Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା  

Lifestyle

ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା  

Manini Pattanayak
Browse all articles by Manini Pattanayak
·1 year ago·2 min read
ମାଛ ଖାଇଲେ ଶରୀରକୁ ମିଳିବ ଗଜବ ଫାଇଦା  

ନୂଆଦିଲ୍ଲୀ: ମାଛ ତରକାରୀ  ହେଉ କି ମାଛ ଭଜା ଭାରି ପସନ୍ଦ ସମସ୍ତଙ୍କର ।  ଦୁନିଆରେ ମାଛକୁ  ସବୁଠାରୁ ହେଲଦି ଫୁଡ୍‌  କୁହାଯାଇଥାଏ।  ମାଛରେ ଅନେକ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ।  ଏଥିରେ  ହାଇ କ୍ୱାଲିଟ୍‌ ପ୍ରୋଟିନ୍‌  ସହ  ଓମେଗା -3 ଫ୍ୟାଟି ଏସିଡ୍, ଭିଟାମିନ୍ D, ଭିଟାମିନ୍-B2, ଆଇରନ୍, ଜିଙ୍କ, ଆୟୋଡିନ୍, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍  ରହିଥାଏ ।  ମାଛ ଖାଇବା ଦ୍ୱାରା  ହାର୍ଟ  ସୁସ୍ଥ ରହିଥାଏ।  ସେହିପରି  ଡିପ୍ରେଶନ  ଏବଂ ଟାଇପ୍‌ ୧ ଡାଇବେଟିସ୍‌ ର ବିପଦ କମ ରହିଥାଏ।  ଆମେରିକାର ହାର୍ଟ  ଆସୋସିଏଶନ   ଅନୁସାୟୀ   ମାଛର ସେବନ  ସପ୍ତାହକୁ  କମସେକମ ଦୁଇ ଥର  କରିବା ଉଚିତ୍‌ ।   ଆଉ ଏହାକୁ ଆପଣଙ୍କ ହେଲ୍‌ଦି ଡାଏଟ୍‌ ରେ  ଶାମିଲ କରିବା ଉଚିତ୍‌ । ତେବେ ଚାଲନ୍ତୁ ଜାଣିବା  ମାଛ ଖାଇବା ଦ୍ୱାରା ଆଉ କଣ ସବୁ ଲାଭ ମିଳିଥାଏ ?
 

ମସ୍ତିଷ୍କ ପାଇଁ ଲାଭଦାୟକ

ରିସର୍ଚ୍ଚ କହୁଛି  ମାଛରେ ଓମେଗା-3  ଫ୍ୟାଟି ଏସିଡି ଥାଏ  ଯାହା ମସ୍ତିଷ୍କ ପାଇଁ ଲାଭଦାୟକ।   ଏହା ବ୍ୟତିତ  ବୟସ୍କ ଲୋକଙ୍କ ଡିମେନ୍ସିଆ  ପରି  ଭୁଲିଯିବା ରୋଗକୁ ଦୂର କରିଥାଏ।  ଏକ ଷ୍ଟଡିରୁ ଏହା ଜଣାପଡିଛି ଯେ, ପ୍ରେଗେନ୍ସି ସମୟରେ  ମାଛ ଖାଇବା ବହୁତ ଲାଭଦାୟକ।  କାରଣ ଏଥିରେ ପିଲାର ମସ୍ତିଷ୍କ ବିକଶିତ ହୋଇଥାଏ। 

 ଡିପ୍ରେସନ ଦୂର କରେ 

ମାଛ ଖାଇବା ଦ୍ୱାରା  କେବଳ   ଶରୀର ସୁସ୍ଥ ରୁହେ  ତାହା ନୁହେଁ ବରଂ ମେଣ୍ଟାଲ ହେଲ୍‌ଥ ମଧ୍ୟ ଭଲ ରହିଥାଏ।  କିଛି ଅଧ୍ୟୟନରୁ  ଜଣାପଡିଛି ଯେ,  ଯେଉଁମାନେ ପ୍ରତ୍ୟେକ ଦିନ ମାଛ ଖାଆନ୍ତି  ସେମାନଙ୍କୁ କୌଣସି ପ୍ରକାର  ମେଣ୍ଟାଲ ହେଲ୍‌ଥ ସହ ଜଡିତ ରୋଗ  ହୋଇନଥାଏ।  ଏଥିସହିତ ମାଛ ଷ୍ଟ୍ରେସ , ଚିନ୍ତା  ଏବଂ ଅବସାଦକୁ ଦୂର କରିଥାଏ। 

 ହାର୍ଟ ସହିତ ଜଡିତ ରୋଗ ପାଇଁ ଭଲ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହାର୍ଟ ରୋଗୀଙ୍କ ପାଇଁ  ମାଛ ଖାଇବା ଲାଭଦାୟକ।  ଏଥିରୁ ମିଳୁଥିବା ଓମେଗା-3 ଫ୍ୟାଟି ଏସିଡି  ହାର୍ଟକୁ ମଜଭୁତ କରିଥାଏ।  ଓମେଗା -3 ମଧ୍ୟ ଟ୍ରାଇଗ୍ଲେସିରାଇଡର ବିପଦକୁ ହ୍ରାସ କରିଥାଏ। 

 ଆସ୍ଥମାରୁ ରକ୍ଷା କରିଥାଏ

ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ,  ମାଛରେ  ଏନ୍-3 ଅଏଲ  ମିଳିଥାଏ ଯାହା ଆସ୍ଥମା ବିପଦରୁ ରକ୍ଷା କରିଥାଏ।    ଏଥିସହିତ ଡାଇରିଆ ଏବଂ ସ୍କିନ୍‌  ଆଲର୍ଜିରୁ ରକ୍ଷା କରିଥାଏ।  

ଆଖିର ଦୃଷ୍ଟିଶକ୍ତି ପାଇଁ ଲାଭଦାୟକ

 ମାଛରେ ଥିବା  ଓମେଗା-3 ଫ୍ୟାଟି ଏସିଡ୍‌ ଆଖିର ଜ୍ୟୋତିକୁ ପ୍ରଖର କରିବାରେ ସାହାଯ୍ୟ କରିଥାଏ।  ଆଖିର ରେଟିନାକୁ  ଦୁଇ  ପ୍ରକାର ର ଓମେଗା-3 ଫ୍ୟାଟି ଏସିଡ୍‌ ର ଆବଶ୍ୟକ ପଡିଥାଏ।   ଡିଏଚଏ ଏବଂ ଇପିଏ ଏହି ଦୁଇଟି  ହିଁ ଫ୍ୟାଟି ଏସିଡ୍‌ ସାଲ୍‌ମନ, ଟୁନା ଏବଂ ଟ୍ରାଉଟ୍‌ ପରି ମାଛରେ ମିଳିଥାଏ।  
  ମାଛ ଏପରି ଏକ  ଖାଦ୍ୟ ଯାହା ସମସ୍ତିଙ୍କ ପ୍ରିୟ। ହେଲେ ମାଛରେ ଏତେସବୁ ଉପରକାର  ଆପଣ ଜାଣିବା ପରେ ଆଉ ବିଳମ୍ବ କରିବେନି ଆପଣଙ୍କ ହେଲ୍‌ଦି ଡାଏଟ୍‌ ରେ  ଆଡ୍‌ କରିବା ପାଇଁ ।
 ଅଧିକ ଦେଖନ୍ତୁ : 

Sponsored
Eating fish is very healthy. It's full of omega-3s that help your heart and brain. | Argus News