ଆସିଲା ଇ-ଟେଷ୍ଟ ଡିଭାଇସ , ଖାଦ୍ୟ ନଖାଇ ବି ପାଇବେ ଖାଦ୍ୟର ସ୍ବାଦ, ଜାଣନ୍ତୁ କେମିତି...

ଖାଦ୍ୟ ନଖାଇ ବି ପାଇ ପାରିବେ ଖାଦ୍ୟର ସ୍ବାଦ । କଥାଟା ଶୁଣିଲେ ଆପଣଙ୍କୁ ଭାରି ଅଜବ ଲାଗୁଥିବ, କିନ୍ତୁ କଥାଟା ଏକଦମ ସତ । ଆପଣ ଯେକୌଣସି ଖାଦ୍ୟକୁ ପାଟିରେ ନଖାଇ ମଧ୍ୟ ଭର୍ଚୁଆଲି ଏହାର ସ୍ବାଦ ପାଇପାରିବେ । ଏମିତି ଏକ ଡିଭାଇସ ଯାହା ଅଧ୍ୟୟନ ପରେ ଗବେଷଣା କରାଯାଇଛି । ଏହି ଡିଭାଇସର ନାଁ ରହିଛି "ଇ ଟେଷ୍ଟ" । ଓହିଓ ବିଶ୍ବ ବିଦ୍ୟାଳୟର କିଛି ରିସର୍ଚ୍ଚରମାନେ ଏହି "ଇ ଟେଷ୍ଟ" ମେସିନ ତିଆରି କରିଛନ୍ତି ।
ଏପରି ଏକ ଡିଭାଇସ ଯାହା ଆପଣଙ୍କ ସ୍ବପ୍ନକୁ ସତ କରିଦେବ । ସ୍ବପ୍ନରେ ଆପଣ ଖାଦ୍ୟକୁ ପ୍ରକୃତରେ ନଖାଇ ମଧ୍ୟ ଟେଷ୍ଟ ଅନୁଭବ କରିପାରନ୍ତି । କିନ୍ତୁ ଏହି ଡିଭାଇସ ଦ୍ବାରା ଆପଣ ସତରେ ଖାଦ୍ୟକୁ ନଖାଇ ମଧ୍ୟ ଏହାର ସ୍ବାଦ ପାଇ ପାରିବେ । ଏହାର ଉପଯୋଗ କେବଳ ଖାଦ୍ୟ ଟେଷ୍ଟ କରିବା ନୁହେଁ , ତା ସହ ଗେମିଙ୍ଗ, ଇନଲାଇନ ସପିଙ୍ଗ, ରିମୋଟ ଏଜୁକେସନ, ଓଜନ ନିୟନ୍ତ୍ରଣ ଆଦି କାର୍ଯ୍ୟରେ ମଧ୍ୟ ହୋଇପାରିବ ।
୧-ଇଲେକ୍ଟ୍ରୋନିକ ଟଙ୍ଗ୍ (ଡିଜିଟାଲ ଜିଭ):-
ଏହି ଇ ଟେଷ୍ଟ ଡିଭାଇସରେ ରହିଛି ଏକ ସେନ୍ସର ପ୍ଲାଟଫର୍ମ । ଯେତେବେଳେ କୌଣସି ଖାଦ୍ୟ ପଦାର୍ଥକୁ ଏଥିରେ ରଖାଯାଏ, ତାହା ୫ଟି ଅଲଗା ଅଲଗା ଜିନିଷକୁ ବିଶ୍ଳେଷଣ କରିଥାଏ । ଯାହା ହେଉଛି ମିଠା, ଖଟା, ଲୁଣି , ପିତା । ଏହି ଇଲେକ୍ଟ୍ରୋନିକ ଟଙ୍ଗ୍ ଏହି ସ୍ବାଦକୁ ଚିହ୍ନିଥାଏ । ଏଥିସହ ଏହାକୁ ରିସିଭର ଡିଭାଇସକୁ ପଠାଇଥାଏ ।
୨- ରିସିଭର ଡିଭାଇସ :-
ଏହି ରିସିଭର ଡିଭାଇସରେ ଛୋଟ ଇଲେକ୍ଟ୍ରୋନିକ ପମ୍ପ ଲାଗିଥାଏ । ଯାହା ଏହି ସ୍ବାଦ ଗୁଡିକ କେମିକାଲ ଲିକ୍ୟୁଇଡ ରୂପରେ ଛାଡିଥାଏ । ପରେ ଏହା ରିସିଭର ରୁ ଆମ ମୁହଁ ପର୍ଯ୍ୟନ୍ତ ପହଞ୍ଚିଥାଏ , ଯାହାଦ୍ବାରା ଆମେ ଖାଦ୍ୟର ସ୍ବାଦ ପାଇଥାନ୍ତି ।
ଯଦି ଆପଣ ଲେମ୍ବୁପାଣି ପିଇବାକୁ ଚାହୁଁଥାନ୍ତି, ତେବେ ଏହି ଡିଭାଇସ ଆପଣଙ୍କ ଜୀଭ ପାଖରେ ଖଟା, ମିଠା ଏବଂ ଅଳ୍ପ ଲୁଣର କେମିକାଲ ସ୍ବାଦ ପହଞ୍ଚାଇବ , ଯାହାଦ୍ବାରା ଆପଣ ପ୍ରକୃତ ଲେମ୍ବୁପାଣିର ସ୍ବାଦ ପାଇପାରିବେ ।