଧିକ କୋଲ୍ଡ ଡ୍ରିଙ୍କସ୍ ପିଇଲେ ହେବ...

ଆସିଲାଣି ଗ୍ରୀଷ୍ମ ଋତୁ। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହେବା ଆରମ୍ଭ ହେଲାଣି। ଲୋକେ ଖରାରୁ ରକ୍ଷା ପାଇବା ପାଇଁ କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି । ତେବେ ଏହା ଦ୍ୱାରା ଶରୀରରେ କ’ଣ କ୍ଷତି ହୋଇଥାଏ ଆପଣ ଜାଣନ୍ତି କି ? ଛୋଟ ପିଲା ହୁଅନ୍ତୁ ଅବା ବୟସ୍କ କୋଲ୍ଡ ଡ୍ରିଙ୍କ୍ସ ସମସ୍ତଙ୍କର ଭାରି ପ୍ରିୟ। ବିଶେଷକରି ଖାଇବା ପରେ ଏହା ପିଇବା ପାଇଁ ଇଚ୍ଛା ହୋଇଥାଏ । ଆଉ ଯଦି ଅଧିକ ପିଉଛନ୍ତି ତେବେ ଏବେଠାରୁ ହିଁ ସତର୍କ ହୋଇଯାଆନ୍ତୁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହା ସ୍ବାସ୍ଥ୍ୟପକ୍ଷେ ହାନିକାରକ ।

ଡାକ୍ତରଙ୍କ କହିବା ଅନୁସାରେ, ଏହା ପିଇବା ଦ୍ବାରା ଲିଭର ଉପରେ ପ୍ରଭାବ ପଡିଥାଏ । ବିଶେଷକରି ଫ୍ୟାଟି ଲିଭର ସମସ୍ୟା ଉପଜିପାରେ । କୋଲ୍ଡ ଡ୍ରିଙ୍କ୍ସରେ ଆର୍ଟିଫିସିଆଲ ଚିନି ରହିଥାଏ । ଅଧିକ ପରିମାଣରେ ଚିନି ଶରୀର ପାଇଁ ଠିକ୍ ନୁହେଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେଣୁ ଏହାର ବ୍ୟବହାର ସୀମିତ କରିବା ପାଇଁ କୁହାଯାଇଛି । ପ୍ରଥମ ହେଲା ଗ୍ଲୁକୋଜ ଏବଂ ଦ୍ବିତୀୟଟି ହେଲା ପ୍ରୁକ୍ଟଜ ।

ଶରୀରରେ ଅଧିକ ମାତ୍ରାରେ ପ୍ରୁକ୍ଟଜ କ୍ଷତିକାରକ ହୋଇଥାଏ । ଅଧିକମାତ୍ରାରେ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ବାରା ଲିଭର ପ୍ରୁକ୍ଟୋଜକୁ ଫ୍ୟାଟରେ ପରିବର୍ତ୍ତନ କରିଥାଏ । ଯାହା ଲିଭରରେ ଜମା ହୋଇଯାଇଥାଏ । ଏହା ଫ୍ୟାଟି ଲିଭରର କାରଣ ହୋଇପାରେ । ଅନ୍ୟପଟେ ଓଜନ ମଧ୍ୟ ବୃଦ୍ଧି ପାଇଥାଏ । କାରଣ ଶରୀରରେ କ୍ୟାଲୋରୀ ମଧ୍ୟ ବୃଦ୍ଧି ପାଇଥାଏ ।

କୋଲ୍ଡ ଡ୍ରିଙ୍କସ୍ ପିଇଲେ ..


- ପେଟରେ ଚର୍ବି ବଢିଥାଏ
- ଶିଶୁମାନେ ସହଜରେ ମୋଟାପଣର ଶିକାର ହୋଇଥାନ୍ତି
- ମଧୁମେହ ରୋଗ ହେବାର ଆଶଙ୍କା ବଢିଥାଏ
- ଉଚ୍ଚ ରକ୍ତଚାପ ରୋଗୀଙ୍କର ରକ୍ତଚାପ ବୃଦ୍ଧି ପାଇଥାଏ
- ଇନ୍ସୁଲିନର ସନ୍ତୁଳନ ବଗିଡ଼ିଥାଏ
- ହୃଦରୋଗୀଙ୍କ କୋଲେଷ୍ଟ୍ରୋଲ ଏବଂ ରକ୍ତ ସଞ୍ଚଳୟ ପ୍ରଭାବିତ ହୁଏ

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cold drinks can be harmful to your health in many ways | Argus News