Videos
|
Lifestyle

ବିଟ୍‌ ଜୁସ୍‌ ପିଅନ୍ତୁ, ୭ ଦିନରେ ଫାଇଦା ଦେଖନ୍ତୁ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଟ୍‌ ଜୁସ୍‌ ପିଅନ୍ତୁ, ୭ ଦିନରେ ଫାଇଦା ଦେଖନ୍ତୁ...

ବିଟ୍‌ ହେଉଛି ସ୍ୱାସ୍ଥ୍ୟ ଉପଯୋଗୀ ପରିବା। ଏହା ପାଟି ସୁଆଦିଆ ନହେଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ ଏହା ବହୁ ଉପକାରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ବିଟ୍‌ ରୁଟରେ ନାଲି ରଙ୍ଗର ଜୁସ୍‌ ପ୍ରସ୍ତୁତ ହେଉଥିବାରୁ ଏହା ପ୍ଲାଜମା ବୃଦ୍ଧିରେ ସାହାଯ୍ୟ କରିଥାଏ। ଯାହା ଶାରୀରିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ। ବିଟ ଖାଇବା ଦ୍ୱାରା ୭ ଦିନରେ ଅନେକ ଫାଇଦା ମିଳିଥାଏ।

ବିଟ୍‌କୁ ଅନେକ ଉପାୟରେ ଖାଦ୍ୟରେ ସାମିଲ କରାଯାଇପାରିବ। ଯେଉଁମାନଙ୍କର ଆଇରନ ସମସ୍ୟା ଅଛି ସେମାନଙ୍କ ପାଇଁ ବିଟ୍‌ ଖାଇବା ଲାଭଦାୟକ। କାରଣ ଏଥିରେ ମାଙ୍ଗାନିଜ, ପୋଟାସିୟମ, ଆଇରନ, ଫୋଲେଟ, ଭିଟାମିନ୍‌ ବି-୬ ଏବଂ ଭିଟାମିନ ସି’ ଭଳି ଅନେକ ଗୁଣ ରହିଛି, ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିବାରେ ସହାୟକ ହୋଇଥାଏ।

ବିଟ୍‌ର ଫାଇଦା:


ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବିଟ୍‌ ଜୁସ୍‌ ବହୁତ ଲାଭଦାୟକ। ଯଦି ଆପଣ ଉଚ୍ଚ ରକ୍ତଚାପରେ ପୀଡ଼ିତ ତେବେ ଆପଣ ବିଟ୍‌ ରୁଟ୍‌ ରସ ସେବନ କରିପାରିବେ।

ବିଟ୍‌ରେ ଏପରି ଅନେକ ଗୁଣ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ପାଇଁ, ଆପଣ ବିଟ୍‌ ଜୁସ୍‌ ସେବନ କରିପାରିବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି।

ବିଟ୍‌ରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ସି’ ଥାଏ, ଯାହା ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିପାରେ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: