Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଫ୍ରୀଜ୍‌ ପାଣି ଶରୀର ପାଇଁ ସାଙ୍ଘାତିକ୍‌  

Manini Pattanayak
Browse all articles by Manini Pattanayak
·1 year ago·2 min read
ଫ୍ରୀଜ୍‌ ପାଣି ଶରୀର ପାଇଁ ସାଙ୍ଘାତିକ୍‌  

ନୂଆଦିଲ୍ଲୀ: ପ୍ରବଳ ଗରମରେ ଟିକେ ଇଛା ହେଉଥିବ ଫ୍ରୀଜ୍‌ ଖୋଲି ଥଣ୍ଡା ପାଣି ପିଇବା ପାଇଁ।  ଏପରି  ଇଛା ପ୍ରାୟତଃ ସମସ୍ତଙ୍କର ହେଉଥିବ।   କିନ୍ତୁ ଏପରି  ଇଛା  ବହୁତ ସାଙ୍ଘାତିକ୍‌ ହୋଇପାରେ। କାରଣ  ଗରମ ଦିନେ ଥଣ୍ଡା ପାଣି ପିଇବା ଆପଣଙ୍କ ଶରୀରକୁ  କ୍ଷତି ପହଞ୍ଚାଇପାରେ।  କାରଣ  ପିଉଥିବା ଥଣ୍ଡାପାଣିର  ତାପମାତ୍ରା  ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ  କରିପାରେ।  ଯଦି ଆପଣ ସେହି କାଟାଗରୀ ବ୍ୟକ୍ତିମାନଙ୍କ ମଧ୍ୟରେ ଯାଆନ୍ତି ଯେଉଁ ମାନେ ଫ୍ରୀଜ୍‌ ରୁ ଥଣ୍ଡା ପାଣି ଆଣି ପିଇଥାନ୍ତି ତେବେ ଜାଣି ରଖୁନ୍ତୁ ଏହା କେତେ ସାଙ୍ଘାତିକ।  ଥଣ୍ଡା ପାଣି ଶରୀର ପାଇଁ ଭଲ ଅପେକ୍ଷା ଅଧିକ କ୍ଷତି  ପହଞ୍ଚାଇପାରେ।  ଆସନ୍ତୁ ଜାଣିବା କଣ କ୍ଷତି ପହଞ୍ଚାଇଥାଏ ଫ୍ରୀଜ ପାଣି  ? 

ହଜମ ଉପରେ ପ୍ରଭାବ 

ଥଣ୍ଡା ପାଣି ଆମ ଅଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ।  ଥଣ୍ଡା ପାଣି  ଏବଂ ଅନ୍ୟ ଥଣ୍ଡା ପଦାର୍ଥ  ରକ୍ତବାହିକୁ ସଙ୍କୁଚିତ କରିପାରେ ଏବଂ   ହଜମ ପ୍ରକ୍ରିୟାକୁ ବାଧା ଦେଇପାରେ ।

ହୃଦସ୍ପନ୍ଦନ ହ୍ରାସ କରେ

ଥଣ୍ଡା ପାଣି ପିଇବା ଦ୍ୱାରା ହୃଦସ୍ପନ୍ଦନ  ଗତି କମ ହୋଇଥାଏ।   ଦିନ ସାରା ଥଣ୍ଡା ପାଣି ପିଇବା ଦ୍ୱାରା ବେଗସ ନର୍ଭ  ଉପରେ ପ୍ରଭାବ ପଡିଥାଏ।   ଏହା ଏପରି ଏକ ନର୍ଭ  ଯାହା ଶରୀରର ସମସ୍ତ ସ୍ୱେଚ୍ଛାକୃତ କାର୍ଯ୍ୟ କରିଥାଏ।  

ଗଳାରେ ଯନ୍ତ୍ରଣା ହେବାର କାରଣ ଥଣ୍ଡାପାଣି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଥଣ୍ଡା ପାଣି ପିଇବାର ଏକ ସ୍ପଷ୍ଟ ପରିଣାମ ହେଉଛି ଏହା ଗଳା କୁଣ୍ଡେଇ ଏବଂ କାଶର କାରଣ ହୋଇଥାଏ । ଏଥିସହିତ ଥଣ୍ଡା ପାଣି ଶ୍ୱାସ ମଧ୍ୟ ସୃଷ୍ଟି କରିଥାଏ।  ଯାହାଦ୍ୱାରା ନିଶ୍ୱାସ ନେବାରେ ସମସ୍ୟା ହୋଇଥାଏ।   କାଶ, ଥଣ୍ଡା ଏବଂ ଗଳା ଯନ୍ତ୍ରଣା ହୋଇପାରେ। 

ମୁଣ୍ଡବିନ୍ଧାର କାରଣ

ବାହାରୁ ଆସିବା ପରେ ହଠାତ୍‌ ଫ୍ରିଜ୍‌ ଖୋଲି ଥଣ୍ଡାପାଣି ପିଇବା ଦ୍ୱାରା ମେରୁଦଣ୍ଡରେ ଥିବା ସ୍ନାୟୁ ଥଣ୍ଡା ହୋଇପାରେ, ଯାହାଦ୍ୱାରା ମସ୍ତିସ୍କ ପ୍ରଭାବିତ ହୋଇଥାଏ।  ମୁଣ୍ଡବିନ୍ଧା ହୋଇଥାଏ।  କିଛି ବ୍ୟକ୍ତିମାନଙ୍କର ସାଇନସ ସମସ୍ୟା ବଢି ଯାଇଥାଏ। 
 ଓଜନ ବଢାଇଥାଏ

ଥଣ୍ଡା ପାଣି  ଶରୀରରେ ଚର୍ବି ସୃଷ୍ଟି କକରିଥଏ।  ଯାହାଦ୍ୱାରା ପେଟ ବଢିଥାଏ।  ରେଫ୍ରିଜରେଟର ପାଣି ପିଇବା ଦ୍ୱାରା ଶରୀରର ଚର୍ବିକୁ ଦୃଢ କରିଥାଏ ଏବଂ ଓଜନ ହ୍ରାସକୁ ରୋକିଥାଏ। 
ଯେଉଁମାନଙ୍କ ଥଣ୍ଡା ପାଣି ପିଇବା ଅଭ୍ୟାସ   ତେବେ ଏ ଭିଡିଓ ଦେଖି ନିଶ୍ଚୟ ସଚେତନ ହେଇଯାଅନ୍ତୁ କାରଣ  ଥଣ୍ଡା ପାଣି ଶୀରର ପାଇଁ ବହୁତ ସାଙ୍ଘାତିକ ।

ଅଧିକ ଦେଖନ୍ତୁ : 
 

Sponsored
Drinking cold water from the fridge is generally safe and not harmful to your health. | Argus News