Videos
|
Lifestyle

ପିଅନ୍ତୁ ଏହି ପାଣି, ଭଲ ହୋଇଯିବ ଏହି ୫ ରୋଗ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପିଅନ୍ତୁ ଏହି ପାଣି, ଭଲ ହୋଇଯିବ ଏହି ୫ ରୋଗ

Key Points

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ
ମାତ୍ର ୧୪ ଦିନରେ ଭଲ ହୋଇଯିବ ଏହି ୫ ରୋଗ
ବାସ୍ ଖାଲି ପେଟରେ ପିଅନ୍ତୁ ଏହି ପାଣି

ସବୁବେଳେ ପେଟ ଖରାପ ହେଉଛି କି ? ଆଜିକାଲି ଦୈନନ୍ଦିନ ଜୀବନରେ ଆମେ ଅନେକ ଜିନିଷ ବାହାରେ ଖାଇପାକୁ ପସନ୍ଦ କରୁ। ଯାହାର ସିଧା ପ୍ରଭାବ ଆମ ଶରୀର ଉପରେ ପଡେ। ଅନେକ ସମୟରେ ପେଟ କାଟେ, ପୁଣି ଦେହ ଖରାପ ହୁଏ। ଏହାସହ ଭିନ୍ନ ଭିନ୍ନ ରୋଗ ମଧ୍ୟ ହୋଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଏମିତି କିଛି ପାଣି ରହିଛି ଯାହାକୁ ଆପଣ ପିଇବା ମାତ୍ରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଥାଏ। ସକାଳୁ ଖାଲି ପେଟରେ ସ୍ୱାସ୍ଥ୍ୟକର ଜିନିଷ ଖାଇବାକୁ ସର୍ବଦା ପରାମର୍ଶ ଦିଆଯାଇଥାଏ। ଅନେକ ଲୋକ ସକାଳେ ଗରମ ପାଣି ପିଅନ୍ତି ।


ଆଉ କିଛି ଲୋକ ଗରମ ପାଣିରେ ଲେମ୍ବୁ କିମ୍ବା ମହୁ ମିଶାଇ ସେବନ କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସୁସ୍ଥ ପାନୀୟ ବିଷୟରେ କହିବୁ, ଯାହା ସକାଳେ ଖାଲି ପେଟରେ ସେବନ କରିବା ଦ୍ୱାରା ଆପଣଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। ଜିରାକୁ ପ୍ରଥମେ ପାଣିରେ ପକାଇ ଫୁଟାଇ ଦିଅନ୍ତୁ ଏବଂ ଏହାପରେ ଏହାକୁ ଛାଣି ଦିଅନ୍ତୁ । ସେହି ଉଷୁମ ଜିରା ପାଣିରେ ଲେମ୍ବୁ ରସ ମିଶାଇ ତାହାକୁ ସେବନ କରନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇପାରେ। ଆସନ୍ତୁ ଜାଣିବା ୧୪ ଦିନ ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ଲେମ୍ବୁ ରସ ସହିତ ଜିରା ପାଣି ମିଶାଇ ପିଇବା ଦ୍ୱାରା ଆପଣଙ୍କ ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୪ ଦିନ ପର୍ଯ୍ୟନ୍ତ ଖାଲି ପେଟରେ ଲେମ୍ବୁ ସହିତ ଜିରା ପାଣି ମିଶାଇ ପିଇବା ଦ୍ବାରା ଆପଣଙ୍କ ଶରୀରରେ ହରମୋନ ଅସନ୍ତୁଳନକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଯଦି ଆପଣ ସକାଳେ ଖାଲି ପେଟରେ ମଲାସନରେ ବସି ଏହି ପାଣି ସେବନ କରନ୍ତି, ତେବେ ଏହା ସହଜରେ ପେଟ ସଫା କରିବାରେ ସାହାଯ୍ୟ କରିପାରିବ ଏବଂ ପେଟର ଚର୍ବି ମଧ୍ୟ କମ କରିପାରିବ। ୧୪ ଦିନ ପର୍ଯ୍ୟନ୍ତ ଖାଲି ପେଟରେ ଲେମ୍ବୁ ସହିତ ଜିରା ପାଣି ମିଶାଇ ପିଇବା ଦ୍ୱାରା ପାଚନ ତନ୍ତ୍ରକୁ ଲାଭ ମିଳିଥାଏ। ଏହାର ସେବନ ଆପଣଙ୍କ ପାଚନ ତନ୍ତ୍ରକୁ ଉନ୍ନତ କରିବ, ଗ୍ୟାସ୍, ବଦହଜମୀ, ଏସିଡିଟି ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ ଏବଂ ଆପଣଙ୍କ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

everyday-benefits-of-jeera-water-that-you-should-know | Argus News