Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପ୍ରତିଦିନ ଛତୁଆ ଖାଇଲେ ହେବନି ଏହି ସବୁ ସମସ୍ୟା

Rashmita Mishra
Browse all articles by Rashmita Mishra
·11 months ago·2 min read
ପ୍ରତିଦିନ ଛତୁଆ ଖାଇଲେ ହେବନି ଏହି ସବୁ ସମସ୍ୟା

Key Points

ଛତୁଆ ଖାଇଲେ ମିଳିବ ଏହି ସବୁ ଫାଇଦା


ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଥାନ୍ତି । ଅନେକ ସମୟରେ ଖାଇବାକୁ ସମୟ ହୋଇନଥାଏ । ତ ପୁଣି କେତେବେଳେ ୱାର୍କ ଲୋଡ୍ ପାଇଁ ଅନେକ ବାହାରୁ ଖାଇଥାନ୍ତି । ଅନେକ ସମୟରେ ଲଞ୍ଚ ବ୍ରେକ୍ ରେ କାମ ମଧ୍ୟ ପଡିଯାଇଥାଏ । ଯାହାଫଳରେ ସେମାନେ ଭାତ ଖାଇବାରୁ ବଞ୍ଚିତ ହୋଇଥାନ୍ତି । ବାହାରେ ସେତେବେଳେ ଖାଇବା ମିଳିନଥାଏ । ତେଣୁ ଅନେକ କର୍ମଚାରୀ ଟିଫିନ୍ ଖାଇଥାନ୍ତି । କିଏ ଟିଫିନ୍ ରେ ସକାଳର ପକୁଡି, ବରା, ପିଆଜି ଖାଇଥାଏ I ପୁଣି ଆଉ କିଏ ମିକ୍ସଚର ଏବଂ ଅନ୍ୟାନ୍ୟ ଛଣାଛଣି ଖାଦ୍ୟ ଖାଇଥାଏ । ଯେଉଁଥିପାଇଁ କି ଅନେକଙ୍କ ଗ୍ୟାସ୍ ସମସ୍ୟା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ତେବେ ଏମିତି ଏକ ଖାଦ୍ୟ ଅଛି ଯାହା ଶରୀର ପାଇଁ ବହୁତ ଭଲ । ଯାହାକୁ ଆପଣ ଥରେ ଆଣିଲେ ଅନେକଥର ବ୍ୟବହାର କରିପାରିବେ । ଏହାକୁ ଅତିସହଜରେ ସାଙ୍ଗରେ ଧରି ଅଫିସ୍ ଯାଇପାରିବେ । ସେହି ଖାଦ୍ୟଟିର ନାଁ ହେଉଛି ଛତୁଆ।

-ଛତୁଆକୁ ଅତି ସହଜରେ ପ୍ୟାକେଟରୁ କାଢି ଆବଶ୍ୟକ ମୁତାବକ ଟିଫିନରେ ନେଇପାରିବେ ।
-ଛତୁଆର ଓଜନ ଅନ୍ୟ ଖାଦ୍ୟ ତୁଳନାରେ କମ୍। କିନ୍ତୁ ଏହା ଅନ୍ୟ ଖାଦ୍ୟ ଅପେକ୍ଷା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।
-ଏହାକୁ ଯେତେବେଳେ ଚାହିଁବେ ପାଣି ମିଶାଇ କରିଖାଇପାରିବେ । ନହେଲେ ଡ୍ରିଙ୍କସ୍ ବନାଇ ପିଇ ପାରି
-ଏହାକୁ ରାନ୍ଧିବାକୁ ପଡିନଥାଏ । ଗରମ କିମ୍ବା ଥଣ୍ତାକରି ଖାଇବାର କୌଣସି ଆବଶ୍ୟକତା ନଥାଏ । ସାଧା ପାଣି ଏଥିରେ ମିଶାଇ ଆପଣ ଖାଇପାରିବେ।
-ଏଥିରେ ପ୍ରୋଟିନ୍ ପରିମାଣ ଅଧିକା ଥାଏ । ଯଦି ବୁଟ ଛତୁଆ ହୋଇଥିବ, ତେବେ ଆହୁରି ଭଲ । ଏଥିରେ ଥିବା ପ୍ରୋଟିନ୍ ଆପଣଙ୍କ ପ୍ରୋଟିନର ଆବଶ୍ୟକତାକୁ ପୂରଣ କରିବା ସହ ହଜମ ପକ୍ରିୟାକୁ ସୁସ୍ଥ ରଖିବ।
-ଏଥିରେ ଥିବା ଫାଇବର ପେଟ ସଫା କରିବାରେ ସାହାର୍ଯ୍ୟ କରେ ।
-ଏଥିରେ କୋଣସି ତେଲର ଆବଶ୍ୟକ‌ତା ନାହିଁ । ତେଣୁ ଏଥିରେ କୋଲେଷ୍ଟ୍ରଲ୍‌ ବଢିବାର ସମ୍ଭବାନା ନାହିଁ।
-ଛତୁଆ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ କ୍ୟାଲସିୟମ୍, ଫାଇବର ଓ ମ୍ୟାଗ୍ନେସିୟମ୍ ପୌଷକତତ୍ଵ ରହିଛି I ଛତୁଆ ଖାଇଲେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ।
-ଛତୁଆ ଖାଇବା ଦ୍ବାରା ଗଳା ସମ୍ବନ୍ଧୀୟ ରୋଗ, ବାନ୍ତି, ଗରମ ଦିନରେ ଦେଖାଯାଉଥିବା ସମସ୍ୟା ହୋଇନଥାଏ
-ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟ ସମ୍ବନ୍ଧୀୟ ରୋଗରୁ ଦୂର କରି ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ ।
-ଛତୁଆରେ ଥିବା ପୋଟାସିୟମ୍ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ଏହାସହ ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ମଜଭୁତ ରଖେ ।
-ମଧୁମେହ ଓ ରକ୍ତଚାପ ରୋଗୀ ମାନଙ୍କ ପାଇଁ ଛତୁଆ ସେବନ କରିବା ଅତ୍ୟନ୍ତ ହିତକର । ଛତୁଆ ଶରୀର ବଢୁଥିବା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
do-you-eat-chaatua-every-day-so | Argus News