Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାନନ୍ତୁ ଚାଣକ୍ୟଙ୍କ ନୀତି, ପୁଅକୁ ଦିଅନ୍ତୁ ଏଭଳି ଶିକ୍ଷା...

Lifestyle

ମାନନ୍ତୁ ଚାଣକ୍ୟଙ୍କ ନୀତି, ପୁଅକୁ ଦିଅନ୍ତୁ ଏଭଳି ଶିକ୍ଷା...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମାନନ୍ତୁ ଚାଣକ୍ୟଙ୍କ ନୀତି, ପୁଅକୁ ଦିଅନ୍ତୁ ଏଭଳି ଶିକ୍ଷା...

ଚାଣକ୍ୟ ଥିଲେ ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ। ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷ ବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍‌ର ବିଚାର କରିବାର ଉପାୟ ମଧ୍ୟ ରହିଛି। ଏସବୁ ନୀତିକୁ ମାନି କିଏ ବି ସଫଳତାର ଶୀର୍ଷରେ ପହଞ୍ଚିପାରିବ।

-ଚାଣକ୍ୟ କୁହନ୍ତି... ଝିଅର ବିବାହ ସର୍ବଦା ସଂସ୍କାରୀ ଏବଂ ନିଜ ସମସ୍କନ୍ଦ ପରିବାରରେ କରିବା ଉଚିତ। କାହିଁକିନା ଯଦି ଆପଣ ନିଜଠାରୁ ଧନୀ ଘରେ ଝିଅର ବିବାହ କରନ୍ତି ତେବେ ଝିଅର ଗୃହସ୍ଥିରେ ଅନେକ ପ୍ରକାରର ଅସୁବିଧା ଆସିପାରେ। ଅନେକ ଥର ପରିବାରରେ ସମାନତା ନ ଥିବା କାରଣରୁ ବିବାହ ଭାଙ୍ଗି ମଧ୍ୟ ଯାଏ। ତେଣୁ ସର୍ବଦା ନିଜ ସମସ୍କନ୍ଦ ପରିବାରରେ ଝିଅର ବିବାହ କରାନ୍ତୁ।

- ଚାଣକ୍ୟ କୁହନ୍ତି ଯେଉଁ ମା’ବାପା ପିଲାମାନଙ୍କୁ ଭଲ ଶିକ୍ଷା ଦେଇ ନ ଥାନ୍ତି ସେମାନେ ଶତ୍ରୁ ସମାନ ହୋଇଥାନ୍ତି। ସେମାନେ ନିଜ ହାତରେ ପିଲାର ଜୀବନ ବରବାଦ କରିଦିଅନ୍ତି। କାହିଁକିନା ଶିକ୍ଷା ବିହୀନ ମନୁଷ୍ୟ ବିନା ଲାଙ୍ଗୁଡ଼ ବିଶିଷ୍ଟ ପଶୁ ହୋଇଥାନ୍ତି।

- ଚାଣକ୍ୟ କୁହନ୍ତି ଭଲ ବନ୍ଧୁମାନଙ୍କୁ ନିଜ ସହ ଧର୍ମକର୍ମ କାର୍ଯ୍ୟରେ ଲଗାଇବା ଉଚିତ। ଏଭଳି କରିବାଦ୍ୱାରା ଆପଣଙ୍କ ସହ ଆପଣଙ୍କ ବନ୍ଧୁ ଏବଂ ସମାଜର ଭଲ ହେବ। ଚାଣକ୍ୟ କୁହନ୍ତି ବନ୍ଧୁମାନଙ୍କୁ ସବୁଠାରୁ ଅଧିକ ରହସ୍ୟ ଜଣାଥାଏ, ଏମିତିରେ ଖରାପଗୁଣ ଥିବା ବନ୍ଧୁ କ୍ଷତି ପହଞ୍ଚାଇପାରେ। ତେଣୁ ଭଲ ବନ୍ଧୁ ଏବଂ ବିଶ୍ୱସ୍ତ ବନ୍ଧୁ କରନ୍ତୁ।

- ଚାଣକ୍ୟ କୁହନ୍ତି ବିଜେତା ହେବା ଲାଗି ଶତ୍ରୁକୁ ସବୁବେଳେ ଦୁଃଖ ଏବଂ କଷ୍ଟରେ ରଖନ୍ତୁ। କାହିଁକି ନା ସେ ଯଦି ଖୁସିରେ ରହିବ ତୁମକୁ ଆଘାତ ଦେବ, ଯଦି ସେ ନିଜର ଦୁଃଖରେ ଚିନ୍ତିତ ରହିବ ତେବେ ଆକ୍ରମଣ କରିପାରିବ ନାହିଁ। ଏଥିସହ ବେଶ ସାବଧାନତାର ସହ ତାଙ୍କ ଗତିବିଧି ଉପରେ ଧ୍ୟାନ ରଖିବା ଉଚିତ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ନୀତି ଉପରେ ଧ୍ୟାନ ଦିଅନ୍ତି, ତେବେ ନିଶ୍ଚୟ ଆପଣ ସଫଳତାର ଶୀର୍ଷରେ ପହଞ୍ଚିବେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Follow the principles of Chanakya, give such education to your son | Argus News