Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health / ଏହି ୫ଖାଦ୍ୟ ଖାଇଲେ ମରିବା ସୁନିଶ୍ଚିତ !

Rashmita Mishra
Browse all articles by Rashmita Mishra
·9 months ago·2 min read
ଏହି ୫ଖାଦ୍ୟ ଖାଇଲେ ମରିବା ସୁନିଶ୍ଚିତ !

Key Points

ଏହି ୫ଖାଦ୍ୟ ଖାଇଲେ କ୍ୟାନସର !
ଏବେଠୁ ହୋଇଯାଆନ୍ତୁ ସାବଧାନ
ନଚେତ୍ ଆପଣଙ୍କୁ ହୋଇପାରେ କ୍ୟାନସର

ବଦଳୁଛି ସମୟ, ବଦଳୁଛି ଅଭ୍ୟାସ ହେଲେ ବଦଳିପାରୁନାହିଁ ଆମ ମାନସିକ ଚିନ୍ତାଧାରା। ଯାହାର ପ୍ରଭାବରେ ଆମକୁ ରୋଗ ମାଡ଼ିବସୁଛି। ରୋଗ ... ଆଜିକାଲି ଏହା ଏକ ବଡ଼ ସମସ୍ୟା। ଘରେ ଘରେ ଲୋକଙ୍କୁ ଭିନ୍ନ ଭିନ୍ନ ରୋଗ ମାଡ଼ି ବସିଲାଣି। ରୋଗର ନାଁଗୁଡ଼ିକ ଶୁଣିଲା ବେଳକୁ ଛାତି ଥରିଯାଉଛି। ସବୁଠାରୁ ଭୟଙ୍କର ରୋଗ ହେଉଛି କ୍ୟାନ୍ସର। କୁହାଯାଏ ଯେ “ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ଧନ” କିନ୍ତୁ ଆଜିର ସମୟରେ ସ୍ୱାସ୍ଥ୍ୟର ଶତ୍ରୁ କେବଳ ଜଙ୍କ୍ ଫୁଡ୍ ଓ ଖରାପ ଅଭ୍ୟାସ ।


କ୍ୟାନସର ଡାକ୍ତରଙ୍କ କହିବାନୁସାରେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅଧିକ ଦିନ ଧରି ଖାଇଲେ ଶରୀରରେ କ୍ୟାନସର ହେବାର ୬୦ ପ୍ରତିଶତ ମାତ୍ରା ବଢ଼ିଯାଏ । ସେହି ଖାଦ୍ୟ ଗୁଡ଼ିକ ହେଲା ହ୍ଵାଇଟ୍ ବ୍ରେଡ଼୍, ପ୍ୟାକେଟ୍ ଜୁସ୍, ମଇଦା, କୋଲ୍ଡଡ୍ରିଙ୍କସ, ପ୍ଲାଷ୍ଟିକ୍ ସାମଗ୍ରୀ ।


ପ୍ରଥମଟି ହଉଛି ହ୍ଵାଇଟ୍ ବ୍ରେଡ଼୍, ଯଦି ଆପଣ ଏହି ବ୍ରେଡ୍ ସବୁବେଳେ ଖାଉଛନ୍ତି ତେବେ ଏବେଠୁ ହୋଇଯାଆନ୍ତୁ ସାବଧାନ ନଚେତ୍ ଆପଣଙ୍କୁ ହୋଇପାରେ କ୍ୟାନସର । ଏହି ବ୍ରେଡଟି ମଇଦାରୁ ତିଆରି ଯାହା ଶରୀରର ପାଇଁ ହୀନି କାରକ ହୋଇଥାଏ । ଯଦି ଏହାକୁ ପ୍ରତିଦିନ ଖାଉଛନ୍ତି ତେବେ ଏହା ଆପଣଙ୍କୁ କ୍ୟାନସର କରାଇପାରେ ।


ଦ୍ଵୀତିୟରେ ପ୍ୟାକେଟ୍ ଜୁସ୍, ଆଜିକାଲି ରେଡି ଟୁ ଇଟ୍ ଓ ରେଡି ଟୁ ଡ୍ରିଙ୍କ୍‌ର ପ୍ରଚଳନ ବଢ଼ିଚାଲିଛି। ଆଉ କମ୍ ସମୟରେ ଖାଇବା, ପିଇବା ପାଇଁ ସବୁଦିନେ ପ୍ୟାକେଟ୍‌ ଜୁସ୍‌ ପିଇଥାନ୍ତି କିନ୍ତୁ ଏହାକୁ ପିଇବା ଦ୍ଵାରା ଡାଇରିଆ, କୋଷ୍ଠକାଠିନ୍ୟ, ହଜମଜନିତ ସମସ୍ୟା ସୃଷ୍ଟି ହୋଇଥାଏ। କାରଣ ଏଥିରେ ଫାଇବର୍‌ର ମାତ୍ରା କମ୍ ଥାଏ। ତା' ସହ ସବୁଠୁ ବଡ଼ ମାରାତ୍ମକ ରୋଗ କ୍ୟାନସର ଆପଣଙ୍କୁ ମଧ୍ୟ ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମଇଦାରୁ ତିଆରି ସମସ୍ତ ଜିନିଷ ଯେତିକି ସ୍ୱାଦିଷ୍ଟ, ସେଗୁଡ଼ିକ ସେତିକି କ୍ଷତି କାରକ । ମଇଦା ଖାଇବା ଦ୍ୱାରା ଶରୀରରେ ରକ୍ତରେ ଶର୍କରା ସ୍ତର ଶୀଘ୍ର ବଢିଥାଏ । ରକ୍ତରେ ଗ୍ଲୁକୋଜ ଜମା ହେବା ଆରମ୍ଭ କରେ । ଡାକ୍ତରଙ୍କ କହିବାନୁସାରେ ମାସରେ ଥରେ କି ଦୁଇ ଥର ମଇଦା ଖାଇପାରିବେ ।
ଯଦି ଜଣେ ସପ୍ତାହକୁ ତିନିରୁ ଚାରି ଥର କୋଲ୍ଡଡ୍ରିଙ୍କସ ପିଉଛନ୍ତି ତେବେ ଶରୀରରେ କ୍ୟନସର ହେବାର ମାତ୍ର ବଢ଼ିଯାଏ । କୋଲ୍ଡଡ୍ରିଙ୍କସରେ ଚିନି ଏବଂ କ୍ୟାଲୋରୀ ବ୍ୟତୀତ ଅନ୍ୟ କୌଣସି ପୋଷକ ତତ୍ତ୍ୱ ନଥାଏ । ଅଧିକ ମାତ୍ରାରେ କୃତ୍ରିମ ଚିନିର ବ୍ୟବହାର ସ୍ୱାସ୍ଥ୍ୟ ଉପରେ ସ୍ଲୋ ପଏଜନ୍ ଭଳି କାମ କରିଥାଏ ।


ଅନ୍ୟପଟେ ଯଦି ଆପଣ ବହୁ ଦିନ ଧରି ପ୍ଲାଷ୍ଟିକ୍‌ ଟିଫିନରେ ଖାଉଛନ୍ତି କି ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଛନ୍ତି ତେବେ ଶରୀରରେ କ୍ୟାନସର ହେବାର ପରିମାଣ ବଢ଼ିଥାଏ । ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା ଦ୍ଵାରା ପାଣି ସହ ପେଟକୁ ଯାଉଛି ପ୍ଲାଷ୍ଟିକ୍‌ । ଗୋଟିଏ ବୋତଲ ପାଣିରେ ରହିଛି ଲକ୍ଷାଧିକ ନାନୋ ପ୍ଲାଷ୍ଟିକ୍‌ କଣିକା ଯାହୀ ଦ୍ଵାରା ତେବେ ଏହି ସବୁ ଜିନିଷର କମ୍ ବ୍ୟବହାର ନଚେତ୍ ଆଦୌ ବ୍ୟବହାର କରନ୍ତୁ ନାହିଁ


ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର... 

Sponsored
Health | 5 Deadliest Foods That Can Kill You | Argus News | Argus News