Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

Lifestyle

ଆମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

Rashmita Mishra
Browse all articles by Rashmita Mishra
·2 years ago·2 min read
ଆମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ଅର୍ଗସ ବ୍ୟୁରୋ: ଆମ୍ଵ ଖାଇଵାକୁ କାହାକୁଵା ଭଲ ନଲାଗେ ସମସ୍ତେ ଆମ୍ଵ ଖାଇଵାକୁ ଭଲ ପାଆନ୍ତି ସେ ପାଚିଲା ହୋଉ କି କଞ୍ଚା। ଆମ୍ଵ ଦାଖିଵାରେ ଯେମିତି ସୁନ୍ଦର ଖାଇଵାରେ ମଧ୍ୟ ସେତିକି ଭଲ। ଆଉ ଦେହ ପାଇଁ ଵହୁତ ଲାଭଦାୟକ ହୋଇଥାଏ। ଆମ୍ବକୁ ଫଳର ରାଜା କୁହାଯାଏ ।ଏହି ସମୟରେ କଞ୍ଚା ଆମ୍ଵ ସଵୁଠି ମିଳିଥାଏ ।

ଗ୍ରୀଷ୍ମ ରୁତୁ ଆସିଲେ ଆମ୍ଵ ପ୍ରଚୁର ମାତ୍ରାରେ ଵଜାରରେ ଵିକ୍ରି ହୋଇଥାଏ । ଫଳର  ଲୋକମାନେ ଏହାକୁ ଵହୁତ ଖୁସିରେ ଖାଆନ୍ତି । ପାଚିଲା ଆମ୍ବ ଆସିବା ପର୍ଯ୍ୟନ୍ତ ଲୋକମାନେ କେବଳ କଞ୍ଚା ଆମ୍ବ ଖାଆନ୍ତି । କଞ୍ଚା ଆମ୍ଵର ନାଁ ଶୁଣିଲେ ପାଟିରୁ ଳାଳ ଵାହାରିଥାଏ ଆଉ କଞ୍ଚା ଆମ୍ଵରୁ ଅନେକ ପ୍ରକାରର ଖାଦ୍ୟ ତିଆରି ହୋଇଥାଏ ଯେପରି  ଆମ୍ ପାନ୍ନା, ଆମ୍ବ ଚଟଣି ।କଞ୍ଚା ଆମ୍ବ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କଞ୍ଚା ଆମ୍ବ ଖାଇବାର ଲାଭ କଣ ଆସନ୍ତୁ ଜାଣିଵା । 

କଞ୍ଚା ଆମ୍ବ ଅନେକ ପୋଷକ ତତ୍ତ୍ୱର ଭତପୂର ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, କ୍ୟାଲସିୟମ୍, ଆଇରନ୍, ଫାଇବର, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରପୂର ହୋଇ ରହିଛି ।ଆଉ କଞ୍ଚା ଆମ୍ବ ଖାଇଵା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ଵଢିଥାଏ। 

ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ :-
କଞ୍ଚା ଆମ୍ବ ଖାଇଲେ ଶରୀରକୁ ଭିଟାମିନ୍ ସି ଯୋଗାଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ ଏବଂ ଶରୀରକୁ ରୋଗରୁ ଦୂରେଇ ରଖେ ।ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କଞ୍ଚା ଆମ୍ବ ଖାଇବା ଉଚିତ୍ । ଯାହା ଅନେକ ରୋଗକୁ ରୋକାଯାଇପାରିବ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ :-
ଯେଉଁମାନେ କଞ୍ଚା ଆମ୍ବ ଖାଆନ୍ତି ହଜମରେ ହେଵାରେ କୌଣସି ସମସ୍ୟା ନଥାଏ ।କଞ୍ଚା ଆମ୍ବ ଖାଇବା ଦ୍ୱାରା ପ୍ରଚୁର ପରିମାଣରେ ଫାଇବର ଯୋଗାଇଥାଏ । ଯେଉଁ କାରଣରୁ କୋଷ୍ଠକାଠିନ୍ୟ ଦୂର ହୁଏ । କଞ୍ଚା ଆମ୍ବ ଖାଇବା ଦ୍ୱାରା ଗ୍ୟାସରୁ ମୁକ୍ତି ମିଳିଥାଏ ।

ହାଡକୁ ଶକ୍ତିଶାଳୀ କରେ :- 
କଞ୍ଚା ଆମ୍ବରୁ କ୍ୟାଲସିୟମ୍ ମଧ୍ୟ ମିଳିଥାଏ ।ଯେଉଁ କାରଣରୁ ହାଡ ଶକ୍ତିଶାଳୀ ହୁଏ ।ତେଣୁ, ଗ୍ରୀଷ୍ମ ସମୟରେ ଆପଣଙ୍କ ଖାଦ୍ୟରେ କଞ୍ଚା ଆମ୍ବ ଅନ୍ତର୍ଭୁକ୍ତ କରନ୍ତୁ  ଆପଣ ପିଲାମାନଙ୍କୁ ଆମ୍ବ ପାନ୍ନା କିମ୍ବା ଚଟଣି  ମଧ୍ୟ ଖାଇପାରିବେ 

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ  :-
କଞ୍ଚା ଆମ୍ବ ଖାଇଵା ଦ୍ଵାରା ମଧୁମେହ ରୋଗକୁ ନିୟନନ୍ତ୍ରଣ କରିପାରିଵା । ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରାଯାଇପାରିବ ।ଏହାର ଅର୍ଥ କଞ୍ଚା ଆମ୍ବ ଖାଇବା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ଅଟେ ।

Argus Whatsapp Channel Mobile Top
Sponsored
eating-raw-mango-benefits | Argus News