Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଦହି ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦହି ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଜିନିଷ...

ଦହି ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଖରା ଦିନରେ ଏହା ଆପଣଙ୍କୁ ସମସ୍ତ ପ୍ରକାରର ସମସ୍ୟାରୁ ରକ୍ଷା କରିଥାଏ। ଖରା ଦିନେ ସମସ୍ତେ ଚାହାନ୍ତି ଟିକେ ଦହି ପାଣି, ଲସି ପିଇବାକୁ ।ଯାହା ପିଇଲେ ଆମକୁ ଶାନ୍ତି ମିଳେ। ହେଲେ ଆପଣ ଜାଣନ୍ତି କି ଏହି ଦହିରେ କିଛି ଏମିତି ଜିନିଷ ରହିଛି, ଯାହାକୁ ମିଶାଇ ପିଇଲେ ସ୍ୱାସ୍ଥ୍ୟ ପାଇଁ ଖରାପ। କଦଳୀ ସହିତ ଦହି ଖାଇବା ଉଚିତ ନୁହେଁ। ଠିକ ସେହିପରି ଶାକାହାରୀ ସହିତ ଅଣ ଶାକାହାରୀ ଖାଦ୍ୟ (ମାଂସ, ଚିକେନ୍ ଇତ୍ୟାଦି) ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ | ଏହା ହଜମ ପ୍ରକ୍ରିୟାକୁ ବ୍ୟାହତ କରି ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିପାରେ।

ଦହି ଏବଂ ମାଛକୁ ଏକାଠି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ ନାହିଁ । ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ, ଯାହା ଚର୍ମ ଦାଗ, ଆଲର୍ଜି କିମ୍ବା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ।ଦହି ସହିତ ଅତ୍ୟଧିକ ଭଜା କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଉତ୍ତେଜନା, ଗ୍ୟାସ୍ ଏବଂ ଅମ୍ଳତା ଭଳି ସମସ୍ୟା ସୃଷ୍ଟି ହୋଇପାରେ।

କିଛି ଆୟୁର୍ବେଦିକ ଗ୍ରନ୍ଥରେ ପିଆଜ ଏବଂ ରସୁଣକୁ ଦହି ସହିତ ନଖାଇବାକୁ ପରାମର୍ଶ ଦିଆଯାଇଛି । ଦହି ଏବଂ ସାଇଟ୍ରସ୍ ଫଳ ଏକାଠି ଖାଇବା ହଜମକୁ ପ୍ରଭାବିତ କରିଥାଏ, କାରଣ ସାଇଟ୍ରସ୍ ଫଳଗୁଡ଼ିକରେ ଏସିଡ୍ ଥାଏ ଏବଂ ଦହିରେ ପ୍ରୋବାୟୋଟିକ୍ ଥାଏ। ତେବେ ଏହି ସମସ୍ତ ଜିନିଷ ଉପରେ ଦୃଷ୍ଟି ରଖି ଦହି ପିଇବା ଆବଶ୍ୟକ। ଦଚେତ୍‌ ଅନେମ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dont-eat-these-things-with-yogurt-by-mistake | Argus News