Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

Health Risks / ଏହି ସବୁ ଖାଦ୍ୟ ଖାଉଛନ୍ତି କି ? ମରିବା ସୁନିଶ୍ଚିତ !

Rashmita Mishra
Browse all articles by Rashmita Mishra
·7 months ago·2 min read
ଏହି ସବୁ ଖାଦ୍ୟ ଖାଉଛନ୍ତି କି ? ମରିବା ସୁନିଶ୍ଚିତ !

Key Points

ଆମ ଖାଦ୍ୟାଭାସର ପ୍ରଭାବ ଆମ ଆୟୁଷ ଉପରେ ପଡ଼ିଥାଏ । ଯାହାଫଳରେ ଆଜି କାଲି ଖୁବ୍ କମ୍ ବୟସରେ ଯୁବପିଢ଼ୀ ଅକାଳ ମୃତ୍ୟୁମୁଖରେ ପଡୁଛନ୍ତି ।

ସମସ୍ତେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଞ୍ଚିବାକୁ ଚାହାଁନ୍ତି । ଲମ୍ବା ଆୟୁଷ ସମସ୍ତଙ୍କ ପସନ୍ଦ ହେଲେ ଆମ ଖାଦ୍ୟାଭାସର ପ୍ରଭାବ ଆମ ଆୟୁଷ ଉପରେ ପଡ଼ିଥାଏ । ଯାହାଫଳରେ ଆଜି କାଲି ଖୁବ୍ କମ୍ ବୟସରେ ଯୁବପିଢ଼ୀ ଅକାଳ ମୃତ୍ୟୁମୁଖରେ ପଡୁଛନ୍ତି । ଆପଣ ନିଜ ଡାଏଟକୁ ନେଇ ଏବେଠୁ ହୋଇଯାଆନ୍ତୁ ସଜାଗ ।

କାରଣ ପ୍ରତିଦିନ ଖାଇବାରେ ଆପଣ ଏପରି ଜିନିଷ ଖାଉଛନ୍ତି ଯାହାକୁ ଥରେ ଖାଇଲେ ଜୀବନର କିଛି ମିନିଟ୍ କମିଯାଉଛି । ସେହିପରି କିଛି ପୁଷ୍ଟିକର ଖାଦ୍ୟ ଖାଇଲେ ଆପଣ କିଛି ମିନିଟ୍ ଅଧ‌ିକ ବଞ୍ଚିବାର ସୌଭାଗ୍ୟ ପାଉଛନ୍ତି । ଯେପରି ଥରେ ପିଜା ଖାଇଲେ ଆପଣଙ୍କ ଆୟୂଷ ୭. ୮ ମିନିଟ୍ ପର୍ଯ୍ୟନ୍ତ କମ୍ ହେଉଛି । ସେହିପରି ସୋଲମନ ଫିସ୍ ଖାଇଲେ ଆୟୁ ୧୩.୫ ମିନିଟ୍ ବଢୁଛି । ତେଣୁ ଯାହା ଖାଉଛନ୍ତି ଭାବିଚିନ୍ତି ଖାଆନ୍ତୁ ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତରେ ସାଧାରଣତଃ ପୁରୁଷଙ୍କ ହାରାହାରି ବୟସ ୬୯.୫ ଓ ମହିଳାଙ୍କ ଆୟୁଷ ୭୨.୨ ରହିଛି । ହାର୍ଟ ସମ୍ବନ୍ଧିତ ରୋଗ, ଫୁସଫୁସଜନିତ ରୋଗ, ଷ୍ଟ୍ରୋକ, ଡାଇବେଟିସ ସମେତ ପାଖାପାଖ‌ି ୫୦ ପ୍ରକାର ରୋଗ ଏବେ ଅକାଳ ମୃତ୍ୟୁର କାରଣ ସାଜୁଛି । ଯାହାକି ଯୁବର୍ଗଙ୍କ ପାଇଁ ଏକ ବଡ଼ ସତର୍କ ଘଣ୍ଟି ଭାବେ ଉଭା ହୋଇଛି । କୁହାଯାଉଛି କି , ଯିଏ ଭଲ ଖାଦ୍ୟା ଖାଉଛନ୍ତି ସେ ଦୀର୍ଘାୟୁ ହୋଇଥାଏ । ଏହାବାଦ ଯିଏ ଅଧିକ ଫାଷ୍ଟଫୁଡ, ତେଲମସଲା ଜାତୀୟ ଖାଦ୍ୟ ଖାଇଥାଏ ତାହାର ଆୟୂଷ କମିଥାଏ କିନ୍ତୁ ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଆୟୁଷ କିଛି ମିନିଟ ବଢ଼ିଥାଏ ତଥା କମିଥାଏ ।

ରିସର୍ଚ୍ଚ ଅନୁଯାୟୀ, ଥରେ ହଟ୍ ଡଗ୍ ଖାଇବା ଦ୍ଵାରା ଜୀବନର ୨୬ ମିନିଟ୍ କମ୍ ହେଉଛି । ଚିଜ୍ ବର୍ଗର ଖାଇଲେ ୨ ମିନିଟ୍ କମୁଛି । ଥରେ ସଫ୍ଟ ଡ୍ରିଙ୍କୁ ପିଇଲେ ଜୀବନର ୧୨.୪ ମିନିଟ ଓ ପିଜା ଖାଇଲେ ୭.୮ ମିନିଟ୍ ପର୍ଯ୍ୟନ୍ତ କମ୍ ହେଉଛି। ଏହାବାଦ ପ୍ରୋସେସଡ ମିଟ୍ ଥରେ ଖାଇଲେ ଆପଣଙ୍କ ଜୀବନର ୨୬ ମିନିଟ୍ କମ୍ ହେବ ।

ସେହିପରି ଉତ୍ତମ ମାନର କିଛି ଜିନିଷ ଖାଇଲେ ଆମ ଜୀବନରେ ଆଉ କିଛି ସମୟ ମିଶି ଯାଉଛି । ଥରେ ପିନଟ ବଟର ଓ ଜାମ୍ ସ୍ୟାଣ୍ଡଉଇଚ୍ ଖାଇଲେ ଜୀବନରେ ୩୩.୧ ମିନିଟ୍ ମିଶୁଛି । ଥରେ ସୋଲମନ ଫିସ୍ ଖାଇଲେ ଆୟୁ ୧୩.୫ ମିନିଟ୍ ବଢୁଛି । କଦଳୀ ଖାଇଲେ ବୟସ ଆଉ ୧୩.୫ ମିନିଟ୍, ଟମାଟୋ ଖାଇଲେ ୩.୮ ମିନିଟ ଓ ଆବୋକାଡ଼ୋ ଖାଇଲେ ବୟସ ୧.୫ ମିନିଟ୍ ପର୍ଯ୍ୟନ୍ତ ବଢ଼ୁଥ‌ିବା କହିଛନ୍ତି ବିଶେଷଜ୍ଞ । ତା'ସହ ସବୁଜ ପନିପରିବା ମଧ୍ୟ ଶରୀର ପାଇଁ ଭଲ ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Risks | Eating These Foods Regularly? Serious Health Risks You Should Know | Argus News