Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏହି ଲକ୍ଷଣ ଦେଖାଗଲେ ମୃତ୍ୟୁ ସୁନିଶ୍ଚିତ, ଜାଣନ୍ତୁ...

Lifestyle

ଏହି ଲକ୍ଷଣ ଦେଖାଗଲେ ମୃତ୍ୟୁ ସୁନିଶ୍ଚିତ, ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ଲକ୍ଷଣ ଦେଖାଗଲେ ମୃତ୍ୟୁ ସୁନିଶ୍ଚିତ, ଜାଣନ୍ତୁ...

ପିଲାଠାରୁ ବୟସ୍କ ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ରହିଥାଏ ଅନେକ ପ୍ରଶ୍ନ । ଯେମିତି ମୃତ୍ୟୁ ପରର ଜୀବନ କ’ଣ ? ମରିବାକୁ ଯାଉଥିବା ଜଣେ ବ୍ୟକ୍ତି ମନରେ କ’ଣ ସବୁ ଚାଲିଥାଏ ? ମୃତ୍ୟୁ ସମୟରେ ମଣିଷକୁ କ’ଣ ଦେଖାଯାଏ ? ଶରୀରରୁ ଆତ୍ମା କେମିତି ଅଲଗା ହୁଏ ? ଏମିତି ଅନେକ କିଛି ପ୍ରଶ୍ନ ମନକୁ ଆସିଥାଏ ।

ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ, ତାହା ହେଉଛି ଯେ, ଯିଏ ଜନ୍ମ ନେଇଛି ସେ ମରିବା ନିଶ୍ଚିତ । ଜନ୍ମରୁ ଆରମ୍ଭ ହୋଇଥାଏ ମୃତ୍ୟୁର ଯାତ୍ରା । କାହାର ଦୁର୍ଘଟଣାରେ ମୃତ୍ୟୁ ହୁଏ ତ, କାହାର ରୋଗରେ କିମ୍ବା ଆଉ କାହାର ପ୍ରାକୃତିକ ମୃତ୍ୟୁ ହୋଇଥାଏ।

ମୃତ୍ୟୁକୁ ନେଇ ଭୟ ଥାଏ କାହିଁକି ?
ଏକ ରିପୋର୍ଟ ଅନୁସାରେ ଆମ ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ଭୟ ଥାଏ। ଏଥିପାଇଁ ଯେ, ଆମେ ଜାଣିନେ ଆମ ମୃତ୍ୟୁ କେମିତି ହେବ । ତେବେ ବୈଜ୍ଞାନିକଙ୍କ ଅନୁସାରେ ମୃତ୍ୟୁ ଏତେ ଭୟାବହ ନୁହେଁ । ଆମକୁ ବୁଝିବାର ଅଛି, ଜନ୍ମ ନେଇଛେ ମାନେ ମୃତ୍ୟୁ ନିଶ୍ଚୟ ହେବ। ଯିଏ ଜନ୍ମ ହୋଇଛି ତାର ମୃତ୍ୟୁ ଶୁନିଶ୍ଚିତ। ଯେମିତି ହାଲିଆ ହେବା ପରେ ଆମେ ୭ ରୁ ୮ ଘଣ୍ଟା ଶୋଇପଡୁ ସେମିତି ଶରୀର ଅଧିକ ଥକି ଯିବା ପରେ ସବୁଦିନ ପାଇଁ ଶୋଇଯାଏ ।

ମୃତ୍ୟୁ ମୁଖରୁ ଫେରି ଆସିଥିବା ଲୋକ କ’ଣ କୁହନ୍ତି ?
ଆମ ମାନଙ୍କ ମନରେ ଯେଉଁ ସବୁ ପ୍ରଶ୍ନ ଅଛି ତା'ର ଉତ୍ତର ଜାଣିବାକୁ ଦୁର୍ଘଟଣା ଓ ଏମରଜେନ୍ସି ବିଶେଷଜ୍ଞମାନେ ଏଭଳି ଅନେକ ବ୍ୟକ୍ତିଙ୍କୁ ଭେଟିଥିଲେ ଯେଉଁମାନେ ମୃତ୍ୟୁ ମୁଖରୁ ଫେରିଥିଲେ ।

ମୃତ୍ୟୁର ୪ଟି ପର୍ଯ୍ୟାୟ ରହିଛି । ଦୀର୍ଘ ୩୫ ବର୍ଷ ଧରି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା କରିବା ସମୟରେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ମୃତ୍ୟୁ ମୁଖରୁ ଫେରି ଆସିଥିଲେ । ଏଭଳି କିଛି ବ୍ୟକ୍ତି ଥିଲେ ଯେଉଁମାନେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ,ସେମାନଙ୍କ କହିବାନୁସାର ମୃତ୍ୟୁର ୫ଟି ପର୍ଯ୍ୟାୟ ରହିଛି । ଏହି ୫ ପର୍ଯ୍ୟାୟ ଦେଇ ଜଣେ ପ୍ରାଣ ହରାଇଥାଏ ।ଆସନ୍ତୁ ଜାଣିବା ସେହି ପର୍ଯ୍ୟାୟ ଗୁଡିକ କ’ଣ ସବୁ ।

୧ ମୃତ୍ୟୁର ପ୍ରଥମ ପର୍ଯ୍ୟାୟରେ ମଣିଷକୁ କିଛି ଶୁଭେ ନାହିଁ । ସେ ଏକ ଅଦଭୁତ ଶାନ୍ତି ଅନୁଭବ କରିଥାଏ । ତା’ର ସବୁ ଚିନ୍ତା ଦୂର ହୋଇଯାଏ । ସବୁ ଡ଼ର ଓ ଚିନ୍ତାର ଅନ୍ତ କାରଣରୁ ମରୁଥିବା ବ୍ୟକ୍ତି ଚରମ ଶାନ୍ତି ପାଏ ।

୨ ଦ୍ୱିତୀୟ ପର୍ଯ୍ୟାୟରେ ମଣିଷ ନିଜକୁ ହାଲୁକା ଅନୁଭବ କରେ । ମରିବାକୁ ଯାଉଥିବା ବ୍ୟକ୍ତିକୁ ଲାଗେ ଯେ, ତା’ର ଶରୀରର ଓଜନ କମିଯାଇଛି । ମୃତ୍ୟୁମୁଖରେ ଥିବା ବ୍ୟକ୍ତିକୁ ଲାଗେ ଯେମିତି ସେ ହାୱାରେ ଉଡୁଛି ।

୩ ମୃତ୍ୟୁର ତୃତୀୟ ପର୍ଯ୍ୟାୟ ଆଶ୍ୱସ୍ତିକର ବୋଲି କୁହାଯାଏ । ଯେଉଁମାନଙ୍କର ସାକ୍ଷାତକାର ନେଇଥିଲେ ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତଙ୍କ କହିବା ଥିଲା ଯେ, ସେତେବେଳେ ସେମାନେ ଶାନ୍ତି ଅନୁଭବ କରୁଥିଲେ । କୌଣସି ଚିନ୍ତା ନଥିଲା । ଅନ୍ୟପକ୍ଷରେ ବାକି ୨ ପ୍ରତିଶତଙ୍କ କହିବା ହେଉଛି ସେହି ସମୟରେ ସେମାନେ ଭୟଙ୍କର ଜୀବ ଓ ଶବ୍ଦ ଶୁଣିଥିଲେ । କିଛି ମଧ୍ୟ ଦୁର୍ଗନ୍ଧ ବାରିଥିବା କହିଥିଲେ।

୪ ମୃତ୍ୟୁର ଚତୁର୍ଥ ପର୍ଯ୍ୟାୟରେ ଅଚାନକ ଏକ ଉଜ୍ୱଳ ଆଲୋକ ଦେଖାଦିଏ । ଏହି ଆଲୋକ ଗରମ ହୋଇଥାଏ ଓ ଏହା ନିଜ ଆଡକୁ ଟାଣିଥାଏ । କିନ୍ତୁ କିଛି ସମୟ ପରେ ଆଲୋକ ଲୁଚିଯାଏ ଓ ତା’ ସ୍ଥାନ ନିଏ ଅନ୍ଧକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
find-out-what-it-feels-like-to-die | Argus News