ଶରୀରରେ ବଢ଼ୁଛି କି ୟୁରିକ୍ ଏସିଡ୍ର ମାତ୍ରା ? ସକାଳେ ଖାଲି ପେଟରେ ପିଅନ୍ତୁ ଏହି ଜୁସ୍

ଆଜିର ସମୟରେ ଏକ ବଡ଼ ସମସ୍ୟା ହେଉଛି ୟୁରିକ୍ ଏସିଡ୍ । ଏହା ଆମର ଜୀବନଯାପନ ଓ ଖାଇବା ପିଇବା ସହ ଜଡ଼ିତ । ଯଦି ଆପଣ ମଇଦା, ତେଲ ଓ ମିଠା ଆଦି ଅଧିକ ଖାଉଛନ୍ତି ତ ଏହାଦ୍ଵାରା ଶରୀରରେ ୟୁରିକ୍ ଏସିଡ୍ ବଢ଼ିଥାଏ । ଏଥିଯୋଗୁଁ ଶରୀରର ଗଣ୍ଠି ସ୍ଥାନ ଦରଜ ହୋଇଥାଏ ।
ସୂଚନାଯୋଗ୍ୟ, ରକ୍ତରେ ହିଁ ୟୁରିକ୍ ଏସିଡ୍ ମିଳିଥାଏ । ଯେତେବେଳେ ଶରୀରରେ ପ୍ୟୁରିନ୍ ନାମକ ରସାୟନ କ୍ଷରଣ ହୁଏ ତ ୟୁରିକ୍ ଏସିଡ୍ ଉତ୍ପାଦନ ହୁଏ । ଯଦି ଆପଣ ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତା ହେଲେ ଲାଉ ଜୁସ୍କୁ ଆଜି ହିଁ ଆପଣଙ୍କ ଖାଦ୍ୟରେ ସାମିଲ୍ କରନ୍ତୁ ।
ଲାଉ ସେବନ ଦ୍ଵାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଲାଉରେ ଫାଇବର, ଭିଟାମିନ୍ ସି, ଭିଟାମିନ ଏ, ଭିଟାମିନ କେ, ଭିଟାମିନ ଇ, ଆଇରନ ଓ ମାଗ୍ନେଶିୟମ ଆଦି ଭରପୁର ମାତ୍ରାରେ ମହଜୁଦ୍ ରହିଛି । ଯାହାକି ଆପଣଙ୍କ ଶରୀରର ପାଇଁ ବେଶ ଲାଭଦାୟକ ଅଟେ ।
ଲାଉରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଆଣ୍ଟି ଇମ୍ଫ୍ଲେମେଟରି ଗୁଣ ରହିଛି । ଯାହାକି ଦରଜ କମ କରି ୟୁରିକ୍ ଏସିଡ୍ର ମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଲାଉ ଜୁସ୍ ପିଇବା ଦ୍ଵାରା ଗଣ୍ଠି ଦରଜରୁ ଉପଶମ ମଧ୍ୟ ମିଳିଥାଏ ।
📱 Get Argus News App
✨କେମିତି କରିବେ ଲାଉ ଜୁସ୍ ?
ଲାଉ ଜୁସ୍ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଲାଉକୁ ଭଲ ଭାବେ ପାଣିରେ ଧୋଇ ନିଅନ୍ତୁ ।
ଏହା ପରେ ଲାଉକୁ କାଟି ତାର ମଞ୍ଜି ସବୁକୁ ବାହାର କରି ଦିଅନ୍ତୁ ।
ଏବେ ଲାଉକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ।
ଲାଉ ଖଣ୍ଡକୁ ଜାରରେ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ ।
ଏବେ ଲାଉ ଜୁସ୍କୁ ବାହାର କରି ଅଳ୍ପ ପାଣି ମିଶାନ୍ତୁ ।
ଖାଲି ପେଟରେ ଲାଉ ଜୁସ୍କୁ ପିଅନ୍ତୁ ।