Videos
|
Lifestyle

ଏମିତି କଲେ ବଢିବ ସ୍ମୃତିଶକ୍ତି, ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·1 min read
ଏମିତି କଲେ ବଢିବ ସ୍ମୃତିଶକ୍ତି, ଜାଣନ୍ତୁ...

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ନିଜ ସ୍ବାସ୍ଥ୍ୟର ମଧ୍ୟ ସଠିକ୍ ଯତ୍ନ ନେଇପାରୁନୁ। ଖାଇବା,ଶୋଇବା ଠିକ୍ ସମୟରେ ହେଉନି। ଯାହା ଫଳରେ କିଛି ଲୋକଙ୍କର ସ୍ମୃତିଶକ୍ତି ମଧ୍ୟ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗୁଛି । ଏବେ କହୁଥିବା କଥା ଆଉ ଟିକେ ପରେ ଭୁଲି ଯାଉଛନ୍ତି। ଅଧିକ ଦିନ ପର୍ଯ୍ୟନ୍ତ ମନେ ରଖି ପାରୁନାହାନ୍ତି। ଯଦି ଆପଣଙ୍କ ସହ ମଧ୍ୟ ଏମିତି ଘଟୁଛି ତେବେ ଆପଣଙ୍କ ଖାଦ୍ୟ ତାଲିକାରେ ଏହିସବୁ ଖାଦ୍ୟ ମିଶାନ୍ତୁ, ଯାହା ମସ୍ତିଷ୍କକୁ ସୁସ୍ଥ ରଖିବ।

ତୁଳସୀ ପତ୍ର
ତୁଳସୀ ପତ୍ର ସ୍ୱାସ୍ଥ୍ୟ ପାଇଁ ଏବଂ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ । ତୁଳସୀ ପତ୍ରକୁ ନିୟମିତ ଭାବରେ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କଲେ ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ। ପ୍ରତିଦିନ ସକାଳେ ଖାଲିପେଟରେ ୮-୧୦ଟି ତୁଳସୀ ପତ୍ର ଖାଇ,ଉଷୁମ ପାଣି ପିଅନ୍ତୁ ଏହା ଶରୀର ପାଇଁ ବେଶ୍‌ ଉପଯୋଗୀ।

ଡାଲ୍‌ଚିନି
ଯଦି ଆପଣ ଭାବୁଛନ୍ତି ଯେ ଡାଲ୍‌ଚିନି କେବଳ ଖାଦ୍ୟ ଏବଂ ପାନୀୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ, ତେବେ ତାହା ସମ୍ପୂର୍ଣ୍ଣ ଭୁଲ। ଏହା କେବଳ ଖାଦ୍ୟର ସ୍ଵାଦ ବଢାଏ ନାହିଁ ବରଂ ମସ୍ତିଷ୍କକୁ ଉନ୍ନତ କରି ସ୍ମୃତିଶକ୍ତିକୁ ସୁଦୃଢ଼ ​​କରିବାରେ ସହାୟକ ହୋଇପାରେ।

ହଳଦୀ

ଯଦି ଆପଣ ସ୍ମୃତି ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତି, ତେବେ ହଳଦୀକୁ କ୍ଷୀର ସହିତ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ହଳଦୀରେ କରକ୍ୟୁମିନ୍ ସମେତ ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ମସ୍ତିଷ୍କ ପାଇଁ ସବୁଠାରୁ ଉପକାରୀ ବୋଲି କୁହାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
doing-this-will-increase-your-memory-power | Argus News