Videos
|
Lifestyle

ରାତିରେ ଭୁଲରେ ବି ଖାଆନ୍ତୁନି ଭାତ ଆଉ ରୁଟି !

Rashmita Mishra
Browse all articles by Rashmita Mishra
·1 year ago·2 min read
ରାତିରେ ଭୁଲରେ ବି ଖାଆନ୍ତୁନି ଭାତ ଆଉ ରୁଟି !

Key Points

ରାତିରେ ଭୁଲରେ ବି ଖାଆନ୍ତୁନି ଭାତ ଆଉ ରୁଟି
ନଚେତ ହୋଇପାରେ ଆପଣଙ୍କୁ ଏହି ରୋଗ
ଭୋଗିପାରନ୍ତି ମେଦବହୁଳତା, ମଧୁମେହ, ଭଳି ସମସ୍ୟା

ଭାତ, ରୁଟି ଖାଇବାକୁ କାହାକୁ ବା ଭଲ ନ ଲାଗେ । ଆମ ଓଡିଆଙ୍କ ପ୍ରିୟ ଖାଦ୍ୟ ଭାତ। ଭାତ ଏବଂ ରୁଟି ବିନା ଆମ ଭାରତୀୟଙ୍କ ଖାଦ୍ୟ ଯେମିତି ଅଧା । ମଧ୍ୟାହ୍ନର ଖାଇବା ହେଉ କି ରାତି ଖାଇବା ପ୍ରତ୍ୟେକଙ୍କ ଘରେ ଭାତ କିମ୍ବା ରୁଟି ହେଇଥାଏ । ଅଧିକାଂଶ ଲୋକ ରାତିରେ ରୁଟି ବଦଳରେ ଭାତ ଖାଇବାକୁ ବେଶି ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯେ ଭାତ-ରୁଟି ଖାଇବାର ଏକ ସଠିକ୍ ସମୟ ଅଛି। ବର୍ତ୍ତମାନ ଜୀବନଶୈଳୀ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରକାରର ରୋଗ ବଢ଼ିବାରେ ଲାଗିଛି । ଆଉ ଏହାର ସବୁଠାରୁ ବଡ କାରଣ ହେଉଛି ଆମର ଖାଇବାର ଅନିୟମିତତା ଏବଂ ଖରାପ ଅଭ୍ୟାସ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ରୁଟି ଏବଂ ଭାତ ଖାଇବା ଉଚିତ୍ ନୁହେଁ?

ଲୋକମାନେ ନିଜର ରାତିର ଖାଇବାକୁ ନେଇ ଅଧିକ ସତର୍କ ରହିବା ଉଚିତ। କାରଣ ରାତିରେ ଖାଦ୍ୟ ଖାଇବା ପରେ, ଲୋକମାନେ ପ୍ରାୟତଃ ଶୋଇପଡ଼ନ୍ତି । ଏହା ହେବା ଦ୍ଵାରା ଶରୀର ଯାହା ଖାଇଥାଏ ତାହା ହଜମ କରିପାରେ ନାହିଁ ଏବଂ ଏହା ଶରୀରକୁ ଅନେକ ସମସ୍ୟରେ ପକାଇଥାଏ । ରାତି ଖାଇବାରେ ଯଦି ଅତ୍ୟଧିକ ରୁଟି-ଭାତ ଖାଉଛନ୍ତି ତେବେ ମେଦବହୁଳତା ବଢ଼ିପାରେ। ଏହି ଦୁଇଟି ଶସ୍ୟରେ ପ୍ରଚୁର ପରିମାଣରେ କ୍ୟାଲୋରୀ ମିଳିଥାଏ ସେଥିପାଇଁ ଶରୀରରେ ଚର୍ବିର ପରିମାଣ ବଢ଼ିପାରେ ଏବଂ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି । ରାତିରେ ରୁଟି ଏବଂ ଭାତ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । କାରଣ ଏହି ଦୁଇଟି ଶସ୍ୟରେ ଥିବା କ୍ୟାଲୋରି ରକ୍ତରେ ଶର୍କରା ବଢାଇଥାଏ ଯାହା ମଧୁମେହ ହେବାର ମୂଳ କାରଣ ପାଲଟିଥାଏ ।

ରାତିରେ ରୁଟି କିମ୍ଵା ଭାତ ଖାଇବା ଦ୍ୱାରା ଶରୀର ସେଗୁଡିକ ସହଜରେ ହଜମ କରିପାରେ ନାହିଁ । ଯାହା ହଜମ ହେବାକୁ ସମୟ ଲାଗିଥାଏ । ଯେଉଁଥି ପାଇଁ ମସ୍ତିଷ୍କ ମଧ୍ୟ ସକ୍ରିୟ ରହିଥାଏ। ଏହି କାରଣରୁ, ମସ୍ତିଷ୍କ ସାରା ରାତି ଜାଗ୍ରତ ରହିଥାଏ, ଫଳରେ ଶରୀରକୁ ଠିକ୍ ଭାବରେ ନିଦ ମିଳି ନ ଥାଏ ।

ଯଦି ଆପଣ ଆପଣଙ୍କ ଖାଦ୍ୟରେ ରୁଟି ଏବଂ ଭାତ ଖାଇବାକୁ ଚାହାନ୍ତି, ତେବେ ସବୁଠାରୁ ଭଲ ସମୟ ହେଉଛି ମଧ୍ୟାହ୍ନ ସମୟ। ମଧ୍ୟାହ୍ନରେ ରୁଟି ଏବଂ ଭାତ ଖାଇବା ଦ୍ୱାରା ଶକ୍ତି ମିଳିଥାଏ। ରୁଟି ଏବଂ ଭାତ ଉଭୟ କାର୍ବୋହାଇଡ୍ରେଟର ଏକ ଉତ୍ସ, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ଏହି ଦୁଇଟି ଖାଇବା ମଧ୍ୟାହ୍ନ ସମୟରେ ସହଜରେ ହଜମ ହୁଏ। ଆମର ପାଚନ ପ୍ରକ୍ରିୟା ଠିକ୍ ଭାବରେ ଚାଲିଥାଏ। ସନ୍ଧ୍ୟାରେ କିମ୍ବା ରାତିରେ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ଧୀର ହୋଇଯାଏ । ଏହା ହଜମ ହୋଇ ନ ଥାଏ । ଏପରି ହେବା ଦ୍ଵାରା ଶରୀରରେ ମେଦବହୁଳତା, ମଧୁମେହ, ଭଳି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ଯେତେବଳେ ଖାଉଛନ୍ତି କ୍ୟାଲୋରୀ ହିସାବ କରି ଖାଆନ୍ତୁ। ବହୁତ ବହୁତ ନ ଖାଇ କମ କମ ଖାଆନ୍ତୁ। ଆଉ ଗୋଟିଏ ଟାଇମ ଭାତ କିମ୍ବା ରୁଟି ଖାଆନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dont-eat-rice-or-bread-even-by-mistake-at-night | Argus News