Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health Tips / ଝିଅମାନଙ୍କର ନିଶ ଉଠିବାର କାରଣ କ'ଣ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·2 min read
ଝିଅମାନଙ୍କର ନିଶ ଉଠିବାର କାରଣ କ'ଣ ଜାଣନ୍ତୁ...
Health Tips

Key Points

ଝିଅଙ୍କର କାହିଁକି ନିଶ ଥାଏ ?
ବର୍ତ୍ତମାନର ଖାରାପ ଜୀବନ ଶୈଳୀ ଯୋଗୁଁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଉଛି ।
ହରମୋନ୍ ଅସନ୍ତୁଳନ ଖାଲି ନୁହେଁ, ବରଂ ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଅତ୍ୟଧିକ ଫାଷ୍ଟଫୁଡ୍ ଖାଇବା ଏହାର ମୁଖ୍ୟ କାରଣ ମଧ୍ୟ ।

ବର୍ତ୍ତମାନର ଖାରାପ ଜୀବନ ଶୈଳୀ ଯୋଗୁଁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଉଛି । କିନ୍ତୁ ସାରା ବିଶ୍ୱରେ ଆଉ ଏକ ସମସ୍ୟା ଅଧିକ ସାଧାରଣ ହେବାରେ ଲାଗିଛି ଯାହା ହେଉଛି ଝିଅମାନଙ୍କର ହାଲୁକା ଦାଢ଼ି କିମ୍ବା ନିଶ ଉଠିବା । ଯାହାକୁ ମୁହଁର କେଶ ମଧ୍ୟ କୁହାଯାଏ । ଅନେକ ଝିଅ ଏହି କାରଣର ଚିକିତ୍ସା ଖୋଜୁଛନ୍ତି । କାରଣ ଏହା ପ୍ରାୟତଃ ହରମୋନ୍ ଅସନ୍ତୁଳନ ହେବା ଦ୍ଵାରା ହୋଇଥାଏ ବୋଲି କୁହାଯାଏ । ହରମୋନ୍ ଅସନ୍ତୁଳନ ଖାଲି ନୁହେଁ, ବରଂ ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଅତ୍ୟଧିକ ଫାଷ୍ଟଫୁଡ୍ ଖାଇବା ଏହାର ମୁଖ୍ୟ କାରଣ ମଧ୍ୟ ।

ଫାଷ୍ଟଫୁଡ୍ ଏବଂ ହରମୋନ୍ ଅସନ୍ତୁଳନ ମଧ୍ୟରେ ସମ୍ପର୍କ
ରୁଷୀୟ ୱେବସାଇଟ୍ ଇଜଭେଷ୍ଟିଆ ଅନୁଯାୟୀ, ବର୍ଗର, ଫ୍ରେଞ୍ଚ ଫ୍ରାଏଜ୍ ଏବଂ ମିଠା ଭଳି ଫାଷ୍ଟଫୁଡ୍‌ରେ ଅଧିକ ପରିମାଣରେ ଚିନି, ଲୁଣ ଏବଂ ଟ୍ରାନ୍ସ ଫ୍ୟାଟ୍ ଥାଏ, ଯାହା ଇନସୁଲିନ୍ ପ୍ରତିରୋଧକୁ ବଢ଼ାଇ ଥାଏ । ଏହି ଇନସୁଲିନ୍ ଶରୀରର ହରମୋନ୍ ସନ୍ତୁଳନକୁ ଖରାପ କରିଥାଏ ଏବଂ ମହିଳାଙ୍କଠାରେ ପୁରୁଷ ହରମୋନ୍‌ର ସ୍ତରକୁ ବୃଦ୍ଧି କରେ ।

ଏପରି ହେବା ଦ୍ଵାରା ଝିଅମାନଙ୍କ ମୁହଁରେ କେଶ ବଢ଼ିଥାଏ । ତଥାପି, ଏହି ଫାଷ୍ଟଫୁଡ୍‌ଗୁଡ଼ିକ ସିଧାସଳଖ କେଶ ବୃଦ୍ଧିର କାରଣ ହୁଅନ୍ତି ନାହିଁ, ବରଂ ଓଜନ ବୃଦ୍ଧି ଏବଂ ହରମୋନ୍ ଅସନ୍ତୁଳନ କରାଇଥାନ୍ତି, ଯାହା କେଶ ବୃଦ୍ଧିର କାରଣ ହୁଏ । ଏହି କେଶ ବଢ଼ି ମୁହଁ, ନିଶ କିମ୍ବା ଅଖି ଚାରିପାଖରେ ହୁଏ, ଯାହାକୁ ଡାକ୍ତରୀ ଭାଷାରେ ହିର୍ସୁଟିଜିମ୍ କୁହାଯାଏ ।

ଏହି ସମସ୍ୟା କେତେବେଳେ ବଢ଼ିପାରେ ?
ରିପୋର୍ଟ ଅନୁଯାୟୀ, ଯେତେବେଳେ ଝିଅମାନଙ୍କର ଋତୁସ୍ରାବ ଆରମ୍ଭ ହୁଏ । ସେତେବେଳେ ସେମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ଘଟେ । ଏହି ସମୟରେ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଏବଂ ତେଲ ଜିନିଷ ଖାଇବା ଦ୍ୱାରା କେଶ ବୃଦ୍ଧି ହେବାର ଆଶଙ୍କା ବଢ଼ିପାରେ । ଏହା ସହିତ, ମେଦବହୁଳତା, ଇନସୁଲିନ୍ ପ୍ରତିରୋଧ ଏବଂ ଅନିୟମିତ ଖାଦ୍ୟ ଅଭ୍ୟାସ ମଧ୍ୟ ହିର୍ସୁଟିଜିମ୍ ପାଇଁ ବଡ଼ କାରଣ ।

ଯେତେବେଳେ ଝିଅମାନେ ଏହି ଅନାବଶ୍ୟକ କେଶ ବିଷୟରେ ଚିନ୍ତା କରନ୍ତି, ସେମାନେ ପ୍ରାୟତଃ ସେଗୁଡ଼ିକୁ ଦୂର କରିବା ଅନେକ ପ୍ରକାରର ଜିନିଷ ବ୍ୟବହାର କରିଥାନ୍ତି । ଯାହା ଦ୍ଵାରା ସମସ୍ୟାକୁ ଆହୁରି ଖରାପ କରିପାରେ । ଡାକ୍ତରମାନେ ମଧ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନକରି ଘରୋଇ ଉପଚାର ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି ନାହିଁ ।

ଚିକିତ୍ସା ଏବଂ ନିରାକରଣ: ଡାକ୍ତରଙ୍କ ସହ ପରାମର୍ଶ କରି ହରମୋନ ଅସନ୍ତୁଳନର ଉପଯୁକ୍ତ ଚିକିତ୍ସା କରନ୍ତୁ । ଯାହା ଦ୍ଵାରା ଏହି ସମସ୍ୟାର ସମାଧାନ କରାଯାଇପାରିବ । ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ମଧ୍ୟ ପ୍ରାଥମିକ ଚିକିତ୍ସା ହୋଇଥାଏ । ଏହି ପ୍ରକ୍ରିୟାକୁ ଔଷଧ, ଓଜନ ନିୟନ୍ତ୍ରଣ ଏବଂ ଏକ ସୁସ୍ଥ ଜୀବନଶୈଳୀ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇପାରିବ । ବିଶେଷଜ୍ଞଙ୍କ ପରାମର୍ଶ ସହିତ ଲେଜର ଚିକିତ୍ସା ମଧ୍ୟ ଏକ ଚିକିତ୍ସା ହୋଇପାରେ, କିନ୍ତୁ ଯେକୌଣସି ଘରୋଇ ଉପଚାରକୁ ଏଡାନ୍ତୁ ଏବଂ ସବୁବେଳେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Facial Hair Problem in Girls | How Fast Food and Hormonal Imbalance Play a Role | Argus News