ଜାଣନ୍ତୁ ଏସ୍ ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବ, ସବୁ କାମରେ ଆଗରେ ଥାନ୍ତି...

ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କ କିଛି ଅଲଗା ଅଲଗା ପରିଚୟ ଥାଏ। ଏବଂ କୌଣସି ବ୍ୟକ୍ତିର ପ୍ରଥମ ଅକ୍ଷରରୁ ତାଙ୍କ ବ୍ୟକ୍ତିତ୍ୱ, ସ୍ୱଭାବ ଏବଂ ପରିଚୟ ଜଣାପଡିଥାଏ। ଏହାସହ ଅତିସହଜରେ ଗୋଟେ ବ୍ୟକ୍ତିଙ୍କ ରାଶି ଜାଣି ହୋଇଥାଏ ନାଁରୁ । କେବଳ ସେତିକି ନୁହେଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଭାଗ୍ୟ ରେଖା ସହିତ ତାର ନାଁର ମଧ୍ୟ ବହୁତ ମହତ୍ୱ ରହିଥାଏ।
କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେହି ଅକ୍ଷରରୁ ଥାଏ। କିନ୍ତୁ କିଛି ଅକ୍ଷର ଏପରି ଥାଏ ଯାହା ବହୁତ କମ ଶୁଣାଯାଏ। ଯଦି ଆପଣଙ୍କ ଚାରିପାଖରେ ନଚେତ ଜୀବନସାଥୀ ଏସ୍(S) ଅକ୍ଷର ଥିବା ଅଧିକ ଲୋକ ଅଛନ୍ତି, ତେବେ ଏହି ଲୋକମାନେ କିପରି ହୋଇଥାନ୍ତି ତାହା ଜାଣି ନିଅନ୍ତୁ?
-ସେ ନିଜ ସମ୍ପର୍କକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥାନ୍ତି। ଉଭୟ ସୁଖ ଏବଂ ଦୁଃଖରେ ସେମାନେ ସାଙ୍ଗରେ ରହିଥାନ୍ତି। ସେମାନେ ବହୁତ ଆକର୍ଷଣୀୟ ହୋଇଥାନ୍ତି। ନିଜ ଭାବନାକୁ ସେମାନେ ଖୋଲାଖୋଲି ଭାବେ କହିପାରନ୍ତି ନାହିଁ।
-ଏସ୍ ଅକ୍ଷର ଥିବା ଲୋକମାନଙ୍କୁ ୧ ଅଙ୍କ ଭାବରେ ଗଣନା କରାଯାଏ। ଯେଉଁମାନଙ୍କର ନାମ ଏସ୍ ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ଜନ୍ମରୁ ନେତା ହୋଇଥାନ୍ତି। ସେମାନେ ଯାହା ବି କାମ କରନ୍ତି ସେଥିରେ ସଫଳତା ପାଆନ୍ତି।
-ସେମାନେ ଅଧିକ ଦାମୀ ଉପହାର ଦେବାକୁ ପସନ୍ଦ କରନ୍ତି ନାହିଁ। ସେ ନିଜ ପ୍ରେମ ଏବଂ ଆଚରଣ ଦ୍ୱାରା ଲୋକଙ୍କ ହୃଦୟ ଜିତନ୍ତି। ସେମାନେ ନିଜ କାମରେ ଲୋକମାନଙ୍କୁ ଜବାବ ଦେବା ପସନ୍ଦ କରନ୍ତି।
-ଯାହାଙ୍କ ନାମ ଏସ୍ ନାମରୁ ଆରମ୍ଭ ହୁଏ, ସେମାନେ ବିଶ୍ୱସ୍ତ ଥାନ୍ତି। ରୋମାଣ୍ଟିକ ହେବା ସହିତ ତାଙ୍କର ଆଚରଣ ଅତ୍ୟନ୍ତ ସ୍ବାଭାବିକ ହୋଇଥାନ୍ତି। ସେ ସର୍ବଦା ନିଜର ହୃଦୟ କଥା ମୁହଁରେ ରଖିଥାନ୍ତି।
-ଏସ୍ ଅକ୍ଷର ଥିବା ବ୍ୟକ୍ତି ସାଧାରଣତଃ ଚୁପଚାପ ହୋଇଥାନ୍ତି। ଆଉ ଯଦି ଥରେ ରାଗିଯାଆନ୍ତି, ତେବେ କାହା କଥା ଶୁଣନ୍ତି ନାହିଁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: