ପ୍ରତିଦିନ ଖାଆନ୍ତୁ ଏହି ପରିବା, ଦୂର ହେବ ସବୁ ରୋଗ

Key Points
ସୁସ୍ଥ ରହିବାକୁ ଚାହୁଁଥିଲେ ଆପଣାନ୍ତୁ କିଛି ଉପାୟ
ହେବ ନାହିଁ କିଛି ରୋଗ, ସବୁବେଳେ ରହିବେ ସୁସ୍ଥ
ଦୈନନ୍ଦିନ ଜୀବନରେ ସୁସ୍ଥ ରହିବାକୁ ଚାହିଁଲେ ବି ଆମର ଚାଲିଚଳଣି, ଖାଦ୍ୟପେୟ ଆମ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ଯାହାର ପ୍ରଭାବ ସିଧା ସିଧା ଆମ ଶରୀର ଉପରେ ପଡ଼େ। ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପ୍ରତି ଆମକୁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ।ସବୁବେଳେ ଏପରି ଖାଦ୍ୟ ଖାଆନ୍ତୁ ଯାହା ସହଜରେ ହଜମ ହୋଇପାରୁଥିବ। ଆଜିକାଲି ଏମିତି ରୋଗ ହେଉଛି ଆପଣ ଜାଣିବା ଆଗରୁ ତାହା ବ୍ୟାପିଯାଇଥିବ। ତେବେ ଏବେଠୁ ହିଁ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣନ୍ତୁ।
ନିୟମିତ ସମୟ ଅନ୍ତରାଳରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ନିହାତି ଆବଶ୍ୟକ। କୌଣସି ରୋଗର କାରଣ ଜାଣିବା ମାତ୍ରେ ତାହାକୁ ଅବହେଳା କରନ୍ତୁ ନାହିଁ। କାରଣ ଏହା ଭବିଷ୍ୟତରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ଏବଂ ସେଥିରୁ ଆରୋଗ୍ୟଲାଭ କରିବାକୁ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ନିଜର ଦୈନନ୍ଦିନ ଜୀବନଶୈଳୀ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ଦିନକୁ ଅତିକମ୍ରେ ୨-୩ ଲିଟର ପାଣି ପିଅନ୍ତୁ।
ଆମେ ଯଦି ଏକ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରିବା ତେବେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବା। ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ। ସବୁବେଳେ ସୁଷମ ତଥା ଭିଟାମିନ୍ଯୁକ୍ତ ଖାଦ୍ୟ ଖାଇବା ଦରକାର। ତା’ସହ ରାତିରେ ଅତିକମ୍ରେ ୭-୮ ଘଣ୍ଟା ଶୋଇବା ଆବଶ୍ୟକ। କାରଣ ସୁସ୍ଥ ରହିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଖାଦ୍ୟ ତାଲିକାରେ ଯେତେ ମସଲାଯୁକ୍ତ, ତେଲଯୁକ୍ତ ଖାଦ୍ୟ କମ୍ ସାମିଲ କରିବେ ସେତେ ଭଲ। ଫାଷ୍ଟଫୁଡ୍ଜାତୀୟ ଖାଦ୍ୟ ସୀମିତ ପରିମାଣରେ ଖାଆନ୍ତୁ। ତେବେ ଏହା ଉପରେ ଧ୍ୟାନ ଦିଅନ୍ତୁ ଆଉ ସୁସ୍ଥ ରୁହନ୍ତୁ।