Videos
|
Lifestyle

କାକୁଡି ଖାଇବା ସମୟରେ ଏପରି ଭୁଲ କରନ୍ତୁ ନାହିଁ

Rashmita Mishra
Browse all articles by Rashmita Mishra
·2 years ago·2 min read
କାକୁଡି ଖାଇବା ସମୟରେ ଏପରି ଭୁଲ କରନ୍ତୁ ନାହିଁ

ଅର୍ଗସ ବ୍ୟୁରୋ: ଖରା ଦିନରେ ଅଧିକାଂଶ ଲୋକ ସାଲାଡରେ କାକୁଡି ଖାଇଵାକୁ ପସନ୍ଦ କରିଥାନ୍ତି ।କିନ୍ତୁ କାକୁଡି ଖାଇବା ସମୟରେ କିଛି ଲୋକମାନେ ଠିକ ଭାଵରେ ଖାଉପାରନ୍ତି ନାହିଁ । ଏହି ସମୟରେ ପ୍ରତ୍ୟକ ଲୋକ ହାଳୁକା ଏବଂ ଥଣ୍ଡା କିଛି ଖାଇବା ପାଇଁ ଇଛା କରିଥାନ୍ତି।ଲୋକମାନେ ନିଶ୍ଚିତ ଭାବରେ ଖରା ଦିନରେ ସାଲାଡ୍ ଖାଆନ୍ତି । ସାଲାଡରେ ପ୍ରଥମ ପସନ୍ଦ ହେଉଛି  କାକୁଡି ଯାହା ପାଣିରେ ପରିପୂର୍ଣ୍ଣ । କାକୁଡି ଥଣ୍ଡା ଥିଵାରୁ ପେଟକୁ ଥଣ୍ଡା କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଶିଘ୍ର ଭରିଯାଏ ଏବଂ ଶରୀର ଥଣ୍ଡା ରହିଥାଏ ।

କାକୁଡିରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ମିଳିଥାଏ । ତଥାପି ଅନେକ ଲୋକ କାକୁଡି ଖାଇବା ସମୟରେ ଏପରି ଭୁଲ କରନ୍ତି ଯେଉଁଥିପାଇଁ ସେମାନେ ପୂରା ଲାଭ ପାଅନ୍ତି ନାହିଁ ।ତେଵେ କାକୁଡି ଖାଇବା ସମୟରେ ଆପଣ କେଉଁ ଭୁଲ୍ କରନ୍ତି ଆସନ୍ତୁ  ଜାଣିଵା 

କୁହାଯାଏକି କାକୁଡି ଖାଇବା ସମୟରେ ଲୋକମାନେ  ଛୋଟ ଛୋଟ ଭୁଲ କରନ୍ତି ଯେଉଁଥିପାଇଁ ଶରୀରକୁ ଏତେ ମାତ୍ରାରେ ଲାଭ ପାଏନାହିଁ । ଅଧିକାଂଶ ଲୋକ କାକୁଡି ଚୋପା ସହ ଖାଆନ୍ତି ନାହିଁ । କିନ୍ତୁ ଯଦି ଆପଣ କାକୁଡ଼ିର ଚୋପାନ ଖାଆନ୍ତି ତେବେ ଏହା ଅଧିକ ଲାଭ ମିଳିଥାଏ । ଭିଟାମିନ୍ ଏ  ବିଟା କାରୋଟିନ୍ ଏବଂ ଭିଟାମିନ୍ କେ କାକୁଡି ଚୋପା ରେ ମିଳିଥାଏ। ଯାହା ଶରୀର ଏବଂ କେଶ ପାଇଁ ଲାଭଦାୟକ  ହୋଇଥାଏ

 ହଜମ ପାଇଁ ଭଲ- କୋଷ୍ଠକାଠିନ୍ୟ ଏବଂ ହଜମ ଜନିତ ସମସ୍ୟାରେ ଥିଵା ବ୍ୟକ୍ତିମାନେ କାକୁଡି ଚୋପା  ଖାଇବା ଉଚିତ୍ । କାକୁଡି ଚୋପାରେ ପ୍ରଚୁର ପରିମାଣରେ ଫାଇବର ଥାଏ ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ  
ଓଜନ ହ୍ରାସ- ଯଦି ଆପଣ କାକୁଡି ଚୋପା ନ ଖାଆନ୍ତି ତେବେ ଏହାର କ୍ୟାଲୋରୀ  କମିଯାଏ । କାକୁଡିରେ ଫାଇବର ପରିମାଣ ଏହାର ଚୋପା ଦ୍ୱାରା ଆହୁରି ଵଢିଥାଏ ।କାକୁଡି ଖାଇବା ଦ୍ଵାରା ଵହୁ ସମୟ ପର୍ପ୍ୟନ୍ତ ପେଟ ଫୁଲ ରଖେ ଏବଂ ମେଦବହୁଳତା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାର୍ଦ୍ଧକ୍ୟକୁ ଦୂରେଇ ରଖେ - କାକୁଡି ଖାଇବା ଦ୍ୱାରା ଚର୍ମ ଚମକି ଉଠେ କିନ୍ତୁ କାକୁଡିର ଚୋପା ରେ ଆସ୍କୋରବିକ୍ ଏସିଡ୍ ଥାଏ ଯାହା ବାର୍ଦ୍ଧକ୍ୟକୁ ଆସିଵାକୁ ଦେଇନଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଚର୍ମକୁ ଅକ୍ସିଡେଟିଭ୍ କ୍ଷତିରୁ ରକ୍ଷା କରିଥାଏ ।
 

cucumber-with-peel-benefits-what-nutrients-in-cucumber-peel | Argus News