Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସକାଳୁ ଖାଲି ପେଟରେ ହଳଦୀ ପାଣି ପିଉଛନ୍ତି କି ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସକାଳୁ ଖାଲି ପେଟରେ ହଳଦୀ ପାଣି ପିଉଛନ୍ତି କି ?

Key Points

ସକାଳୁ ସକାଳୁ ଖାଲି ପେଟରେ ହଳଦୀ ପାଣି ପିଉଛନ୍ତି କି ?
ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଆଜିକାଲି ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେଉଛି ହଳଦୀ ପାଣି ଭିଡ଼ିଓ। କିନ୍ତୁ ଆପଣ ଜାଣନ୍ତି କି? ଏହି ହଳଦୀ ପାଣି ସକାଳୁ ସକାଳୁ ପିଇବା ଦ୍ୱାରା କଣ ଲାଭ ହୋଇଥାଏ। ହଳଦୀ, ଯାହାକୁ ଆମେ ରୋଷେଇରେ ମସଲା ଭାବେ ବ୍ୟବହାର କରୁ, ତାହା ଏକ ଔଷଧୀୟ ଗୁଣସମ୍ପନ୍ନ ଉପାଦାନ। ଏହାର ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି-ବାକ୍ଟେରିଆଲ ଗୁଣ ହେତୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏକ୍ସପର୍ଟମାନଙ୍କ ମତରେ, ସକାଳୁ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।


ହଳଦୀ ପାଣି ହଜମ ତନ୍ତ୍ରକୁ ସକ୍ରିୟ କରିଥାଏ। ଏହା ପାଚନ ରସର ଉତ୍ପାଦନକୁ ବୃଦ୍ଧି କରେ ଓ ଅମ୍ଳତା, ଗ୍ୟାସ୍ ଓ ଫୁଲୁଣି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଡାକ୍ତରୀ ମତ ଅନୁସାରେ, ଖାଲି ପେଟରେ ହଳଦୀ ପାଣି ପିଇବା ପେଟରେ ଥିବା କ୍ଷତିକାରକ ବାକ୍ଟେରିଆକୁ ମଧ୍ୟ ନଷ୍ଟ କରେ। ଏକ ଗ୍ଲାସ୍ ଗରମ ପାଣିରେ ଅଧା ଚାମଚ ହଳଦୀ ପାଉଡର, ଅଳ୍ପ ମହୁ ଓ ଏକ ଚିମଟିଏ ଗୋଲମରିଚ ମିଶାଇ ପିଅନ୍ତୁ। ଗୋଲମରିଚ ହଳଦୀର ଗୁଣକୁ ଆହୁରି ବଢ଼ାଇଥାଏ। ହଳଦୀ ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ। ଏହା ଯକୃତ (ଲିଭର) କୁ ଡିଟକ୍ସିଫାଏ କରି ଶରୀରକୁ ସ୍ୱଚ୍ଛ ରଖେ। ଏକ୍ସପର୍ଟମାନେ କୁହନ୍ତି ଯେ ଏହା ମେଟାବୋଲିଜିମ୍ ବୃଦ୍ଧି କରେ ଓ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
do-you-drink-turmeric-water-on-an-empty-stomach-in-the-morning | Argus News