Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ମଧୁମେହ ଏଵଂ ଓଜନ କୁ ନିୟନ୍ତ୍ରଣରେ ରଖିଵ ଅଳସି ମଞ୍ଜି

Rashmita Mishra
Browse all articles by Rashmita Mishra
·2 years ago·2 min read
ମଧୁମେହ ଏଵଂ ଓଜନ କୁ ନିୟନ୍ତ୍ରଣରେ  ରଖିଵ ଅଳସି ମଞ୍ଜି

ଅର୍ଗସ ବ୍ୟୁରୋ: ମଧୁମେହ ଏଵଂ ଓଜନ କୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ଏହି ଅଳସି ମଞ୍ଜି । ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତି

ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଅଳସି ମଞ୍ଜି ବହୁତ ଲାଭ ହୋଇଥାଏ । ଏଥିରେ ପ୍ରଚୁର ଫାଇବର ଥାଏ ଯାହାକି ଆପଣଙ୍କ ରକ୍ତରେ ଶର୍କରା ସ୍ତର ବଢାଇଵ ନାହିଁ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ସାହାଯ୍ୟ କରିବ ।ଵର୍ତ୍ତମାନ ସମୟରେ ମଧୁମେହ ଦେଶ ଏବଂ ବିଶ୍ୱରେ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି । ମଧୁମେହ ଦୂର ହୋଇପାରିବ ନାହିଁ ଏହାକୁ କେବଳ ନିୟନ୍ତ୍ରଣ କରାଯାଇପାରିବ । ଜଣେ ମଧୁମେହ ରୋଗୀଙ୍କୁ ତାଙ୍କର ଖାଦ୍ୟ ଏବଂ ଜୀବନଶୌଳୀ ଉପରେ ବିଶେଷ ଯତ୍ନ ନେବାକୁ ପଡିଥାଏ । ଖାଇବାରେ ଟିକିଏ ଅସାବଧାନତା ହେଲେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । 

ଏହା ବ୍ୟତୀତ ମଧୁମେହ ରୋଗୀ ରୋଗୀମାନେ ସମୟ ସମୟରେ ସେମାନଙ୍କର ମିଠା ସ୍ତରକୁ ପରୀକ୍ଷା କରିବା ଉଚିତ୍ ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ଆପଣଙ୍କୁ ଖାଦ୍ୟରେ ଏପରି ଖାଦ୍ୟ ପଦାର୍ଥ ଅନ୍ତର୍ଭୂକ୍ତ କରିବାକୁ ପଡିବ ଯାହା ଆପଣଙ୍କ ମିଠା ସ୍ତରକୁ ସନ୍ତୁଳିତ କରିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ମିଠା ସ୍ତର ଵଢିଵାରେ ଲାଗୁଛି । ତେବେ ଔଷଧ ବ୍ୟତୀତ ଆପଣ କିଛି ଘରୋଇ ଉପଚାର ମଧ୍ୟ କରିପାରିବେ 

ଅଳସି ମଞ୍ଜି :-

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ।ଏଥିରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହା ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଧିକ ଫାଇବର  ହେତୁ ଆଳସି ମଞ୍ଜିଗୁଡିକ ହାଳିକା ଖାଦ୍ୟ  ଭାଵରେ ଗ୍ରହଣ କରାଯାଏ ।  ଏହାର ଅର୍ଥ ହେଉଛି ସେଗୁଡିକ ଖାଇବା ଦ୍ୱାରା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ଵଢାଏ ନାହିଁ । ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣରେ ସାହାଯ୍ୟ କରେ ଅଳସି ମଞ୍ଜି ଖାଇଵା ଦ୍ଵାରା ମଧୁମେହ ରୋଗୀମାନଙ୍କୁ ଥକ୍କାପଣରୁ ମଧ୍ୟ ମୁକ୍ତି ଦେଇଥାଏ ।

ଅଳସି ମଞ୍ଜି  ପ୍ରସ୍ତୁତ କରନ୍ତୁ :-
 

ଅଳସି ମଞ୍ଜି  ପ୍ରସ୍ତୁତ କରିବାକୁ ପ୍ରଥମେ ଦୁଇ କପ୍ ପାଣିରେ ୨ ଚାମଚ ଅଳସି ମଞ୍ଜି  ମିଶାନ୍ତୁ । ଏହା ପରେ ପ୍ୟାନକୁ ଗ୍ୟାସ ଉପରେ ରଖନ୍ତୁ । ଏହି ସମୟ ମଧ୍ୟରେ ଗ୍ୟାସ୍  କମ୍ ରଖନ୍ତୁ  ଯେତେବେଳେ ଏହା ଗରମ ହୋଇଯାଏ ସେଥିରେ ପ୍ରସ୍ତୁତ ମିଶ୍ରଣକୁ ମିଶାନ୍ତୁ । ତା’ପରେ ପାଣି ଅଧା ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ଯେତେବେଳେ ପାଣି କମିଯାଏ ଗ୍ୟାସ୍ ବନ୍ଦ କରି ଥଣ୍ଡା କରି ବର୍ତ୍ତମାନ ଏହାକୁ ଖାଆନ୍ତୁ 

Sponsored
flaxseed-is-beneficial-in-controlling-diabetes-obesity-is-also-controlled-know-how-to-use-it | Argus News