Astrology Tips / ଏହି ସବୁ ଦିନ ଜୋତା-ଚପଲ କିଣିବା ଉଚିତ ନୁହେଁ, କିଣିଲେ ଦାରିଦ୍ୟତା ସୁନିଶ୍ଚିଚ

Key Points
ଏହି ଦିନ ଘରକୁ ଆଣନ୍ତୁ ଜୋତା ବଦଳିବ ଭାଗ୍ୟ ।
ଘରେ ରହିଥିବା ସମସ୍ତ ଜିନିଷକୁ ବାସ୍ତୁ ଆନୁସାରେ ସଜାଡ଼ି ରଖିବା ଜରୁରୀ ହୋଇଥାଏ । ଶାସ୍ତ୍ର ଅନୁସାରେ ଅନୁସାରେ ଘରେ ରଖିଥିବା କିଛି ଜିନିଷକୁ ଅଶୁଭ ବୋଲି ଧରାଯାଏ । ଏହି ଜିନିଷ ଘରେ ରହିଲେ ପରିବାରରେ ଅଶାନ୍ତି ଲାଗିରହେ । ବାସ୍ତୁ ଅନୁଯାୟୀ ଘରେ ଜୋତା ଚପଲ ରଖିବାର କିଛି ନିୟମ ରହିଛି । ଏହି ନିୟମ ସବୁକୁ ନଜର ଅନ୍ଦାଜ କଲେ ନାନା ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଥାଏ । ଆସନ୍ତୁ ଜାଣିବା ଜୋତା ବା ଚପଲକୁ ନେଇ କଣ କହେ ବାସ୍ତୁ ।
ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ। ଅମାବାସ୍ୟା, ମଙ୍ଗଳବାର, ଶନିବାର ଓ ଗ୍ରହଣ ଲାଗିଥିବା ଦିନ ମଧ୍ୟ ଲୋକେ ଜୋତା ଚପଲ କିଣିଥାନ୍ତି। ବାସ୍ତୁ ଅନୁଯାୟୀ ଏହା ବ୍ୟକ୍ତିକୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ
ଏହି ସବୁ ଦିନ ଜୋତା ଚପଲ କିଣିବା ଉଚିତ ନୁହେଁ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ଭଣ୍ଡାର ଗୃହକୁ ଜୋତା ଚପଲ ପିନ୍ଧି ଯିବା ଉଚିତ ନୁହେଁ। ଘରର ଯେଉଁ ସ୍ଥାନରେ ଶସ୍ୟ ଓ ଖାଦ୍ୟପେୟ ସାମଗ୍ରୀ ରଖାଯାଏ । ସେହି ସ୍ଥାନକୁ ଜୋତା ପିନ୍ଧି ଯିବା ଅର୍ଥାତ ଖାଦ୍ୟପେୟର ଅପମାନ କରିବା। ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ।
ଘରର ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି । ଏଠାରେ ଅଗ୍ନିଦେବ ମଧ୍ୟ ବାସ କରନ୍ତି। ଲୋକେ ରୋଷେଇ ଘରକୁ ମଧ୍ୟ ଜୋତା ଚପଲ ପିନ୍ଧି ଚାଲି ଯାଆନ୍ତି । ରୋଷେଇ ଘରକୁ ପବିତ୍ର ସ୍ଥାନ ବୋଲି କୁହାଯାଏ । ସେଥିପାଇଁ ରୋଷେଇ ଘର ଭିତରକୁ ଜୋତା ବା ଚପଲ ପିନ୍ଧି ଯିବା ଅନୁଚିତ ଅଟେ ।
ପୁରୁଣା ଜୋତା ଚପଲ ଫୋପାଡିବା ପରିବର୍ତ୍ତେ କାହାକୁ ଦାନ କରିବା ଭଲ। କିନ୍ତୁ ଦାନ ମଧ୍ୟ ଦିନ ଦେଖି କରିବା ଉଚିତ। କିଛି ନ ବୁଝି ନ ବିଚାରି ଏହାକୁ ଦାନ କରନ୍ତୁ ନାହିଁ। ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ। ଶନିବାର ଦିନ ଜୋତା ଚପଲ ଦାନ କରିବା ଶୁଭ ବୋଲି କୁହାଯାଏ।
📱 Get Argus News App
✨Related Topics
Explore more stories