Videos
|
Lifestyle

ହନିଙ୍କ ପରି ପିଅନ୍ତୁ ଏହି ଜୁସ୍‌, ହୋଇଯିବେ ପତଳା...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହନିଙ୍କ ପରି ପିଅନ୍ତୁ ଏହି ଜୁସ୍‌, ହୋଇଯିବେ ପତଳା...

ବଲିଉଡ୍‌ ଗାୟକ ହିରଦେଶ ସିଂହ ଓରଫ ହନି ସିଂହ। ହନି ସିଂହ ପଞ୍ଜାବୀ ସହ ବଲିଉଡ୍‌ର ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ‘କକ୍‌ଟେଲ୍‌’ରେ ତାଙ୍କ ଗୀତ ଦର୍ଶକଙ୍କୁ ପସନ୍ଦ ଆସିବା ପରେ ସେ ଲୋକପ୍ରିୟ ହୋଇଥିଲେ। ହନି ସିଂହଙ୍କୁ ଅନେକ ଲୋକ ପସନ୍ଦ କରନ୍ତି। ତାଙ୍କ ଫ୍ୟାନ ଫଲୋର୍ସ ବି କିଛି କମ ନୁହଁନ୍ତି। ନିକଟରେ ଦେଖିଥିବେ ଯେ, ହନି ସିଂହ ଏତେ ଶୀଘ୍ର କେମିତି ପଳତା ହେଲେ। ଆଗକୁ ଅଧିକ ହେଲଦି ଥିଲେ। ହନି ସିଂହ କେଉଁ ଡାଏଟ୍‌ ପ୍ଲାନ କରୁଛନ୍ତି ପ୍ରଶଂସକଙ୍କ ମନରେ ପ୍ରଶ୍ନ। ଓଜନ ଯେତେ ସହଜରେ ବଢ଼ିଥାଏ, ତାହାକୁ ହ୍ରାସ କରିବା ମଧ୍ୟ ସେତିକି କଷ୍ଟକର। ଓଜନ ହ୍ରାସ କରିବା ସମୟରେ ସମର୍ପଣ, ଶୃଙ୍ଖଳା, ଧୈର୍ଯ୍ୟ ଏବଂ ଉପଯୁକ୍ତ ମାର୍ଗଦର୍ଶନ ବହୁତ ଗୁରୁତ୍ୱପୂର୍ଣ୍ଣ।

ହନି ସିଂହ ସକାଳେ ଗୋଟିଏ ଗ୍ଲାସ ଗ୍ରୀନ୍‌ ଜୁସ୍‌ ପିଉଥିଲେ। ମଧ୍ୟାହ୍ନ ଭୋଜନରେ ସିଝା ଚିକେନ ଏବଂ କିଛି ଭାତ (ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ସନ୍ତୁଳନ ବଜାୟ ରଖିବା ପାଇଁ) ଖାଉଥିଲେ। ସନ୍ଧ୍ୟାରେ ଏକ ପନିପରିବା ସୁପ ପିଉଥିଲେ। ରାତିରେ ସବୁଜ ପନିପରିବାଯୁକ୍ତ ଖାଦ୍ୟ ଖାଉଥିଲେ। ଏହାସହ ସେ ନିୟମିତ ଓ୍ବାର୍କଆଉଟ୍‌ କରୁଥିଲେ।

ଏହି ଗ୍ରୀନ୍‌ ଜୁସ୍‌କୁ ତିଆରି କରିବା ପାଇଁ ବିଟ, କାକୁଡି, ଆମଲା, ଗାଜର ଏବଂ ଧନିଆ ପତ୍ର ଆବଶ୍ୟକ। ହନି ସିଂହ ପ୍ରତିଦିନ ସକାଳେ ଖାଲି ପେଟରେ ଏହି ଗ୍ରୀନ୍‌ ଜୁସ୍‌ ପିଉଥିଲେ। ଏହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଯୋଗାଇଲା ଏବଂ ବିଷମୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କଲା, ଯାହା ଫଳରେ ତାଙ୍କୁ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କଲା। ଏହା ବ୍ୟତୀତ, ୧୭ କିଲୋ ଓଜନ ହ୍ରାସ କରିବା ପାଇଁ ହନିଙ୍କୁ ଏକ କଡ଼ା ଡାଏଟ ପ୍ଲାନ ଫଲୋ କରିବାକୁ ପଡିଥିଲା।

ହନି ମାତ୍ର ଗୋଟିଏ ମାସରେ ୧୭ କିଲୋ ଓଜନ ହ୍ରାସ କରି ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ୯୫ କିଲୋଗ୍ରାମରୁ ୭୭ କିଲୋଗ୍ରାମ ପର୍ଯ୍ୟନ୍ତ ଯାତ୍ରା କରିଥିଲେ।ହନି ସିଂହଙ୍କ ଫିଟନେସ ପ୍ରଶିକ୍ଷକ ଅରୁଣ କୁମାର ତାଙ୍କର ଓଜନ ହ୍ରାସ ପଛର ମୁଖ୍ୟ କାରଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସଠିକ ଖାଦ୍ୟ ଯୋଜନା, କଠୋର ବ୍ୟାୟାମ ଏବଂ ଏକ ସ୍ବତନ୍ତ୍ର ଗ୍ରୀନ୍‌ ଜୁସ୍‌ ହନିଙ୍କୁ ଏହି ସଫଳତା ହାସଲ କରିବାରେ ସାହାଯ୍ୟ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
drink-the-juice-like-honey-singh-you-will-become-slim | Argus News