Videos
|
Lifestyle

ଖାଲି ପେଟରେ ସକାଳୁ କଫି ପିଇବା ଅଭ୍ୟାସ ଅଛି କି? ତେବେ ଜାଣନ୍ତୁ ଶରୀରରେ ଏହାର ପ୍ରଭାବ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଖାଲି ପେଟରେ ସକାଳୁ କଫି ପିଇବା ଅଭ୍ୟାସ ଅଛି କି? ତେବେ ଜାଣନ୍ତୁ ଶରୀରରେ ଏହାର ପ୍ରଭାବ...

ଯଦି ଆପଣ ମଧ୍ୟ ପ୍ରତିଦିନ ସକାଳୁ ଉଠି ପ୍ରଥମେ କଫି ପିଇଥାନ୍ତି, ତାହେଲେ ଆପଣ ଏକା ନୁହନ୍ତି, ଏମିତି ଅଭ୍ୟାସ ଅନେକ ଜଣଙ୍କର ଥାଏ । ଭାରତର ଅଧିକାଂଶ ଲୋକ ସକାଳୁ ଉଠିବା ପରେ ପ୍ରଥମେ ଗୋଟେ ଗରମ ଚା ନହେଲେ ଗରମ କଫି ପିଇଥାନ୍ତି । ତାପରେ ନିଜର ଜଳଖିଆ ଖାଇଥାନ୍ତି ।

କିଛି ଡାକ୍ତର ଏହାକୁ ଖରାପ ଅଭ୍ୟାସ ବୋଲି କହିବା ବେଳେ ଆଉ କିଛି ଡାକ୍ତର ଏହାକୁ ଖରାପ ଅଭ୍ୟାସ ବୋଲି କହିଥାନ୍ତି । ତେବେ ପ୍ରକୃତରେ ଏହା ଶରୀର ପାଇଁ ଭଲ ନା ଖରାପ ଜାଣନ୍ତୁ ...


କଫିଦ୍ବାରା ଛାତିରେ ଜ୍ବଳନ

ଖାଲି ପେଟରେ କଫି ପିଇବା ଦ୍ବାରା ଛାତିରେ ଜ୍ବଳନ ଏବଂ ଗ୍ୟାସ ହେବାର ସମ୍ଭାବନା ଥାଏ ବୋଲି କିଛି ବ୍ୟକ୍ତିମାନେ ମତ ଦିଅନ୍ତି । କିନ୍ତୁ ପ୍ରକୃତରେ ଏହାକୁ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ମିଳିପାରିନାହିଁ । ପେଟର ଏସିଡ ଭାଗ ଯେତେବେଳେ ଖାଦ୍ୟ ପାଇପ୍ ଭିତରକୁ ପଶିଥାଏ , ସେତେବେଳେ ଛାତିରେ ଜ୍ବଳନ ହେବା ଆରମ୍ଭ ହୋଇଥାଏ ।
କଫି ପେଟରେ ଏସିଡ ପରିମାଣ ବଢାଇଥାଏ । ଏବଂ ଯାହା ନିଜ ସ୍ଥାନରେ ସୁରକ୍ଷିତ ଭାବେ ରହିଥାଏ । ମେଦ ବହୁଳତା ଯୋଗୁ ଛାତିରେ ଜ୍ବଳନ ଅଧିକ ହୋଇଥାଏ । ତେବେ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କର ସକାଳୁ ଖାଲିପେଟରେ କଫି ପିଇବା ଦ୍ବାରା ଛାତିରେ ଜ୍ବଳନ ହେଉଛି, ତେବେ ଫ୍ୟାଟ ନଥିବା କ୍ଷୀରରେ କଫି ତିଆରି କରି ପିଇବାକୁ ଚେଷ୍ଟା କରନ୍ତୁ ।

କଫିଦ୍ବାରା ପେଟରେ ଅଲସର
କିଛି ଲୋକଙ୍କର ବିଶ୍ବାସ ଥାଏ ମସଲାଯୁକ୍ତ ଖାଦ୍ୟ, କଫି କିମ୍ବା ଅତ୍ୟଧିକ ଷ୍ଟ୍ରେସ ନେବାଦ୍ବାରା ପେଟରେ ଅଲସର ହୋଇଥାଏ । ଯାହା ଅତ୍ୟଧିକ ଯନ୍ତ୍ରଣାଦାୟକ । କିନ୍ତୁ ପ୍ରକୃତରେ ଅଧିକ ପେନକିଲର ଯେମିତିକି ଆସପିରିନ୍ , ଆଇବୁପ୍ରୋଫେନ୍ ଖାଇବା ଦ୍ବାରା ପେଟରେ ଅଲସର ସୃଷ୍ଟି ହୋଇଥାଏ ।

ତେବେ ଖାଲି ପେଟରେ କଫି ପିଇବା ଦ୍ବାରା ପ୍ରକୃତରେ କେଉଁ ଅସୁବିଧା ହୋଇଥାଏ , ଜାଣନ୍ତୁ...

କଫି ଖାଲିପେଟରେ ପିଇବା ଦ୍ବାରା ଆନେକ୍ସିଟି ଏବଂ ମନ ଅସ୍ଥିର ରହିଥାଏ । କିଛି ପରିମାଣରେ ହାର୍ଟ ଜନିତ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ସକାଳୁ କଫି ପିଇବା ପୂର୍ବରୁ କିଛି ହାଲକା ଖାଦ୍ୟ ଖାଇ ଦିଅନ୍ତୁ, ପରେ କଫି ପିଅନ୍ତୁ । କଫି ମଧ୍ୟ ହଜମ କରିବାରେ ସହାୟକ ହୋଇଥାଏ ।

କଫି ପିଇବାର କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ । ତେଣୁ ଯଦି ସକାଳୁ କଫି ପିଉଥାନ୍ତି, ତେବେ ଖାଲି ପେଟରେ ନପିଇ କିଛି ଖାଦ୍ୟ ସହ କଫି ପିଇବାକୁ ଚେଷ୍ଟା କରନ୍ତୁ । ଯଦିଓ କଫି ଖାଲି ପେଟରେ ପିଇବା ଦେହପାଇଁ ଖରାପ ନୁହେଁ, କିନ୍ତୁ କିଛି ଲୋକଙ୍କ ଶରୀରରେ ପୂର୍ବରୁ କିଛି ରୋଗ ଥିଲେ ଏହା କ୍ଷତି କାରକ ହୋଇପାରେ । ତେଣୁ ନିଜ ସୁବିଧା ହିସାବରେ କଫି ପିଅନ୍ତୁ ଏବଂ ଏଞ୍ଜୟ କରନ୍ତୁ ।




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: