ବ୍ରତଧାରୀଙ୍କ ପାଇଁ ଟିପ୍ସ , ଉପବାସ ଭାଙ୍ଗିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଉ ୨ଦିନ ପରେ ଆସୁଛି ଶିବରାତ୍ରୀ । ଅଧିକାଂଶ ଶିବଭକ୍ତ ଏହିଦିନ ମନସ୍କାମନା ପୂରଣ ପାଇଁ ବ୍ରତ ଏବଂ ଉପବାସ ରଖିଥାନ୍ତି । ପୁରାଦିନ ଉପବାସ ରହିବା ପରେ ମହାଦୀପ ଉଠିଲେ ଭୋଗ ପାଇବା ସହ କିଛି ଖାଇବା ଖାଇଥାନ୍ତି । କିନ୍ତୁ ଉପବାସ ଭାଙ୍ଗିବା ପରେ କିଛି ଜଣ ତେଲ ମସଲାଯୁକ୍ତ ଖାଦ୍ୟ ଖାଇ ଦେଇଥାନ୍ତି । ଅଧିକ ସମୟ ଉପବାସ ରହିବା ପରେ ଏହି ସବୁ ଜିନିଷ ଖାଇବା ଦ୍ବାରା ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ ।
ଉପବାସ ରହିବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଯେପରି ହଜମ ପ୍ରକ୍ରିୟାକୁ ବିରତି ମିଳିଥାଏ, ଅନ୍ତନଳୀ ସୁସ୍ଥ ରହିଥାଏ । ଯେତେବେଳେ ଆମେ ଉପବାସ ସଠିକ ଭାବେ କରିଥାନ୍ତି, ତାହା ଆମ ଶରୀରର ହଜମ ପ୍ରକ୍ରିୟା ଉପରେ ଠିକ ପ୍ରଭାବ ପକାଇଥାଏ । ତେଣୁ ଉପବାସ ଭାଙ୍ଗିବା ପରେ ଏମିତି ଖାଦ୍ୟ ଖାଇବା ଦରକାର ଯାହାଦ୍ବାରା ପେଟ ହାଲକା ରହିବା ସହ ଭୋକ ବି କମିଯିବ । ତେଣୁ କେଉଁକେଉଁ ଖାଦ୍ୟ ଖାଇବା ଦରକାର ତାହା ଜାଣନିଅନ୍ତୁ ।
ଫଳମୂଳ :
ଉପବାସ ଭାଙ୍ଗିଲେ କଦଳୀ, ସେଓ, ଲିଚୁ , ଆଭୋକାଡୋ ଭଳି ଫଳ ଖାଆନ୍ତୁ । ଏଥିରେ ଏଧିକ ଫାଇବର, ପୋଷକ ତତ୍ତ୍ବ ଥାଏ । ଯାହା ହଜମ କରିବାରେ ସାହାଯ୍ୟ କରେ ।
ଫରମେଣ୍ଟେଡ ଫୁଡ୍ :
ଦହି, ଇଡଲି, ଦୋସା ମଧ୍ୟ ଉବାସ ଭାଙ୍ଗିଲେ ଆପଣ ଖାଇ ପାରିବେ । ଏହା ଅନ୍ତନଳୀର ପ୍ରକ୍ରିୟାକୁ ସନ୍ତୁଳନ ରଖିଥାଏ । ତେଣୁ ଉପବାସ ପରେ ଏହି ସବୁ ଖାଦ୍ୟ ଆପଣ ଆରାମରେ ଖାଇପାରିବେ ।
ପାନୀୟ :
ଉପବାସ ପରେ ପାନୀୟ ଭିତରେ ଆପଣ ଲେମନ ଜୁସ୍ , ପଇଡ ପାଣି, ସତ୍ତୁ , ବଟରମିଲ୍କ ଆଦି ଆଦି ପିଇପାରିବେ । ଏହା ଶରୀରକୁ ଇନଷ୍ଟାଣ୍ଟ ଏନର୍ଜି ଦେଇଥାଏ । ଏଥିସହ ଶରୀରର ଜଳୀୟ ଅଂଶକୁ ସନ୍ତୁଳନ ରଖେ ।
ଫାଇବରଯୁକ୍ତ ଖାଦ୍ୟ :
ଫଳ ବ୍ୟତୀତ ଆପଣ ମୁଗଡାଲି, ମସୁର ଡାଲି , ଓଟ୍ସ , ଦହି ଭାତ ବ୍ରୋକଲି ଶରୀର ପାଇଁ ଖୁବ ସ୍ବାସ୍ଥ୍ୟକର । ଏହା ହଜମ ପାଇଁ ସାହାଯ୍ୟ କରିଥାଏ ।
ରନ୍ଧା ପନିପରିବା :
ହାଲକା ରନ୍ଧା ହୋଇଥିବା ବା ସିଝିଥିବା ପନିପରିବା ଯେମିତିକି କନ୍ଦମୂଳ , ଗାଜର ପେଟ ପାଇଁ ଖୁବ ଭଲ ।
📱 Get Argus News App
✨ଉପବାସ ପରେ ଏହି ସବୁ ଖାଦ୍ୟ ଆପଣ ଖାଇ ପାରିବେ । ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ ଶରୀରରେ ସଠିକ ହଜମ ମଧ୍ୟ ହେବ ।