Healthy Foods / ପ୍ରତିଦିନ ରସୁଣ ଖାଇଲେ ଦୂର ହେବ ଏହି ସବୁ ରୋଗ

Key Points
ପ୍ରତିଦିନ ଖାଆନ୍ତୁ ରସୁଣ ମିଳିବ ଏହି ସବୁ ଫାଇଦା
ରସୁଣ ଛୋଟ ମସଲା, ବଡ଼ ଉପକାର!
ପ୍ରତିଦିନ ଏକ କଳି ରସୁଣ, ରୋଗରୁ ଦୂର ଜୀବନ!
ହୃଦୟ, ଲିଭର ଓ ଶରୀର ସବୁକୁ ସୁସ୍ଥ ରଖେ ରସୁଣ!
ସୁସ୍ଥ ରହିବାକୁ କିଏ ବା ନ ଚାହେଁ । ବର୍ତ୍ତମାନ ସମୟରେ ସୁସ୍ଥ ରହିବାକୁ ମଣିଷ ବହୁତ ପ୍ରକାରର କାର୍ଯ୍ୟ କରୁଛି । ଏଥି ସହ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଜିମ୍ ଯାଇ ନିଜକୁ ସୁସ୍ଥ ରଖୁଛନ୍ତି ତ ଆଉ କିଏ ମର୍ଣ୍ଣିଂ ୱାକ୍, ସାଇକେଲ୍ ରେସ୍ ଏପରି ସବୁ କରି ନିଜକୁ ଫିଟ୍ ରଖୁଛନ୍ତି । ତେବେ ଆସନ୍ତୁ ଜାଣିବା ଏକ ମସଲା ଜାତୀୟ ଦ୍ରବ୍ୟ ବିଷୟରେ ଯାହାକୁ ଆପଣାଇଲେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବା ।
ଏହି ମସଲା ଜାତୀୟ ଦ୍ରବ୍ୟର ନାମ ହେଉଛି ରସୁଣ । ରସୁଣ କେବଳ ଖାଦ୍ୟକୁ ସୁଆଦିଆ କରିଥାଏ ତାହା ନୁହଁ ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ । ଏହା ଘରୋଇ ଔଷଧ ଭାବେ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ରସୁଣରେ ଥଣ୍ଡା, କାଶ, ରକ୍ତଚାପ ସହିତ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ଅନେକ ତତ୍ତ୍ବ ଭରପୁର ରହିଛି । ତେବେ ଆସନ୍ତୁ ଜାଣିବା ରସୁଣର ବିଭିନ୍ନ ଉପକାରିତା ବିଷୟରେ ।
ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ ଖାଇବା ଦ୍ବାରା ଶରୀରରେ ରୋଗପ୍ରତିଶୋଧକ କ୍ଷମତା ବଢ଼ିଥାଏ । ଏଥି ସହ ରସୁଣରେ ଥିବା ଆଲିସିନ୍ ନାମକ ଅଣ୍ଟିବାୟୋଟିକ୍ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ ରଖିଥାଏ । ଏଥି ସହ ଜାଣିରଖନ୍ତୁ ଯେ, ଆୟୁର୍ବେଦରେ ରସୁଣକୁ ବିଭିନ୍ନ ରୋଗର ଔଷଧ ଭାବରେ ବ୍ୟବହାର କରାଯାଏ । ରସୁଣରେ ଆଣ୍ଟିସେପ୍ଟିକ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟିଭାଇରାଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ପ୍ରଚୁର ପରିମାଣରେ ରହିଥାଏ । ରସୁଣ ଆମକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ ମଧ୍ୟ କରିଥାଏ ।
ରସୁଣର ନିୟମିତ ସେବନ ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ବହୁ ମାତ୍ରାରେ କମ ହୋଇଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଏହା ଦ୍ବାରା କ୍ୟାନ୍ସର ହେବାର ସମ୍ବାବନା ୩୦-୪୦ ପ୍ରତିଶତ କମ ହୋଇଥାଏ । ଏଥିସହ ଉଚ୍ଚରକ୍ତଚାପକୁ ଦୂର କରିବାରେ ମଧ୍ୟ ରସୁଣ ବହୁ ଲାଭଦାୟକ ହୋଇଥାଏ । ଦୈନିକ ରସୁଣ ଖାଇବା ଦ୍ବାରା କୋଲେଷ୍ଟ୍ରଲ କମ ହେବା ସହ ହୃଦଜନିତ ରୋଗର ସମ୍ବାବନା ମଧ୍ୟ କମ ହୋଇଥାଏ ।
ଏଥି ସହ ଆପଣମାନେ ଜାଣିରଖନ୍ତୁ ଯେ, ରସୁଣ ଖାଇବା ଦ୍ବାରା ଆମ ଶରୀର ସବୁବେଳେ ଗରମ ରହିଥାଏ, ଯାହା ଫଳରେ ଥଣ୍ଡା, କାଶ ଏବଂ ଛିଙ୍କ ଆଦିରୁ ରକ୍ଷା ପାଇବା ପାଇଁ ଏହା ବହୁ ଲାଭକାରୀ ପ୍ରମାଣିତ ହୋଇଥାଏ । ଏଥିରେ ଉପସ୍ଥିତ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ବ ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।
ଦୈନିକ ରସୁଣ ଖାଉଥିବା ବ୍ୟକ୍ତିଙ୍କ ନିକଟରେ ରକ୍ତହିନତା ଦେଖାଯାଇ ନଥାଏ । ଏଥି ସହ ଏହା ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ରସୁଣ ଦ୍ବାରା ଶୀଘ୍ର ଉପଶମ ମଳିଥାଏ ।
ରସୁଣ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଏହା ଧମନୀରେ ଅବରୋଧକୁ ଦୂର କରିବାରେ ସାହାଯ୍ୟ କରିଥାଏ । ରସୁଣ ଖାଇବା ହାର୍ଟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।
ଏଥି ସହ ଜାଣିରଖନ୍ତୁ ଯେ, ଲିଭରକୁ ସୁସ୍ଥ ରଖିବା ପାଇଁ ରସୁଣ ଖାଇବା ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଆପଣ ଜାଣିଛନ୍ତି କି ରସୁଣ ହଜମ ଏବଂ ଗ୍ୟାସ୍ ସମସ୍ୟାକୁ ବହୁତ ମାତ୍ରାରେ କମ୍ କରିଥାଏ ।
ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ରସୁଣ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ରସୁଣ ଖାଇବା ହିତକର ହୋଇପାରେ । କାରଣ ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ । ଏଥି ସହ ଯଦି ଆପଣ ପ୍ରତ୍ୟେକ ଦିନ ଆପଣଙ୍କ ଖାଦ୍ୟରେ ରସୁଣକୁ ସାମିଲ୍ କରନ୍ତି, ତେବେ ଅନେକ ପ୍ରକାରର ସମସ୍ୟାରୁ ରିଲାକ୍ସ ପାଇପାରିବେ ।
📱 Get Argus News App
✨Related Topics
Explore more stories