Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜୀଵନ ନେଇପାରେ ଲୁଣ !

Lifestyle

ଜୀଵନ ନେଇପାରେ ଲୁଣ !

Rashmita Mishra
Browse all articles by Rashmita Mishra
·2 years ago·2 min read
ଜୀଵନ ନେଇପାରେ ଲୁଣ !

ଅର୍ଗସ ବ୍ୟୁରୋ: ଖାଦ୍ୟରେ ଲୁଣ ଵିନା ଖାଦ୍ୟ ଖାଇହେବ ନାହିଁ।  ଶରୀରରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଲୁଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଯେପରି ଯକୃତ, ହୃଦୟ ଏବଂ ଥାଇରଏଡ୍ ପରି ଅନେକ ଅଙ୍ଗକୁ ଭଲରେ ଚଳାଇଵା କାର୍ଯ୍ୟ ପାଇଁ ଲୁଣ ଜରୁରୀ ଅଟେ, କିନ୍ତୁ ଯେକୌଣସି ଜିନିଷର ଅତ୍ୟଧିକ ହେଲେ ଖରାପ। ସେହିପରି ଅତ୍ୟଧିକ ଲୁଣ ମଧ୍ୟ ଶରୀର ପାଇଁ ବହୁତ କ୍ଷତି କରିଥାଏ । ଲୁଣ ଏପରି ଏକ ଉପାଦାନ ଏହାକୁ ସଠିକ୍ ପରିମାଣରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । ଆସନ୍ତୁ ଜାଣିବା ଅତ୍ୟଧିକ ଲୁଣ ଖାଇ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତି ହୋଇଥାଏ

ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାଵ ପଡିଥାଏ  

ହୃଦୟ ପାଇଁ ବିପଦଜନକ :-
ଖାଦ୍ୟରେ ଅଧିକ ଲୁଣ ଖାଇବା ହୃଦୟ ପାଇଁ ଏକ ବଡ଼ ବିପଦ। ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଅନେକ ହୋଇଥାଏ । ଏହା କେବଳ ହୃଦୟକୁ ଦୁର୍ବଳ କରିପାରେ ନାହିଁ ବରଂ ହୃଦଘାତର କାରଣ ମଧ୍ୟ ହୋଇପାରେ ।  

ଷ୍ଟ୍ରୋକର ବିପଦ :-
ଆଜିକାଲି ଆମେ  ଵାହାରର ଜଙ୍କ ଫୁଡ ଖାଇଵାକୁ ପସନ୍ଦ କରିଥାନ୍ତି ।ଆଉ ସେଇ ସଵୁ ଖାଦ୍ୟ  ପ୍ରସ୍ତୁତ କରିଵାକୁ ଅଧିକ ମାତ୍ରାରେ ଲୁଣର ଆଵ୍ୟଶକ ପଡିଥାଏ । ଯେଉଁଥିରେ ଅଧିକ ପରିମାଣର ଲୁଣ ଥାଏ। ଏହିପରି ଖାଦ୍ୟ ଖାଇବା ଦ୍ୱାରା ଷ୍ଟ୍ରୋକ ପରି ଅନେକ ରୋଗ ବିପଦ ଵଢିଥାଏ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଡନୀ ସମସ୍ୟା :-
ଅଧିକ ଲୁଣ ଖାଇବା ଦ୍ୱାରା କିଡିନୀ ଉପରେ ପ୍ରଭାଵ ପକାଇଥାଏ ।ଶରୀରର ଜଳ ଅଂଶ କମିଥାଏ । ଏହି କାରଣରୁ କିଡନୀକୁ ଅଧିକ ପ୍ରଭାଵ ପକାଏ  ଏବଂ କିଡନୀ ଜନିତ ସମସ୍ୟା ଦେଖାଦେଇଥାଏ ।

ହାଡ ଦୁର୍ବଳତା :-
ଅଧିକ ଲୁଣ ଖାଇବା ଦ୍ୱାରା ଆମ ହାଡରେ ଥିବା କ୍ୟାଲସିୟମ କମିଯାଏ । ଯେଉଁ କାରଣରୁ ହାଡ଼ ଦୁର୍ବଳ ହେବାକୁ ଲାଗେ ଏବଂ ପରେ ଏହି ଦୁର୍ବଳତା ଅଷ୍ଟିଓପୋରୋସିସ୍ ଭଳି ଏକ ଗମ୍ଭୀର ରୋଗରେ ପରିଣତ ହୁଏ  । 

କେତେ ଲୁଣ ଖାଇବା ଆଵଶ୍ୟକ :- 
ଵଡ ଵଡ ରୋଗରୁ ରକ୍ଷା ପାଇବା ପାଇଁ ଆମର ଦୌନନ୍ଦିନ ଖାଦ୍ୟରେ ମାତ୍ର ୫ ଗ୍ରାମ ଲୁଣ ଖାଇଵା  ଯଥେଷ୍ଟ । ଖାଦ୍ୟରେ କମ୍ ଲୁଣ ମିଶାନ୍ତୁ । ଲୁଣ ଡଵାକୁ ନିଜଠୁ ଦୂରେଇ ରଖନ୍ତୁ ।ରୋଷେଇ ପରେ ଖାଦ୍ୟରେ ଲୁଣ ମିଶାଇ ଖାଇବା ବନ୍ଦ କରନ୍ତୁ ।ଏହିପରି କମ ଲୁଣ ଖାଅନ୍ତୁ ଆଉ ସୁସ୍ତ ରୁହନ୍ତୁ 

Raja Festival
Sponsored
excessive use of salt in food can be dangerous | Argus News