Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କମ୍‌ ବୟସରୁ ବୁଢ଼ା ଦେଖାଯାଉଛନ୍ତି କି ? ଏହି ଜିନିଷଠୁ ଦୂରେଇ ରୁହନ୍ତୁ...

Lifestyle

କମ୍‌ ବୟସରୁ ବୁଢ଼ା ଦେଖାଯାଉଛନ୍ତି କି ? ଏହି ଜିନିଷଠୁ ଦୂରେଇ ରୁହନ୍ତୁ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
କମ୍‌ ବୟସରୁ ବୁଢ଼ା ଦେଖାଯାଉଛନ୍ତି କି ? ଏହି ଜିନିଷଠୁ ଦୂରେଇ ରୁହନ୍ତୁ...

ବାର୍ଦ୍ଧକ୍ୟ... ଏ ଶବ୍ଦ ଶୁଣିବା ବେଳକୁ ଭୟ ଆସିଯାଉଛି। କିନ୍ତୁ ଏହା ସତ୍ୟ। ଦିନେ ନା ଦିନେ ସମସ୍ତଙ୍କୁ ନିଶ୍ଚୟ ଏହି ସମୟ ଦେଇ ଯିବାକୁ ପଡିବ। କୁହାଯାଏ ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବହୁତ ଲୋକ ଏଭଳି ଅଛନ୍ତି ଯେଉଁମାନେ କମ୍‌ ବୟସରେ ବୟସାଧିକ ଭଳି ନଜର ଆସନ୍ତି। ଏହାର କାରଣ ହେଉଛି ଲୋକଙ୍କ ଅଭ୍ୟାସ। ଜାଣତରେ ହେଉ ଅବା ଅଜଣାତରେ ଲୋକ ପ୍ରତିଦିନ ଏଭଳି କିଛି କରନ୍ତି ଯାହା ତାଙ୍କ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଆଉ ଯଦି ଆପଣ କିଛି ଏଭଳି ଜିନିଷଠୁ ଦୂରେଇ ରହୁଛନ୍ତି, ତେବେ ନିଶ୍ଚୟ ସୁନ୍ଦର ଏବଂ ଗ୍ଲୋ କରିବେ। ଏହାସହ ବୟସ ଥାଉ ଥାଉ ବୁଢ଼ା ଦେଖାଯିବେ ନାହିଁ।

ଭିଟାମିନ୍‌ ଡି’ର ଅଭାବ:-ଶରୀରରେ ଭିଟାମିନ୍‌ ଡି’ର ଅଭାବ ହେଲେ ଚମ କର୍କଟ ଏବଂ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥାଏ। ଶୀତଦିନେ ଭିଟାମିନ୍‌ ଡି’ କମିବାର ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ବଜାରରେ ଉପଲବ୍ଧ ଭିଟାମିନ୍‌ ଡି’ ସପ୍ଲିମେଣ୍ଟ ସେବନ କରିହେବ।

ନିଦ୍ରାହିନତା: ଚିନ୍ତା ଯୋଗୁ ଅନେକ ସମୟରେ ଲୋକଙ୍କୁ ନିଦ ହୋଇ ନ ଥାଏ। ଯେତେବେଳେ ଆପଣ ଶୋଇ ଥାନ୍ତି ସେତେବେଳେ ଶରୀର ନିଜକୁ ସଜାଡ଼ି ଥାଏ। ଏମିତିରେ ନ ଶୋଇବାର ପ୍ରଭାବ ତ୍ୱଚା ଉପରେ ଦେଖିବାକୁ ମିଳିଥାଏ। ଏହାଦ୍ୱାରା ବ୍ରଣ ହୋଇଥାଏ।

କମ୍‌ ପାଣି ପିଇବା: ପ୍ରତ୍ୟେକ ବ୍ୟକ୍ତି ଶରୀରର ୬୦% ପାଣି ଥାଏ। ପାଣି ନ ପିଇବା ଯୋଗୁ ଜଣଙ୍କୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଥକିଯିବା, ବାରମ୍ବାର ରୋଗରେ ପଡ଼ିବା, କୋଷ୍ଠକାଠିନ୍ୟ ଏବଂ ତ୍ୱଚା ଖରାପ ହେବା ଭଳି ସମସ୍ୟା ଦେଖାଯାଇଥାଏ।

ଖରାରେ ଅଧିକ ସମୟ ରହିବା:- ଗରମ ଦିନେ ତାପମାତ୍ରା ଅଧିକ ଥାଏ। ଏମିତିରେ ଖରାରେ ଅଧିକ ସମୟ ରହିବା ଦ୍ୱାରା ତ୍ୱଚାରେ ସୂକ୍ଷ୍ମ ରେଖା ଏବଂ କୁଞ୍ଚନ ଦେଖାଯିବା ଆରମ୍ଭ କରେ। ଏହି କାରଣରୁ ତ୍ୱଚା ଧିରେ ଧିରେ କ୍ଷୀଣ ହୋଇଥାଏ। ଏଥିଲାଗି ଖରାକୁ ବାହାରିବା ପୂର୍ବରୁ ସର୍ବଦା ସନ୍‌ସ୍କ୍ରିନର ବ୍ୟବହାର କରନ୍ତୁ।

ଅତ୍ୟଧିକ ଧୂମପାନ: ତମାଖୁର ଧୂଆଁରେ ଅନେକ ବିଷାକ୍ତ ପଦାର୍ଥ ରହିଥାଏ। ଏହା ତ୍ୱଚାରେ ଥିବା ଅମ୍ଳଜାନ ଏବଂ ଅନେକ ମହତ୍ୱପୂର୍ଣ୍ଣ ପୋଷକ ତତ୍ୱର ସର୍କୁଲେଶନକୁ କମ୍‌ କରିଥାଏ। ଧୂମପାନ କରିବା ଦ୍ୱାରା ତ୍ୱଚାର ନୂତକ କୋଷିକା ନିର୍ମାଣ ବନ୍ଦ ହୋଇଯାଏ। ଏହି କାରଣରୁ ଲୋକ ବୃଦ୍ଧ ନଜର ଆସିଥାନ୍ତି।


ପୁଷ୍ଟିକର ଖାଦ୍ୟ ସେବନ ନ କରିବା: ଜଙ୍କ, ପ୍ରୋସେସ୍ଡ ଏବଂ ଫ୍ରାଏଡ୍‌ ଫୁଡ୍‌ର ସେବନ ସ୍ବାସ୍ଥ୍ୟରେ କୁପ୍ରଭାବ ପକାଇଥାଏ। ଏହା ତ୍ୱଚା ପାଇଁ ମଧ୍ୟ ହାନିକାରକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Argus Whatsapp Channel Mobile Top
Sponsored
do-you-look-older-than-your-age | Argus News