Health Tips / ରାତିରେ ଏହାକୁ ଖାଆନ୍ତୁ ସୁସ୍ଥ ରହିବା ସହ ମିଳିବ ଶକ୍ତି

Key Points
ଉଭୟ ଆମ ଦୈନନ୍ଦିନ ଖାଦ୍ୟର ଏକ ବଡ଼ ଅଂଶ ।
ରାତିରେ କ'ଣ ଖାଇବା ଭଲ ଭାବୁଛନ୍ତି କି ?
ରୁଟି ଏବଂ ଭାତ ବିନା ଆମର ରାତିର ଖାଇବା ପ୍ଲେଟ୍ ଅସମ୍ପୂର୍ଣ୍ଣ ମନେହୁଏ । ଉଭୟ ଆମ ଦୈନନ୍ଦିନ ଖାଦ୍ୟର ଏକ ବଡ଼ ଅଂଶ । କେତେବେଳେ ଆମେମାନେ ରାତିରେ ରୁଟି ସହିତ କିଛି ତରକାରୀ ଖାଇଥାଉ, ପୁଣି ଆଉ କେତେବେଳେ ଡାଲି ଏବଂ ଭାତ,ସନ୍ତୁଳା ଖାଇଥାଉ । କିନ୍ତୁ ଯେତେବେଳେ ରାତିର ଖାଇବା କଥା ଆସେ, ପ୍ରାୟତଃ ପ୍ରଶ୍ନ ଉଠେ ଆମେ ରୁଟି ଖାଇବା ଉଚିତ ନା ଭାତ? ଅନେକ କୁହନ୍ତି କି ରାତିରେ ଭାତ ଖାଇବା ଦ୍ୱାରା ଓଜନ ବଢ଼ିଥାଏ କିମ୍ବା ଆମକୁ ଅଧିକ ନିଦ ଆସିଥାଏ, କିନ୍ତୁ ଅନ୍ୟ କେତକ ଲୋକ ଭାତକୁ ହାଲୁକା ଏବଂ ସହଜରେ ହଜମ ହେଉଥିବା ହେବା ନେଇ ମତ ପ୍ରକାଶ କରନ୍ତି ।
ଅନ୍ୟପକ୍ଷରେ, ଅନ୍ୟମାନେ ରୁଟିରେ ପ୍ରରୁର ପରିମାରେ ଫାଇବର ଏବଂ ପୁଷ୍ଟିକର ଦ୍ରବ୍ୟରେ ଭରପୂର ବୋଲି ବିବେଚନା କରାଯାଏ । ତେଣୁ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେଉଁ ରାତି ଖାଇବା ଅଧିକ ଲାଭଦାୟକ ତାହା ଜାଣଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା କେଉଁଟି ଆପଣଙ୍କ ପାଇଁ ଅଧିକ ଲାଭଦାୟକ ଏବଂ ସ୍ୱାସ୍ଥ୍ୟକର ରୁଟି ନା ଭାତ ?
ରୋଟି ଖାଇବାର ଲାଭ
ରୁଟିରେ ପ୍ରଚୁର ପରିମାଣର ଫାଇବର ଥାଏ। ଏହି ଫାଇବର ପେଟ ସଫା ରଖିବାରେ ସାହାଯ୍ୟ କରେ ଏବଂ କୋଷ୍ଠକାଠିନ୍ୟକୁ ରୋକେ। ଏହା ସହିତ, ଫାଇବର ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ ରଖିବାରେ ସାହାର୍ଯ୍ୟ କରେ, ଯାହା ଯୋଗୁଁ ବାରମ୍ବାର ଭୋକ ଲାଗେ ନାହିଁ ।
ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ରୁଟି ଏକ ଭଲ ବିକଳ୍ପ ହୋଇପାରେ। ରୁଟି ଧୀରେ ଧୀରେ ହଜମ ହୁଏ ଏବଂ ଅଧିକ ସମୟ ପାଇଁ ଶକ୍ତି ଯୋଗାଇଥାଏ ।
ରୁଟିରେ ଥିବା ଆଇରନ, ଜିଙ୍କ୍ ଏବଂ ବି-ଭିଟାମିନ୍ ଭଳି ପୁଷ୍ଟିକର ତତ୍ତ୍ୱ ହଜମ ପ୍ରଣାଳୀକୁ ଠିକ୍ କରିଥାଏ ଏବଂ ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ।
ରୋଟିର ଗ୍ଲାଇସେମିକ୍ ଇଣ୍ଡେକ୍ସ ଭାତ ଅପେକ୍ଷା କମ୍, ଯାହାର ଅର୍ଥ ହେଉଛି ରୋଟି ଖାଇବା ଦ୍ୱାରା ରକ୍ତରେ ଶର୍କରା ଧୀରେ ଧୀରେ ବୃଦ୍ଧି ପାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଭଲ ।
ଭାତ ଖାଇବାର ଲାଭ
ଭାତ ଏକ ସରଳ ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ। ଯଦି ଆପଣଙ୍କର ହଜମ ସମସ୍ୟା ଅଛି କିମ୍ବା ଆପଣ ଭାରୀ ଖାଦ୍ୟ ପସନ୍ଦ କରନ୍ତି, ତେବେ ଭାତ ଆପଣଙ୍କ ପାଇଁ ଭଲ ହୋଇପାରେ।
ଭାତ କାର୍ବୋହାଇଡ୍ରେଟରେ ଭରପୂର, ଯାହା ତୁରନ୍ତ ଶକ୍ତି ଯୋଗାଇ ଥାଏ । ଯଦି ଆପଣଙ୍କ ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ ଶକ୍ତିର ଆବଶ୍ୟକତା ଅଛି, ତେବେ ଭାତ ଖାଇପାରିବେ ।
ଭାତରେ କିଛି ପରିମାଣର ପ୍ରୋଟିନ୍ ମଧ୍ୟ ଥାଏ, ଯାହା ମାଂସପେଶୀ ସୁସ୍ଥ ରଖିବାରେ ସାହାଯ୍ୟ କରେ, ବିଶେଷକରି ଯେତେବେଳେ ଆପଣ ବ୍ୟାୟାମ କରନ୍ତି । ସେତେବେଳେ ଆପଣ ଭାତ ଖାଇପାରିବେ ।
ଭାତରେ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ, ଯାହା ଆପଣଙ୍କୁ ଶୀଘ୍ର ନିଦ ଆସିବାରେ ସାହାଯ୍ୟ କରିପାରେ। ଅନେକ ଲୋକ ରାତିରେ ଭାତ ଖାଇବା ପରେ ଭଲ ନିଦ ଶୋଇଥାନ୍ତି ।
ରାତିରେ ରୁଟି ନା ଭାତ ?
ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି, ତେବେ ରାତିରେ ରୁଟି ଖାଇବା ଭଲ, ବିଶେଷକରି ଗହମ କିମ୍ବା ମଲ୍ଟିଗ୍ରେନ୍ ରୁଟି। ଏଥିରେ ଫାଇବର ଭରପୁର ଥାଏ ଏବଂ ଏହା ଆପଣଙ୍କର ଅଧିକ ସମୟ ପାଇଁ ପେଟ ଫୁଲ ରଖିଥାଏ । ଯଦି ଆପଣ ହାଲୁକା ଖାଦ୍ୟ ଖୋଜୁଛନ୍ତି, ତେବେ ଭାତ ସଠିକ୍ ପସନ୍ଦ ହୋଇପାରେ ।
ଏହା ବ୍ୟତୀତ, ଯଦି ଆପଣଙ୍କର ମଧୁମେହ ଅଛି, ତେବେ ରାତିରେ ରୁଟି ଖାଇବା ଭଲ, କାରଣ ଭାତ ରକ୍ତ ଶର୍କରାକୁ ଦ୍ରୁତ ଗତିରେ ବଢ଼ାଇଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ କିମ୍ବା ପାଚନ ସମସ୍ୟାରେ ପୀଡିତ ତେବେ ରୁଟି ଖାଇବା ଆପଣଙ୍କ ପାଇଁ ଉପଯୁକ୍ତ ହୋଇଥଏ । ରୁଟିରେ ଫାଇବର ଅଧିକ ଥାଏ, ତେଣୁ ଏହା ପେଟକୁ ସଫା ରଖିବାରେ ସାହାଯ୍ୟ କରେ। ସେଥିପାଇଁ ରାତିରେ ରୁଟି ଖାଇବା ସ୍ୟାସ୍ଥ ପାଇଁ ଭଲ ବୋଲି କୁହାଯାଏ । ଯଦି ଆପଣ ରାତିରେ ଭତ ଖାଇବାକୁ ଚାହୁଁଛନ୍ତୁ ତେବେ ଅଳ୍ପ କିଛି ଭାତ ସହ ଗୋଟିଏ ରୁଟି ଖାଇପାରିବେ । କିନ୍ତୁ ଆପଣ ଯାହା ବି ଖାଉଛନ୍ତି ଚେଷ୍ଟା କରନ୍ତୁ ରାତି ୮ଟା ପୂର୍ବରୁ ଖାଇବା ପାଇଁ ଏପରି କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
📱 Get Argus News App
✨Related Topics
Explore more stories