Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଋତୁସ୍ରାବ ସମୟରେ କୁମ୍ଭମେଳାରେ ମହିଳା ସାଧୁଙ୍କୁ ସ୍ନାନ ମନା

Lifestyle

ଋତୁସ୍ରାବ ସମୟରେ କୁମ୍ଭମେଳାରେ ମହିଳା ସାଧୁଙ୍କୁ ସ୍ନାନ ମନା

Ritu Das
Browse all articles by Ritu Das
·1 year ago·1 min read
ଋତୁସ୍ରାବ ସମୟରେ କୁମ୍ଭମେଳାରେ ମହିଳା ସାଧୁଙ୍କୁ ସ୍ନାନ ମନା

ଅର୍ଗସ ବ୍ୟୁରୋ: ପ୍ରୟାଗରାଜରେ ମହାକୁମ୍ଭ ଯୋଗୁ, ମକର ସଂକ୍ରାନ୍ତିରେ ୩.୫ କୋଟି ଭକ୍ତ ପବିତ୍ର ବୁଡ଼ ପକାଇ ଅମୃତ ସ୍ନାନ କରିଛନ୍ତି। ଏହି ସମୟରେ, ୧୩ଟି ଆଖଡ଼ାର ନାଗା ସାଧୁ ଏବଂ ମହିଳା ସାଧ୍ୱୀମାନେ ମଧ୍ୟ ସେଠାରେ ପହଞ୍ଚିଥାନ୍ତି । ସର୍ବପ୍ରଥମେ ନାଗା ସାଧୁମାନେ ସ୍ନାନ କରିବା ପରେ ମହିଳା ସାଧ୍ୱୀମାନେ ସ୍ନାନ କରିଛନ୍ତି। ତେବେ ଏହାରି ଭିତରେ ଲୋକଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଆସେ ଯେ, ମହାକୁମ୍ଭ ସମୟରେ ମହିଳା ସାଧୁମାନେ ଋତୁସ୍ରାବ ହେଲେ କ’ଣ କରନ୍ତି ? ସେମାନେ ଏହି ସମୟରେ କେମିତି ପକାନ୍ତି ବୁଡ । ସାଧୁ ମାନଙ୍କର ନିୟମ ଅନୁଯାଇ ମହିଳା ସାଧୁ ମାନେ କେବଳ ସେଇ ଦିନ ଗଙ୍ଗାରେ ସ୍ନାନ କରିପାରିବେ ଯେଉଁଦିନ ସେମାନଙ୍କର ଋତୁସ୍ରାବ ହୋଇ ନଥାଏ।


ନଚେତ୍ ସେମାନଙ୍କୁ ଋତୁସ୍ରାବ ସମୟରେ ସ୍ନାନ କରିବା ସଂପୂର୍ଣ୍ଣ ମନା। କେବଳ ହାତରେ ଟିକିଏ ଗଙ୍ଗା ଜଳ ଆଣି ଦେହରେ ଛିଞ୍ଚିହେବା ଛଡା ଅନ୍ୟ କୈଣସି ଉପାୟ ନଥାଏ ଏମାନଙ୍କ ପାଖରେ। ଏହାରି ଭିତରେ ଏକ ବିଶେଷ କଥା ହେଉଛି ପୁରୁଷ ନାଗା ସାଧୁ ମହାକୁମ୍ଭରେ ସ୍ନାନ କରିବା ପରେ ଏମାନେ ନଦୀରେ ସ୍ନାନ କରିବାକୁ ଯାଆନ୍ତି। ଆଖଡ଼ାର ମହିଳା ନାଗା ସାଧ୍ୱୀମାନଙ୍କୁ ମାଇ, ଅବଧୂତାନୀ କିମ୍ବା ନାଗୀନ ବୋଲି କୁହାଯାଏ ।ନାଗା ସାଧୁ ହେବା ପୂର୍ବରୁ, ସେମାନଙ୍କୁ ଜୀବିତ ଥିବା ସମୟରେ ପିଣ୍ଡ ଦାନ କରିବାକୁ ପଡିବ ଏବଂ ମୁଣ୍ଡ ମଧ୍ୟ ଲଣ୍ଡା କରିବାକୁ ପଡିଥାଏ। ଏହା ସେମାନଙ୍କୁ ୧୦ ରୁ ୧୫ବର୍ଷ ପର୍ଯ୍ୟନ୍ତ କଠୋର ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିଥାଏ। ମହିଳା ନାଗା ସାଧୁ ଏବଂ ପୁରୁଷ ନାଗାସାଧୁ ଦିଗମ୍ବର ହୋଇ ରୁହନ୍ତି ନାହିଁ। ସେମାନେ ସମସ୍ତେ ଗଦର୍ଭ ରଙ୍ଗର ପୋଷାକ ପିନ୍ଧନ୍ତି। କିନ୍ତୁ ସେହି କପଡା ସିଲେଇ କରନ୍ତିନାହିଁ । ତେଣୁ ସେମାନେ ମାସିକ ଋତୁସ୍ରାବ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
During Menstruation, Female Saints are not allowed to bath in the Kumbha Mela | Argus News